ବିଶ୍ୱାସୀ ପ୍ରେମିକ ଖୋଜୁଛନ୍ତି ମାହି ଗିଲ୍‌: ଶୁକ୍ରବାର ରିଲିଜ୍‌ ହେବ ଦବଙ୍ଗ-୩

ମୁମ୍ବାଇ: ବଲିଉଡ୍‌ର ବୋଲ୍ଡ ଅଭିନେତ୍ରୀ ମାହି ଗିଲ୍‌ ଗୁରୁବାର ୪୪ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୭୫ ଡିସେମ୍ବର ୧୯ରେ ସେ ଚଣ୍ଡିଗଡ଼ଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ରିମ୍ପି କୌର ଗିଲ୍‌। ୧୮ ବର୍ଷ ବୟସରେ ତାଙ୍କର ବିବାହ ହୋଇଥିଲା। ତେବେ ପାରିବାରିକ ଅଶାନ୍ତିରୁ ତାଙ୍କର ଛାଡ଼ପତ୍ର ହୋଇଯାଇଥିଲା। ୨୦୦୭ରେ ଖୋୟା ଖୋୟା ଚାନ୍ଦ୍‌ ଫିଲ୍ମରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଦେବ୍‌-ଡିରେ ସେ ପାରୋ ଭୂମିକାରେ ଅଭିନୟ କରିଥିଲେ। ଦବଙ୍ଗ-୨ରେ ସେ ଅଭିନୟ କରିବାକୁ ଖୁସିରେ ରାଜି ହୋଇଥିଲେ। ସେ ଭାବିଥିଲେ ହୁଏତ ସଲମାନ୍‌ ଖାଁଙ୍କ ସହିତ ତାଙ୍କ କିଛି ସିନ୍‌ ଥିବ ବୋଲି ମାତ୍ର ଅରବାଜ୍‌ ଖାଁଙ୍କ ସହିତ ତାଙ୍କର ଥିଲା ସିନ୍‌। ମନ ତାଙ୍କର ଦୁଃଖରେ ଭରିଯାଇଥିଲା। ସେ ସଲମାନଙ୍କ ସହିତ ଅନ୍ତରଙ୍ଗ ସିନ୍‌ କରିବାକୁ ଆଗ୍ରହୀ ଥିଲେ। ଏବେ ତାଙ୍କର ନୂଆ ଫିଲ୍ମ ଦବଙ୍ଗ-୩ ପରଦାକୁ ୨୦୧୯ ଡିସେମ୍ବର ୨୦ରେ ଆସିବ। ଫିଲ୍ମରେ ତାଙ୍କର ଅଭିନୟକୁ ଦର୍ଶକ ପସନ୍ଦ କରିବେ ବୋଲି ସେ ଆଶା କରୁଛନ୍ତି। ବୋଲ୍ଡ ସିନ୍‌ ଦେଇ ପରଦାରେ ଦର୍ଶକଙ୍କୁ ଆକୃଷ୍ଟ କରିଥିବା ମାହି ଜଣେ ବିଶ୍ୱାସୀ ପ୍ରେମିକଙ୍କୁ ଖୋଜୁଥିବା ବଲିଉଡ୍‌ରେ ଚର୍ଚ୍ଚା ହେଉଛି। ଜୁଲାଇ ୨୦୧୯ଠାରୁ ସେ ତାଙ୍କର ଜଣେ ବୟ ଫ୍ରେଣ୍ଡ୍‌ଙ୍କ ସହିତ ରହୁଛନ୍ତି। ଇତି ମଧ୍ୟରେ ତାଙ୍କର ଝିଅ ୨୦୧୯ ଅଗଷ୍ଟରେ ୩ ବର୍ଷରେ ପଦାର୍ପଣ କରିଛନ୍ତି।

Share