ବିଶ୍ୱ ଆଦିବାସୀ ଦିବସ ସମାରୋହ

କର୍ଲାମୁଣ୍ଡା,୧୦।୮(ଡି.ଏନ.ଏ.)
କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବ୍ରା ରାଜୀବଗାନ୍ଧୀ ସେବାକେନ୍ଦ୍ରଠାରେ ବ୍ଲକସ୍ତରୀୟ ବିଶ୍ୱ ଆଦିବାସୀ ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ଆରମ୍ଭରେ ମୁଗଲାଲ ମାଝିଙ୍କ ଦ୍ୱାରା ଦେବାଦେବୀଙ୍କୁ ପୂଜାର୍ଚ୍ଚନା ପରେ ଯୋରାଡବ୍ରା ଗ୍ରାମ୍ୟ ପରିକ୍ରମା ହୋଇଥିଲା। ଏହା ପରେ ଯୋରାଡବ୍ରା ପଞ୍ଚାୟତ ଆଦିସ୍କନ୍ଦ ସମାଜ ସଭାପତି ଭୀମ ଭୋଇଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ବାଲାଙ୍ଗୀର ଜିଲାର ଶିକ୍ଷାବିତ୍‌ ଗୌତ୍ତମ ଖେତି, ମୁଖ୍ୟବକ୍ତା ଭାବେ ଓଡିଆ ଅଧ୍ୟାପକ କୈତୁକ ପନ୍ଦର, ସମ୍ମାନିତ ଅତିଥି ଭାବେ ମେଦିନୀଧର ଜାନୀ, ସଇଁତଲା ବ୍ଲକ ଆଦିବାସୀ ନେତା ଗୁଣସାଗର ମାଝି, ବୀରକମଳ ମଇଦାନ ଅସୁରଗଡର ଉପସଭାପତି ରାଜକିଶୋର ମାଝି, ସମ୍ପାଦକ ଲୋକନାଥ ଭୋଇ, ଜିଲା ଆଦିସ୍କନ୍ଦ ସମାଜର ଉପସଭାପତି କଂସ ପ୍ରସାଦ ଯାନୀ, ବ୍ଲକ ଆଦିସ୍କନ୍ଦ ସମାଜର ଉପସଭାପତି ନୈରୁତ ଯାନୀ, ଯୋରାଡବ୍ରା ପଞ୍ଚାୟତ ଆଦିସ୍କନ୍ଦ ସମାଜ ସମ୍ପାଦକ ନନ୍ଦି କିଶୋର ଭୋଇ, ନର୍ଲା ୧ ନଂ ଜୋନ ଜିଲା ପରିଷଦ ସଭ୍ୟ ସରୋଜ କୁମାର ମାଝି, ସମାଜ ସଂସ୍କାରକ ମାଧବ ଭୋଇ ପ୍ରମୁଖ ଯୋଗଦେଇ ଭାରତୀୟ ସମ୍ବିଧାନ ଓ ଆଦିବାସୀମାନଙ୍କ ନ୍ୟାର୍ଯ୍ୟ ଦାବି, ବିଭିନ୍ନ ଧାରା ତଥା ଜମି, ଜଳ, ଜଙ୍ଗଲ ଉପରେ ଆଲୋଚନା କରିବା ସହ ଯୁବ ଗୋଷ୍ଠୀ ଓ ମହିଳାଙ୍କୁ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ। ଆଗାମୀ ଦିନରେ ପଞ୍ଚାୟତସ୍ତରରେ ଆଦିବାସୀ ଦିବସକୁ ପାଳନ କରିବା ସହ ଭୀମା ବାର୍ଷିକ ପୁସ୍ତକ ବିଶେଷାଙ୍କ ୨୦୨୦ ପ୍ରକାଶନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥିର କରାଯାଇଥିଲା। ସଭା କାର୍ଯ୍ୟରେ ଯୁବସଙ୍ଗଠକ ତରୁଣ ଯାନୀ ମଞ୍ଚ ପରିଚାଳନା କରିଥିବା ବେଳେ ଯୁବ ସଙ୍ଗଠକ ଡମ୍ବରୁଧର ମାଝି ଧନ୍ୟବାଦ ଅର୍ପଣ କରିଥିଲେ।