ବିଶ୍ୱାବସୁ ଶବର ରାଜା ବଂଶଧର ଜାତିଆଣ ବୈଠକ ଶବର ଜାତିର ସମସ୍ୟା ଉପରେ ଗୁରୁତ୍ୱ

ଖଣ୍ଡପଡ଼ା,୨୬ା୧(ସ୍ବ.ପ୍ର.): ଭାପୁର ବ୍ଲକ ଧାନଚେଙ୍ଗଡା ପଞ୍ଚାୟତ କାଳିଆପଲ୍ଲୀରେ ଶନିବାର ବିଶ୍ୱାବସୁ ଶବର ରାଜା ବଂଶଧର ଜାତିଆଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ମୁରଲୀ ନାୟକ ସଭାପତିତ୍ୱ କରିଥିବା ବେଳେ ବଲାଙ୍ଗୀର ଜିଲାର ଆଦିବାସୀ ନେତା ସତ୍ୟ ନାରାୟଣ ଭୋଇ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଏଥିରେ ମୁଖ୍ୟତଃ ଆଦିବାସୀ ସମ୍ପ୍ରଦାୟ ଶବର ଜାତିର ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ୱ ଦିଆଯାଇଥିଲା। କାଳିଆପଲ୍ଲୀରେ ଶବର ଜାତିର ଲୋକେ ଦୀର୍ଘବର୍ଷରୁ ବସବାସ କରୁଥିଲେ ମଧ୍ୟ ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚତ୍ତ। ଜଙ୍ଗଲ ଜମି ପଟ୍ଟା ମିଳୁ ନ ଥିବାବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ବିଜୁ ପକ୍କାଘର ଯୋଜନାରେ ଅଣଦେଖା କରାଯାଉଛି। ସେହିପରି ଶ୍ରମ କାର୍ଡ, ବ୍ୟକ୍ତିଗତ ଋଣ ମଧ୍ୟ ମିଳୁନାହିଁ। ଆଦିବାସୀ ମହିଳାଙ୍କ ଦ୍ୱାରା ଗଠନ କରାଯାଇଥିବା ସ୍ବୟଂସହାୟକ ଗୋଷ୍ଠୀକୁ ସରକାରଙ୍କ ଯୋଜନା କ୍ରମେ ବ୍ୟାଙ୍କ ଋଣ ମିଳୁ ନ ଥିବାରୁ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଅପରପକ୍ଷେ ସେମାନଙ୍କ ଘରବାରି ଓ ଜମିପଟ୍ଟା ପାଉତିରେ ଶବର ଜାତି ଉଲ୍ଲେଖ ଥିବାବେଳେ ଭୁଲକ୍ରମେ ଅନେକ ବ୍ୟକ୍ତିଙ୍କ ଜାତି ଏସ୍‌ସି (ଅନୁସୂଚିତ ଜାତି) ତାଲିକା ଭୁକ୍ତ କରାଯାଇଥିବାରୁ ସେମାନଙ୍କୁ ଆବାସ ଯୋଜନାରେ ସାମିଲ କରିବା ପାଇଁ ସମସ୍ୟା ସୃଷ୍ଟି ହେଉଥିବା ଆଲୋଚନା ହୋଇଥିଲା। ଏହି ସମ୍ପ୍ରଦାୟର ଲୋକମାନଙ୍କ ଜାତି ତାଲିକାର କ୍ରମିକ ନମ୍ବର ୫୯ରେ ଶଅର ଲେଖା ଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଅବହେଳା ଯୋଗୁ ଏମାନେ ଆଦିବାସୀ ସମ୍ପ୍ରଦାୟର ସମସ୍ତ ସାମ୍ବିଧାନିକ ସୁବିଧାରୁ ବଞ୍ଚତ୍ତ ହୋଇଛନ୍ତି। ଏ ନେଇ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା। ମୁଖ୍ୟଅତିଥି ଭୋଇ କହିଥିଲେ, ଏହି ସମ୍ପ୍ରଦାୟର ଲୋକଙ୍କୁ ବିନା ରେକର୍ଡପତ୍ରରେ ୫୦ ହଜାର ଟଙ୍କା ବ୍ୟକ୍ତିଗତ ଋଣ ଦେବାର ନିୟମ ରହିଥିଲେ ହେଁ ଏଥିପ୍ରତି ଅଣଦେଖା କରାଯାଉଛି। ଏହାଛଡା ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାରୁ ଏମାନେ ବଞ୍ଚତ୍ତ ହେଉଛନ୍ତି। ଏ ଦିଗରେ ସେ ବ୍ୟକ୍ତିଗତ ଭାବରେ ଜିଲା ପ୍ରଶାସନ ସହିତ ଆଲୋଚନା କରି ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଭାବେ ପରିବେଶବିତ୍‌ ଅନ୍ତର୍ଯ୍ୟାମୀ ସାହୁ ଯୋଗଦେଇ କାଳିଆପଲ୍ଲୀ ଗ୍ରାମବାସୀଙ୍କ ସହଯୋଗରେ ସୃଷ୍ଟି କରାଯାଇଥିବା ଲଳିତ ଉଦ୍ୟାନ ସହିତ ଗ୍ରାମର ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରାଯାଇଥିବା ସୂଚନା ଦେଇଥିଲେ। ବୈଠକରେ କାଳିଆପଲ୍ଲୀ ଗ୍ରାମ ସମେତ ଆଖପାଖ ଅଞ୍ଚଳର ୩୦ ଆଦିବାସୀ ଗ୍ରାମରୁ ୫ଶହରୁ ଊର୍ଦ୍ଧ୍ୱ ବ୍ୟକ୍ତି ଯୋଗଦେଇଥିଲେ । ଗ୍ରାମର ବ୍ରଜବନ୍ଧୁ ବେହେରା, ବିଦ୍ୟାଧର ବେହେରା, ଦିଲୀପ କୁମାର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାରିପଦାରେ ଲଜ୍ଜା: ୫ ବର୍ଷର ଶିଶୁ କନ୍ୟାକୁ ବିସ୍କୁଟ୍ ଲୋଭ ଦେଖାଇ ବଳାତ୍କାର

ବାରିପଦାରେ,୧୭।୧୨: ମୟୂରଭଞ୍ଜ ଜିଲା ବାରିପଦା ସହରରେ ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରାଯାଇଥିବା ନେଇ ସାଂଘାତିକ...

ମୋଦିଙ୍କୁ ନେଇ ଏମିତି କହିଦେଲେ ଟ୍ରମ୍ପ: ବିଶ୍ୱରେ ପଡ଼ିଗଲା ଚହଳ

ଓ୍ବାଶିଂଟନ୍‌,୧୭।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ‘ମହାନ ବନ୍ଧୁ’ ଭାବରେ ବର୍ଣ୍ଣନା କରିଛନ୍ତି।...

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲା ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri