ବିଶ୍ୱ ଦେଖିବ ପରାକ୍ରମ: ନୌସେନାର ପ୍ରଥମ ମହିଳା ପାଇଲଟ ଶିବାଙ୍ଗୀ

ମୁଜାଫରପୁର: ଆକାଶ ପରେ ସମୁଦ୍ରର ଅଥଳ ଜଳରାଶିରେ ପରାକାଷ୍ଠା ଦେଖାଇବେ ଭାରତୀୟ ମହିଳା। ବାୟୁସେନା ପରେ ଏବେ ନୌସେନାକୁ ମିଳିବାକୁ ଯାଉଛି ଦେଶର ପ୍ରଥମ ମହିଳା ପାଇଲଟ । ବିହାରର ଶିବାଙ୍ଗୀ ସ୍ବରୂପଙ୍କୁ ଜୁଟିଛି ଏହି ସୌଭାଗ୍ୟ। ସେ ଏବେ କେରଳର କୋଚିରେ ପ୍ରଶିକ୍ଷଣ ନେଉଛନ୍ତି। ଡିସେମ୍ବର ୪ରେ ହେବାକୁ ଥିବା ନୌସେନା ଦିବସ ସମାରୋହରେ ବ୍ୟାଜ୍‌ ପିନ୍ଧା ଯିବା ପରେ ବିଧିବଦ୍ଧ ଭାବେ ତାଙ୍କୁ ଏହି ଦାୟିତ୍ୱ ମିଳିବ। ଏହାପରେ ଭାରତୀୟ ନୌସେନାରେ ମହିଳାଙ୍କ ପରାକ୍ରମ ଦେଖିବ ସାରା ବିଶ୍ୱ।
ଶିବାଙ୍ଗୀ କୋଚିସ୍ଥିତ ନୌବାହିନୀର ଅପରେଶନ ଡ୍ୟୁଟିରେ ସାମିଲ ହେବେ। ସେ ଫିକ୍ସଡ୍‌ ଓ୍ବିଙ୍ଗ ଡୋର୍ନିୟର ସର୍ଭିଲାନ୍ସ ବିମାନ ଉଡ଼ାଇବେ। ଏହି ବିମାନକୁ କମ୍‌ ଦୂରଗାମୀ ସାମୁଦ୍ରିକ ମିଶନରେ ପଠାଯାଇଥାଏ। ଏଥିରେ ଆଡଭାନ୍ସ ସର୍ଭିଲାନ୍ସ ସିଷ୍ଟମ, ରାଡାର, ନେଟଓ୍ବାର୍କିଂ ସିଷ୍ଟମ, ଇଲୋକ୍ଟ୍ରୋନିକ ସେନ୍ସର ଲାଗିଥାଏ, ଯାହା ସମୁଦ୍ରରେ ଅନୁପ୍ରବେଶ ରୋକିବା, ଶତ୍ରୁଙ୍କ ଗତିବିଧି ଉପରେ ନଜର ରଖିବା ଦିଗରେ ବେଶ୍‌ ସହାୟକ ହୋଇଥାଏ। ଗତବର୍ଷ ଜୁନ୍‌ରେ ଶିବାଙ୍ଗୀ ନୌସେନାରେ ଭର୍ତ୍ତି ହୋଇଥିଲେ।
ବୃତ୍ତିଗତ ଜୀବନକୁ ବାଦ୍‌ଦେଲେ ଶିକ୍ଷାଗତ କ୍ଷେତ୍ରରେ ଶିବାଙ୍ଗୀ ଦକ୍ଷତାର ପରିଚୟ ଦେଇଛନ୍ତି। ସେ ୨୦୧୦ରେ ଡିଏଭି ପବ୍ଲିକ୍‌ ସ୍କୁଲର ସିବିଏସ୍‌ଇ ୧୦ମ ପରୀକ୍ଷାରେ ସଫଳତାର ସହ କୃତକାର୍ଯ୍ୟ ହୋଇଥିଲେ। ସାଇନ୍ସରେ ଦ୍ୱାଦଶ ପାସ୍‌ କରିବା ପରେ ସେ ଇଞ୍ଜିନିୟରିଂରେ କ୍ୟାରିୟର କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏମ୍‌ଟେକ୍‌ ଡିଗ୍ରୀ ହାସଲ ପରେ ଏସ୍‌ଏସ୍‌ବି ପରୀକ୍ଷା ସହାୟତାରେ ସେ ନୌସେନାରେ ସବ୍‌ ଲ୍ୟୁଟ୍‌ନାଣ୍ଟ ଭାବେ ଚୟନ ହୋଇଥିଲେ। ଟ୍ରେନ୍‌ଂ ପରେ ତାଙ୍କୁ ପ୍ରଥମ ମହିଳା ପାଇଲଟ ଭାବେ ଚୟନ କରାଯାଇଛି।
ସୂଚନାଯୋଗ୍ୟ, ଭାବନା କାନ୍ତ ଭାରତୀୟ ବାୟୁସେନାର ପ୍ରଥମ ମହିଳା ପାଇଲଟ ଭାବେ ନିଯୁକ୍ତି ପାଇଥିଲେ। ସେହିପରି କରବୀ ଗୋଗୋଇ ନୌସେନାର ପ୍ରଥମ ମହିଳା ଡିଫେସନ୍ସ ଅଟାଚି ଭାବେ ସମ୍ମାନାସ୍ପଦ ସ୍ଥାନ ପାଇଛନ୍ତି। ଆସିଷ୍ଟାଣ୍ଟ ଲ୍ୟୁଟନାଣ୍ଟ କମାଣ୍ଡର ପଦବୀ ସମ୍ଭାଳୁଥିବା ଗୋଗୋଇଙ୍କୁ ଆସନ୍ତା ମାସରେ ରୁଷ ପଠାଯିବ। କର୍ନାଟକର କରଓ୍ବାର ନାଭାଲ ବେସ୍‌ରେ ସେ ଏବେ ରୁଷୀୟ ଭାଷାରେ କୋର୍ସ କରୁଛନ୍ତି। ଯୁଦ୍ଧପୋତ ନିର୍ମାଣ ଏବଂ ମରାମତି କ୍ଷେତ୍ରରେ ତାଙ୍କର ସ୍ବତନ୍ତ୍ର ଅଭିଜ୍ଞତା ରହିଛି। ଆର୍ମି, ଏୟାରଫୋର୍ସ ପରେ ନୌବାହିନୀର ଗୁରୁତ୍ୱପୂର୍ଣ୍ଣ ମିଶନରେ ମହିଳାଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତିକୁ ନେଇ ଦୀର୍ଘଦିନରୁ ଯୋଜନା କରାଯାଉଥିଲା। ଏ କ୍ଷେତ୍ରରେ ସମସ୍ତଙ୍କ ଲାଗି ଉଦାହରଣ ପାଲଟିଛନ୍ତି ଶିବାଙ୍ଗୀ।

 


Enter your email to get our daily news in your inbox.

All Right Reserved By Dharitri.Com

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

ଆଜିଠୁ ବଢ଼ିବ ଶୀତ, ଘନ କୁହୁଡ଼ି

ଭୁବନେଶ୍ୱର, ୨୫ା୧୨(ବନ୍ଦନା ସେଠୀ): ରାଜ୍ୟରେ ସର୍ୱନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି ଜନଜୀବନକୁ...

ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗରେ ଦଙ୍ଗା

ଗୁଆହାଟୀ,୨୫ା୧୨: ଆସାମର ଓ୍ବେଷ୍ଟ କାର୍ବି ଆଙ୍ଗ୍‌ଲଙ୍ଗ ଜିଲାରେ ମଙ୍ଗଳବାର କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଉତ୍ତେଜନା ଜାରି ରହିଛି। ବିକ୍ଷୋଭକାରୀମାନେ ଦଙ୍ଗା ସୃଷ୍ଟି କରିବା ସହ ବହୁ...

ଆମେରିକାରେ ବେଆଇନ ଅନୁପ୍ରବେଶ: ୩୦ ଭାରତୀୟ ଗିରଫ

ନ୍ୟୁୟର୍କ,୨୫ା୧୨: ଆମେରିକାରେ ବେଆଇନ ଭାବେ ଅନୁପ୍ରବେଶ କରିବା ଅଭିଯୋଗରେ ସେଠାକାର ସୀମା ପାଟ୍ରୋଲ ଏଜେଣ୍ଟମାନେ ୩୦ ଭାରତୀୟ ନାଗରିକଙ୍କୁ ଗିରଫ କରିଛନ୍ତି। ଗିରଫ ଭାରତୀୟମାନେ କମର୍ସିଆଲ...

‘ବରପୁତ୍ର ଐତିହ୍ୟ ଗ୍ରାମ ଯୋଜନା’କୁ ଅନୁମୋଦନ

ଭୁବନେଶ୍ୱର,୨୫।୧୨(ରବିନାରାୟଣ ଜେନା): ରାଜ୍ୟର ବରପୁତ୍ରମାନଙ୍କୁ କିଭଳି ସବୁବେଳେ ସମ୍ମାନ ମିଳିବ ସେନେଇ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଷ୍ଠିତ...

ଜାନୁଆରୀ ୧୦ ସୁଦ୍ଧା ସବୁ ଜିଲାରେ ଧାନକିଣା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୫ା୧୧ (ରବିନାରାୟଣ ଜେନା): ଜାନୁଆରୀ ୧୦ ତାରିଖ ସୁଦ୍ଧା ସବୁ ଜିଲାରେ ଧାନ ସଂଗ୍ରହ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଧାନ...

ବଳାତ୍କାରୀଙ୍କୁ ଜାମିନ, ପୀଡ଼ିତାଙ୍କ ସହ ଅନ୍ୟାୟ

ନୂଆଦିଲ୍ଲୀ,୨୫ା୧୨: ଭାରତ କେବଳ ଏକ ମୃତ ଅର୍ଥନୀତିରେ ପରିଣତ ହୋଇଯାଇଛି ତାହା ନୁହେଁ, ବରଂ ଏକ ମୃତ ସମାଜ ପାଲଟିଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର...

ବିଦ୍ୟୁତ୍‌ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର, ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ବିଦ୍ୟୁତ୍‌ ଉପଭୋକ୍ତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବୁଧବାର ଅନୁଷ୍ଠିତ କ୍ୟାବିନେଟ୍‌ ବୈଠକରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri