ବିଶ୍ୱ ପରିବେଶ ଦିବସ: ଟାଇଗର-ଦିୟା ଲଗାଇଲେ ଗଛ, ବାଣ୍ଟିଲେ ସଚେତନତା ବାର୍ତ୍ତା

ମୁମ୍ବାଇ: ଗୁରୁବାର ବିଶ୍ୱ ପରିବେଶ ଦିବସ। ଚଳିତ ଥର ଏହି ଦିବସର ଥିମ୍‌ ରହିଛି ‘ବିଟ୍‌ ଏୟାର ପଲ୍ୟୁଶନ’। ଏହି ଅବସରରେ ଲୋକଙ୍କୁ ସଚେତନ କରାଉଛନ୍ତି ବଲିଉଡ କଳାକାର। ବାୟୁ ପ୍ରଦୂଷଣକୁ ହ୍ରାସ କରିବା ଦିଗରେ ଗଛ ଲଗାଇବା ଉଚିତ ବୋଲି ସେମାନେ ବାର୍ତ୍ତା ଦେଉଛନ୍ତି।
ବଲିଉଡ୍‌ ଅଭିନେତ୍ରୀ ଦିୟା ମିର୍ଜା, ଅଭିନେତା ଟାଇଗର ଶ୍ରଫ୍‌ ପ୍ରମୁଖ ଆଜିର ଦିନରେ ଗଛ ଲଗାଇଛନ୍ତି। ନିଜ ପିଲାମାନଙ୍କ ସହ ଦିୟା ଗଛ ଲଗାଇବା ସମୟର କିଛି ଫଟୋ ଭାଇରାଲ ହେଉଛି। ସେହିଭଳି ବାନ୍ଦ୍ରାରେ ଟାଇଗର ମଧ୍ୟ ଗଛ ଲଗାଇ ସଚେତନତା ବାର୍ତ୍ତା ଦେଇଛନ୍ତି। ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇବା ଦ୍ୱାରା ପୃଥିବୀ ପୁନର୍ବାର ତାର ସବୁଜ ବଳୟ ଫେରିପାଇବ ବୋଲି ଅନେକ କଳାକାର ମତ ରଖିଛନ୍ତି।

Share