ବିଶ୍ୱ ଆଦିବାସୀ ମହାସଂଘ ପକ୍ଷରୁ ଧାରଣା

ଯୋଡ଼ା, ୧୫।୧୧(ଡି.ଏନ.ଏ.)- ହୀଦ ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜନ୍ମ ଦିବସ ପାଳନ ଅବସରରେ ବିଶ୍ୱ ଆଦିବାସୀ ମହାସଂଘ ପକ୍ଷରୁ ଶୁକ୍ରବାର ପୁର୍ବାହ୍ନରେ କେନ୍ଦୁଝର ଜିଲା ଯୋଡା ବ୍ଲକ କାର୍ଯ୍ୟାଳୟ ସମୁଖରେ ୧୦ ଦଫା ଦାବି ନେଇ ଧାରଣା ଦିଆଯାଇଥିଲା। ଯୋଡା ବ୍ଲକ ବିଡିଓ ଯୋଗେନ୍ଦ୍ର ନାଏକଙ୍କ ନିକଟରେ ମହାସଂଘ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଥିଲା । କେନ୍ଦୁଝର ଜିଲାରୁ ସଂଗ୍ରହ କରାଯାଉଥିବା ଡିଏମଏଫ ପାଣ୍ଠି ଅର୍ଥର କିଛି ଅଂଶକୁ ଜିଲାର ରାସ୍ତା ଘାଟର ଉନ୍ନତି ନିମନ୍ତେ ଖର୍ଚ୍ଚ କରାଯିବା , ଜିଲା ଟ୍ରାଇବାଲ ଡେଭେଲପମେଣ୍ଟ ପାଣ୍ଠିରେ ସଂଗୃହୀତ ଅର୍ଥକୁ ଜିଲାବାସୀଙ୍କ ହିତରେ ବିନିଯୋଗ କରାଯିବା, ଜିଲାରୁ ଲୁହାପଥର କେବଳ ପାରାଦୀପକୁ ନ ପଠାଇ ଏଠାରେ ବୃହତ ଇସ୍ପାତ କାରଖାନ ପ୍ରତିଷ୍ଠା , ବେକାର ଯୁବକଙ୍କୁ ନିଯୁକ୍ତି ଦେଇ ଦାଦନ ଖଟିବାକୁ ଯାଉଥିବା ଗରିବ ଆଦିବାସୀ ପିଲାଙ୍କୁ ରୋକିବା, ଗରିବ ଶ୍ରେଣୀର ଗୁରୁତର ରୋଗୀଙ୍କୁ କଟକ ସ୍ଥାନାନ୍ତର ନ କରିବା ସକାଶେ ଜିଲାରେ ହାଇଟେକ୍‌ ମେଡିକାଲ ସ୍ଥାପନ ଲାଗି ଦାବି କରଯାଇଥିଲା। ସେହିପରି ଜିଲାରେ ପ୍ରଭାହିିତ ବୈତରଣୀ ନଦୀର ପାଣିକୁ ଚାଷଜମିକୁ ଯୋଗାଇ ଦେବା, ଭଲ ଖାଦ୍ୟଶସ୍ୟ ଉପତ୍ାଦନ ଲାଗି ପ୍ରତି ବ୍ଲକରେ କୃଷି ଶିକ୍ଷା କେନ୍ଦ୍ର ଖୋଲିବା, ସମସ୍ତ ଘରୋଇ ବିଦ୍ୟାଳୟକୁ ସରକାରୀ ଘୋଷଣା , ଜଙ୍ଗଲଜମିରେ ବସବାସ କରୁଥିବା ଆଦିବାସୀଙ୍କୁ ଘରବାଡି ପଟ୍ଟା ପ୍ରଦାନ ସହ ଯୋଡା, ବଡବିଲ ଅଞ୍ଚଳର ଲୋକଙ୍କୁ ଘରବାଡି ପଟ୍ଟା ପ୍ରଦାନ, ହୋଲ୍ଡିଂ ଟ୍ୟାକ୍ସ ଗ୍ରହଣ କରାଯାଉଥିବା ବ୍ୟକ୍ତିଙ୍କଠାରୁ ଖଜଣା ଆଦାୟ ଓ) ବିଦେଶୀ ମଦ ଦୋକାନ ଗୁଡିକୁ ତୁରନ୍ତ ବନ୍ଦ କରିବାକୁ ଦାବି କରାଯାଇଛି। ବିଶ୍ୱ ଆଦିବାସୀ ମହାସଂଘର ସଭାପତି ସୁଦର୍ଶନ ଲୋହାର ଏସବୁ ଦାବି ହାସଲ ନିମନ୍ତେ ଆହ୍ବାନ ଦେଇ ଜିଲାର ସବୁ ଆଦିବାସୀ ସଂଗଠିତ ହୋଇ ଲଢିବେ ବୋଲି ଚେତାବନୀ ଦେଇଥିଲେ।