ବିଶ୍ୱ ତମାଖୁ ନିିରୋଧ ଦିବସ

ମେ ୩୧ରେ ବିଶ୍ୱ ତମାଖୁ ନିିରୋଧ ଦିବସ ପାଳନ କରାଯାଉଛି। ତମାଖୁ ସେବନ କରି ବିଶେଷକରି ଫୁସଫୁସ ଜନିତ ରୋଗ ଏବଂ କ୍ୟାନସର ପରି ମହାମାରୀର ଶିକାର ହେଉଛନ୍ତି ଲୋକେ। ପ୍ରତିବର୍ଷ ଦେଶରେ ଧୂମପାନ ଯୋଗୁ ଲକ୍ଷାଧିକ ଲୋକ ମୃତ୍ୟୁମୁଖରେ ପଡ଼ୁଛନ୍ତି। ଏକ ଗବେଷଣାରୁ ଜଣାପଡ଼ିଛି, ଭାରତରେ ଧୂମପାନ କରୁଥିବା ୧୨ କୋଟି ଲୋକଙ୍କ ମଧ୍ୟରୁ ୧.୨୧ କୋଟି କେବଳ ମହିଳା ରହିଛନ୍ତି। ମହିଳାମାନେ ଧୂମପାନ କରୁଥିବାରୁ ସେମାନଙ୍କ ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଇଥାଏ। ସେହିପରି ଯୁବପିଢ଼ି ମଧ୍ୟ ଧୂମପାନରେ ଅଭ୍ୟସ୍ତ ହେଉଥିବାର ଲକ୍ଷ୍ୟ କରାଯାଉଛି। ଏହାକୁ ରୋକିବା ପାଇଁ କେନ୍ଦ୍ରର ନୂତନ ସ୍ବାସ୍ଥ୍ୟମନ୍ତ୍ରୀ ମେ ୩୧ରେ ଏକ ଗାଇଡ୍‌ଲାଇନ୍‌ ଜାରି କରିବାକୁ ଯାଉଛନ୍ତି। ଏହି ଗାଇଡ୍‌ଲାଇନ୍‌ ଅନୁଯାୟୀ, ଦେଶର ସମସ୍ତ ଶିକ୍ଷାନୁଷ୍ଠାନର ପ୍ରତି ଶ୍ରେଣୀରେ ଜଣେ ଲେଖାଏ ଛାତ୍ରଙ୍କୁ ‘ଟବାକୋ ମନିଟର’ କରାଯିବ। ଯେଉଁ ଅନୁଷ୍ଠାନ ତମାଖୁ ନିୟନ୍ତ୍ରଣରେ ଭଲ ଫଳାଫଳ କରିବ ସେହି ଅନୁଷ୍ଠାନକୁ ‘ଟ୍ରଫି ଇନ୍‌ଷ୍ଟିଚ୍ୟୁଟ୍‌’ର ମାନ୍ୟତା ମିଳିବ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ, ଦେଶର ସବୁ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଜରିଆରେ ତମାଖୁ ନିୟନ୍ତ୍ରଣ ନେଇ ସଚେତନତା ସୃଷ୍ଟି କରାଯିବ।

ଗାଇଡ୍‌ଲାଇନ୍‌ରେ କ’ଣ ରହିଛି ନିର୍ଦ୍ଦେଶାବଳୀ :

୧. ଶ୍ରେଣୀ ମନିଟରକୁ ଦେଖିବାକୁ ହେବ କୌଣସି ଛାତ୍ରୀଛାତ୍ର ଶ୍ରେଣୀରେ ଯେମିତି ଧୂମପାନ କ କରନ୍ତି। ଯଦି କେହି କରୁଥିବାରୁ ନଜର ପଡ଼େ, ତେବେ ସେମାନଙ୍କର ଏକ ତାଲିକା ପ୍ରସ୍ତୁତି କରିବାକୁ ପଡ଼ିବ।

୨. ବର୍ଷରେ ଦୁଇଥର ଶିକ୍ଷାନୁଷ୍ଠାନର ତମାଖୁ ନିୟନ୍ତ୍ରଣ ଉପରେ କେଉଁ କାର୍ଯ୍ୟ କରାଯାଇଛି ତାହାର ସମ୍ପୂର୍ଣ୍ଣ ତଥ୍ୟ ଦାଖଲ କରିବାକୁ ପଡ଼ିବ। ଏଥିରେ ୧୦୦ ମାର୍କ ରହିଛି। ଶିକ୍ଷାନୁଷ୍ଠାନଟି ତମାଖୁ ନିୟନ୍ତ୍ରଣ ଉପରେ କି କି ପଦକ୍ଷେପ ନେଇଛି ଏଥିରୁ ହିଁ ମାର୍କ ଦିଆଯିବ।

୩. ଯଦି କୌଣସି ଶିକ୍ଷାନୁଷ୍ଠାନକୁ ୧୦୦ରୁ ୯୦ ମାର୍କ ମିଳିଲା ତେବେ ଏହି ସଂସ୍ଥାନକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ‘ତମାଖୁ ଫ୍ରି ଇନ୍‌ଷ୍ଟିଚ୍ୟୁଟ୍‌’ ଟ୍ରଫି ମିଳିବ।