Posted inଖେଳ

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌

ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ରୋମାଞ୍ଚ କ୍ରମେ ବଢ଼ିବାରେ ଲାଗିଛି। ଏହି ଚାମ୍ପିୟନଶିପ୍‌ ଅନ୍ତର୍ଗତ ବର୍ତ୍ତମାନ ସୁଦ୍ଧା ୩ଟି ସିରିଜ ଖେଳାଯାଇ ସାରିଛି। ସେଥିରୁ ନ୍ୟୁଜିଲାଣ୍ଡ-ଶ୍ରୀଲଙ୍କା ଓ ଇଂଲଣ୍ଡ-ଅଷ୍ଟ୍ରେଲିଆ ସିରିଜ ଡ୍ର ରହିଥିବାବେଳେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ସିରିଜ ବିଜୟୀ ହେବାରେ ସକ୍ଷମ ହୋଇଛି। ଓ୍ବେଷ୍ଟଇଣ୍ଡିଜକୁ ଏହାର ଘରୋଇ
ମାଟିରେ ୨ ମ୍ୟାଚ ବିଶିଷ୍ଟ ସିରିଜରେ ହରାଇ ଭାରତ ପଏଣ୍ଟ
ଟେବୁଲର ଶୀର୍ଷରେ ରହିଛି…

ଟେଷ୍ଟ ହିଁ କ୍ରିକେଟର ଶ୍ରେଷ୍ଠ ଫର୍ମାଟ। ଟେଷ୍ଟ ଫର୍ମାଟକୁ ଆହୁରି ରୋମାଞ୍ଚକର ଏବଂ ମଜାଦାର କରିବା ପାଇଁ ଆଇସିସି ଭିନ୍ନ ପରିକଳ୍ପନା କରିଛି। ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଅନ୍ତର୍ଗତ ଭାରତ-ଓ୍ବେଷ୍ଟଇଣ୍ଡିଜ ଏବଂ ନ୍ୟୁଜିଲାଣ୍ଡ-ଶ୍ରୀଲଙ୍କା ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଏବଂ ଇଂଲଣ୍ଡ-ଅଷ୍ଟ୍ରେଲିଆ ୫ ମ୍ୟାଚ ବିଶିଷ୍ଟ ଆଶେସ ସିରିଜ ଶେଷ ହୋଇଛି। ବିଶ୍ୱ ଟି୨୦ ଚାମ୍ପିୟନ ୱେଷ୍ଟଇଣ୍ଡିଜକୁ ସମସ୍ତ ଫର୍ମାଟରେ ପରାସ୍ତ କରି ଟିମ୍‌ ଇଣ୍ଡିଆ କ୍ଲିନ ସୁଇପ୍‌ କରିଛି। ୱେଷ୍ଟଇଣ୍ଡିଜ ଗସ୍ତରେ ଯୁବ ଖେଳାଳିମାନଙ୍କୁ ନେଇ ପ୍ରଭାବୀ ପ୍ରଦର୍ଶନ କରିବା ଟିମ୍‌ ଇଣ୍ଡିଆ ପାଇଁ ନିଶ୍ଚିତ ଭାବେ ଏକ ବଡ ସଫଳତା।
ଦୁର୍ବଳ ୱେଷ୍ଟଇଣ୍ଡିଜ ଏକଦା ବିଶ୍ୱ କ୍ରିକେଟରେ ଫାଷ୍ଟ ବୋଲିଂ ପାଇଁ ବିଶେଷ ପରିଚିତ ଥିଲା। ଏହି ଦଳର ବୋଲରଙ୍କୁ ମୁକାବିଲା କରିବା ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କ ପାଇଁ ଚ୍ୟାଲେଞ୍ଜ ସଦୃଶ ଥିଲା। ମାତ୍ର ଏବେ ସେହି ଦେଶର ଦ୍ରୁତ ବୋଲିଂରେ ଧାର ନ ଥିବା ପ୍ରତୀୟମାନ ହେଉଛି। ଘରୋଇ ମାଟିରେ ଟିମ୍‌ ଇଣ୍ଡିଆର ଯୁବ ବ୍ୟାଟ୍ସମ୍ୟାନ୍‌ଙ୍କ ଉପରେ ସେମାନେ ସେପରି ପ୍ରଭାବ ପକାଇ ପାରିନାହାନ୍ତି। ଫଳରେ ବିରାଟ ବାହିନୀ ସିରିଜ ସୁଇପ ସହ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ନିଜର ଅଭିଯାନ ଆରମ୍ଭ କରିଛି। ଅନ୍ୟପକ୍ଷରେ ଭାରତୀୟ ଦ୍ରୁତ ବୋଲରମାନେ ଉଚ୍ଚକୋଟୀର ପ୍ରଦର୍ଶନ କରି ଯେପରି ୱେଷ୍ଟଇଣ୍ଡିଜ ବ୍ୟାଟିଂ ଲାଇନକୁ ଧ୍ୱସ୍ତ କଲେ ତାହା ପ୍ରଶଂସାଯୋଗ୍ୟ। ଯଶପ୍ରୀତ୍‌ ବୁମରା ଭାରତ ପାଇଁ ମୁଖ୍ୟ ଦ୍ରୁତ ବୋଲର ସାବ୍ୟସ୍ତ ହୋଇଥିଲେ ମଧ୍ୟ ଅଭିଜ୍ଞ ମହମ୍ମଦ ସାମି ଏବଂ ଇଶାନ୍ତ ଶର୍ମା ମଧ୍ୟ ଚମକତ୍ାର ପ୍ରଦର୍ଶନ କରିବାରେ ସଫଳ ହୋଇଥିଲେ। ଟେଷ୍ଟ ବୋଲର ହିସାବରେ ଇଶାନ୍ତ ଶର୍ମା ଯଥେଷ୍ଟ ଉନ୍ନତି କରିବା ସହିତ ବଲରେ ବିବିଧତା ଆଣିବାରେ ସକ୍ଷମ ହୋଇଥିଲେ। ଟିମ୍‌ ଇଣ୍ଡିଆ ଆଗକୁ ଦେଶ ବିଦେଶରେ ଖେଳିବାକୁ ଥିବା ଟେଷ୍ଟ ସିରିଜ ପ୍ରସ୍ତୁତ। ବୁମରା, ସାମି, ଇଶାନ୍ତ ଏବଂ ଉମେଶ ଯାଦବ ଭାରତୀୟ ପେସ ବୋଲିଂର ମୁଖ୍ୟ ଅସ୍ତ୍ର। ଅଗଷ୍ଟ ୧ରୁ ଆଇସିସି ଦ୍ୱାରା ଘୋଷିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଇଂଲଣ୍ଡ-ଅଷ୍ଟ୍ରେଲିଆ ଆଶେସ୍‌ ସିରିଜରୁ ଆରମ୍ଭ ହୋଇଥିଲା। ୱେଷ୍ଟଇଣ୍ଡିଜ ବିପକ୍ଷରେ ୨ଟି ଟେଷ୍ଟ ବିଜୟ ଦ୍ୱାରା ଭାରତ ୧୨୦ ପଏଣ୍ଟ ସହିତ ଟେବୁଲର ପ୍ରଥମସ୍ଥାନ ଅଧିକାର କରିଛି। ନ୍ୟୁଜିଲାଣ୍ଡ-ଶ୍ରୀଲଙ୍କା ସିରିଜ ୧-୧ରେ ଡ୍ର ରହିଥିଲା। ଫଳରେ ଉଭୟ ଦଳ ୬୦ ପଏଣ୍ଟ ଲେଖାଏ ପାଇ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ୫ ମ୍ୟାଚ ବିଶିଷ୍ଟ ଆଶେସ ସିରିଜରେ ଅଷ୍ଟ୍ରେଲିଆ ୨ଟି ଏବଂ ଇଂଲଣ୍ଡ ୨ଟି ମ୍ୟାଚ ଜିତିଥିବାବେଳେ ଗୋଟିଏ ଟେଷ୍ଟ ଡ୍ର ରହିଥିଲା। ଫଳରେ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ୫୬ ପଏଣ୍ଟ ଲେଖାଏ ପାଇ ଯଥାକ୍ରମେ ୪ର୍ଥ ଓ ୫ମ ସ୍ଥାନରେ ରହିଛନ୍ତି। ଓ୍ବେଷ୍ଟଇଣ୍ଡିଜ ୨ଟି ଯାକ ଟେଷ୍ଟ ହାରିଥିବାରୁ ପଏଣ୍ଟ ଖାତା ଖୋଲି ପାରିନାହିଁ। ଦକ୍ଷିଣ ଆଫ୍ରିକା, ବାଂଲାଦେଶ ଓ ପାକିସ୍ତାନ ଏହି ଚାମ୍ପିୟନଶିପ୍‌ ଅନ୍ତର୍ଗତ ଟେଷ୍ଟ ଖେଳିବା ଆରମ୍ଭ କରି ନାହାନ୍ତି।
ଟେଷ୍ଟ କ୍ରିକେଟ ଏବଂ ଡେଜ୍‌ ମ୍ୟାଚର ଫର୍ମାଟକୁ ଉଜ୍ଜୀବିତ କରି ରଖିବାକୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଏକ ଅଭିନବ ପ୍ରୟାସ। ଏପରି ଏକ ଉଦ୍ୟମ ପାଇଁ ଆଇସିସିକୁ ବିଶ୍ୱର କୋଣ ଅନୁକୋଣରୁ ଭୂୟସୀ ପ୍ରଶଂସା ମିଳିଛି। ୨୦୧୯ରୁ ଆଶେସ୍‌ ସିରିଜରୁ ଆରମ୍ଭ ହୋଇ ୨୦୨୧ ପର୍ଯ୍ୟନ୍ତ ଟେଷ୍ଟ ପ୍ଲେଇଂ ଦେଶଗୁଡିକ ମଧ୍ୟରେ ମ୍ୟାଚ/ସିରିଜ ଅନୁଷ୍ଠିତ ହେବ। ଶେଷରେ ଦୁଇବର୍ଷର ଫଳାଫଳକୁ ନେଇ ପଏଣ୍ଟ ଟେବୁଲର ଶୀର୍ଷରେ ଥିବା ଦୁଇ ଦଳ ମଧ୍ୟରେ ୨୦୨୧ ଜୁନ୍‌ରେ ଇଂଲଣ୍ଡରେ ଫାଇନାଲ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗର ୯ଟି ସଫଳ ଦେଶକୁ ନେଇ ଏହି ଚାମ୍ପିୟନଶିପ୍‌ ଖେଳାଯାଉଛି। ଜିମ୍ବାୱେ ଦଳକୁ ଆଇସିସି ବାସନ୍ଦ କରିଥିବା ବେଳେ ନୂତନ ଭାବେ ଟେଷ୍ଟ କ୍ୟାପ ପାଇଥିବା ଆଫଗାନିସ୍ତାନ ଏବଂ ଆୟର୍ଲାଣ୍ଡ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସୁଯୋଗ ପାଇ ନାହାନ୍ତି। ଆଇସିସିର ନିୟମ ଅନୁସାରେ ଏହି ୯ଟି ଦେଶ ଆଗାମୀ ଦୁଇବର୍ଷ ମଧ୍ୟରେ ୬ଟି ଲେଖାଏ ଦ୍ୱିପାକ୍ଷିକ ସିରିଜ ଖେଳିବେ। ଏହା ସେମାନଙ୍କର ବୋର୍ଡ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆଇସିସି ଅନୁମୋଦନ ହୋଇଥିବା ଆବଶ୍ୟକ। ଏଥିପାଇଁ ପ୍ରତ୍ୟେକ ଦେଶ ନିର୍ଦ୍ଧାରିତ ୬ଟି ସିରିଜ ମଧ୍ୟରୁ ୩ଟି ସିରିଜ ନିଜ ମାଟିରେ ଖେଳିବାକୁ ଥିବା ବେଳେ ଅନ୍ୟ ୩ଟି ସିରିଜ ବିଦେଶରେ ଖେଳିବା ବାଧ୍ୟତାମୂଳକ। ମାତ୍ର ଏହି ପ୍ରତିଯୋଗିତାରେ ଭାଗ ନେଉଥିବା ୯ଟି ଦେଶ ପ୍ରତି ଦଳ ବିପକ୍ଷରେ ଖେଳିବା ବାଧ୍ୟତାମୂଳକ ନୁହେଁ। ପ୍ରତ୍ୟେକ ଦଳ ୮ଟି ଟିମ୍‌ ବିପକ୍ଷରେ ନ ଖେଳି ୬ଟି ଦଳ ସହିତ ଖେଳିବା ଆବଶ୍ୟକ। ପ୍ରତ୍ୟେକ ସିରିଜ ପାଇଁ ୧୨୦ ପଏଣ୍ଟ ରହିଥିବା ବେଳେ କୌଣସି ଦ୍ୱିପାକ୍ଷିକ ସିରିଜରେ ଦୁଇଟିରୁ ପାଞ୍ଚୋଟି ଟେଷ୍ଟ ରହିବ।
ଟିମ୍‌ ଇଣ୍ଡିଆ ଆଗାମୀ ଦୁଇ ବର୍ଷ ମଧ୍ୟରେ ଘରୋଇ ପରିବେଶରେ ୩ଟି ଓ ବାହାରେ ୩ଟି ଟେଷ୍ଟ ସିରିଜ ଖେଳିବ। ଘରୋଇ ଟେଷ୍ଟ ସିରିଜ ଦକ୍ଷିଣ ଆଫ୍ରିକା, ବାଂଲାଦେଶ ଏବଂ ଇଂଲଣ୍ଡ ମଧ୍ୟରେ ଖେଳିବା କାର୍ଯ୍ୟକ୍ରମ ରହିଛି। ବିଦେଶ ମାଟିରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ୨ ମ୍ୟାଚ ବିଶିଷ୍ଟ ସିରିଜ ଖେଳି ସାରିଥିବାବେଳେ ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ସହିତ ଆଗକୁ ଖେଳିବାକୁ ଅଛି। ଆସନ୍ତା ଅକ୍ଟୋବର, ନଭେମ୍ବରରେ ଦକ୍ଷିଣ ଆଫ୍ରିକା ସହିତ ଘରୋଇ ମାଟିରେ ୩ଟି ଟେଷ୍ଟ, ନଭେମ୍ବରରେ ବାଂଲାଦେଶ ସହିତ ୨ଟି ଟେଷ୍ଟ, ୨୦୨୦ ଫେବୃୟାରୀରେ ବିଦେଶରେ ନ୍ୟୁଜିଲାଣ୍ଡ ସହିତ ୨ଟି ଟେଷ୍ଟ, ଏହିବର୍ଷ ଡିସେମ୍ବରରେ ଅଷ୍ଟ୍ରେଲିଆ ସହିତ ୪ଟି ଟେଷ୍ଟ ଏବଂ ୨୦୨୧ ଜାନୁୟାରୀ-ଫେବୃୟାରୀରେ ଘରୋଇ ମାଟିରେ ଇଂଲଣ୍ଡ ସହିତ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ।
କ୍ରିକେଟ୍‌ର ଏହି ପାରମ୍ପରିକ ଫର୍ମାଟର ପରିକଳ୍ପନା ବାସ୍ତିବକ୍‌ ପ୍ରଶଂସାଯୋଗ୍ୟ। ଦିନକୁ ଦିନ ଟେଷ୍ଟ ମ୍ୟାଚରୁ କ୍ରୀଡାପ୍ରେମୀଙ୍କ ଆଗ୍ରହ କମିଯାଉଥିବାରୁ ଆଇସିସିର ଏହି ନୂତନ ପରିକଳ୍ପନାକୁ ସବୁ ଦେଶରୁ ପୂର୍ଣ୍ଣ ସମର୍ଥନ ମିଳିବାକୁ ଲାଗିଛି। ସମସ୍ତ ପୁରାତନ ଟେଷ୍ଟ ଖେଳାଳି ଏହାକୁ ସ୍ବାଗତ କରିବା ସହ ନୂଆ ପଦକ୍ଷେପ ଟେଷ୍ଟକୁ ନୂଆ ରୂପ ଦେବ ବୋଲି କହିଛନ୍ତି। ଗତ ଆଶେସ ଟେଷ୍ଟର ୩ୟ ମ୍ୟାଚରେ ଅମ୍ପାୟରଙ୍କ ଭୂମିକାକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା। ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡର ଅନୁରୋଧ କ୍ରମେ ଆଇସିସି ଅମ୍ପାୟର ଜୋଏଲ ୱିଲ୍‌ସନ୍‌ ଏବଂ କ୍ରିସ୍‌ ଗାଫନିଙ୍କୁ ମ୍ୟାଚ ପରିଚାଳନାରୁ ଅନ୍ତର କରିଥିଲା। ଡିଆରଏସ୍‌କୁ ନେଇ ମଧ୍ୟ ସମାଲୋଚନା ଆରମ୍ଭ ହୋଇଛି। ଏପରିକି ଆଇସିସିର ଟେକ୍ନିକାଲ୍‌ କମିଟି ଏହାକୁ ପୁନର୍ବିଚାର କରିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ସମ୍ମତି ଦେଇଛି। ଏଥିମଧ୍ୟରେ ’କ୍ୟାରମ ବଲ୍‌’ର ଜନକ ରହସ୍ୟମୟ ଶ୍ରୀଲଙ୍କା ସ୍ପିନର ଅଜନ୍ତା ମେଣ୍ଡିସ ନିଜର ଆକସନ୍‌ ପାଇଁ ଦୀର୍ଘ ୪ବର୍ଷ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିବା ପରେ ଅବସର ଘୋଷଣା କରିଛନ୍ତି। ୨ୟ ଟେଷ୍ଟରେ ଯଶପ୍ରୀତ ବୁମରା ହ୍ୟାଟ୍ରିକ୍‌ ନେବାପରେ ପୂର୍ବତନ ଖେଳାଳି ଏବଂ ବର୍ତ୍ତମାନର କ୍ରିକେଟ ଭାଷ୍ୟକାର ଇଆନ୍‌ ବିଶପ୍‌ ତାଙ୍କର ବୋଲିଂ ଆକସନ୍‌କୁ ନେଇ ସନ୍ଦେହ ପ୍ରକାଶ କରିଥିଲେ। ଜିମ୍ବାୱେର ପୁନଃ ପ୍ରତ୍ୟାବର୍ତ୍ତନକୁ ନେଇ ଆଲୋଚନା ଚାଲିଥିବା ବେଳେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ପରିକଳ୍ପନାର ବାସ୍ତବତା ଏବଂ ସଫଳତା ଆଇସିସି ପାଇଁ ବେଶ୍‌ ଚ୍ୟାଲେଞ୍ଜ ସୃଷ୍ଟି କରିବ।

ପଏଣ୍ଟ ଟେବୁଲ
ଦଳ ମ୍ୟାଚ ଜିତିଛି ହାରିଛି ଡ୍ର ପଏଣ୍ଟ
ଭାରତ ୨ ୨ ୦ ୦ ୧୨୦
ନ୍ୟୁଜିଲାଣ୍ଡ ୨ ୧ ୧ ୦ ୬୦
ଶ୍ରୀଲଙ୍କା ୨ ୧ ୧ ୦ ୬୦
ଅଷ୍ଟ୍ରେଲିଆ ୫ ୨ ୨ ୧ ୫୬
ଇଂଲଣ୍ଡ ୫ ୨ ୨ ୧ ୫୬
ଓ୍ବେଷ୍ଟଇଣ୍ଡିଜ ୨ ୦ ୨ ୦ ୦
ଦ.ଆଫ୍ରିକା ୦ ୦ ୦ ୦ ୦
ବାଂଲାଦେଶ ୦ ୦ ୦ ୦ ୦
ପାକିସ୍ତାନ ୦ ୦ ୦ ୦ ୦

-ନିର୍ମଳ କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri