Posted inଖେଳ

ସଚିନଙ୍କଠାରୁ ଧୋନୀ: ଏହି ୫ ଖେଳାଳି ସେନା ପୋଷାକ ପିନ୍ଧି ଉଡାଇଥିଲେ ତ୍ରିରଙ୍ଗା

ଭାରତୀୟ କ୍ରିକେଟ ଦଳର ଏମିତି କିଛି ଖେଳାଳି ଅଛନ୍ତି, ଯେଉଁମାନେ ଭାରତୀୟ ସେନାରେ ନିଜକୁ ସାମିଲ କରିଛନ୍ତି। ହେମୁ ଅଧିକାରୀ, ମହେନ୍ଦ୍ର ସିଂ ଧୋନୀ, ସଚିନ ତେନ୍ଦୁଲକର ଏବଂ ସିକେ ନାଇଡୁଙ୍କ ଭଳି ଖେଳାଳି କ୍ରିକେଟ ସହ ଭାରତୀୟ ସେନାର ବିଭିନ୍ନ ଉଚ୍ଚ ପଦବୀରେ ରହିଥିଲେ। ବିଭିନ୍ନ ସ୍ଥାନରେ ସେନା ପୋଷାରେ ସେମାନଙ୍କୁ ତ୍ରିରଙ୍ଗା ଉଡାଉ ଥିବା ଦେଖାଯାଇଥିଲା।

ହେମୁ ଅଧିକାରୀ
ଭାରତୀୟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ହେମୁ ଅଧିକାରୀ ଭାରତୀୟ ସେନାରେ ଲ୍ୟୁଟନାଣ୍ଟ କଲୋନେଲ ଥିଲେ। ହେମୁ ଭାରତ ପକ୍ଷରୁ ୨୧ଟି ଟେଷ୍ଟ ଖେଳି ୮୭୨ ରନ୍‌ କରିଥିଲେ। ସେ ପ୍ରଥମ ଭାରତୀୟ ଖେଳାଳି ଭାବେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଶତକ ଅର୍ଜନ କରିଥିଲେ।

 

ସିକେ ନାଇଡୁ
ଭାରତୀୟ କ୍ରିକେଟ ଦଳର ପ୍ରଥମ ଅଧିନାୟକ ସିକେ ନାଇଡୁ ୧୯୨୩ରେ ହୋଲକର ରାଜାଙ୍କ ନିମନ୍ତ୍ରଣରେ ଇନ୍ଦୋର ପହଞ୍ଚିଥିଲେ। ତାଙ୍କ ପୂରା ନାମ କର୍ନେଲ କୋଟ୍ଟେରୀ ନାଇଡୁ ଥିଲା। ହୋଲକର ରାଜା ତାଙ୍କୁ ସେନାର କଲାନେଲ ପଦରେ ନିଯୁକ୍ତ କରିଥିଲେ। ସିକେ ନାଇଡୁ ଭାରତ ପକ୍ଷରୂୁ ୭ଟି ଟେଷ୍ଟ ଖେଳି ୩୫୦ ରନ କରିଥିଲେ।

କପିଳ ଦେବ
ଭାରତକୁ ପ୍ରଥମ ବିଶ୍ୱକପ୍‌ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କପିଳ ଦେବ ୨୦୦୮ରେ ଭାରତୀୟ ସେନାର ଲ୍ୟୁଟନାଣ୍ଟ କଲୋନେଲ ଭାବେ ନିଯୁକ୍ତ ପାଇଥିଲେ।

ସଚିନ ତେନ୍ଦୁଲକର
ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଭାରତୀୟ ବାୟୁସେନା ଗ୍ରୁପ୍‌ କ୍ୟାପ୍ଟେନ୍‌ ର଼୍ୟାଙ୍କ୍‌ ପ୍ରଦାନ କରାଯାଇଥିଲା। ପ୍ରଥମ କ୍ରିକେଟର ଭାବେ ସେ ଏହି ସମ୍ମାନର ଅଧିକାରୀ ହୋଇଥିଲେ।

ମହେନ୍ଦ୍ର ସିଂ ଧୋନୀ
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଭାରତୀୟ ସେନାର ଲ୍ୟୁଟନାଣ୍ଟ କଲୋନେଲ ପଦ ଦିଆଯାଇଥିଲା। ଧୋନୀ ଟେରିଟୋରିଆଲ ଆର୍ମିରେ ଟ୍ରେନିଂ ମଧ୍ୟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: କୋଭିଡକୁ ନେଇ ସରକାର…

ଭୁବନେଶ୍ୱର,୧୪।୭: କୋଭିଡ ମୁକାବିଲା ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କୋଭିଡକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାର ସଜାଗ ଅଛନ୍ତି।…

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ: ବିଭିନ୍ନ ଦେକାନରେ ଅଚାନକ ଚଢାଉ, ଆଦାୟ ହେଲା ଏତିକି ଟଙ୍କା ଜରିମାନା

ଜମନକିରା, ୧୪।୭: (ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲାରେ ତମାଖୁ ନିୟନ୍ତ୍ରଣ ଏବଂ ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ ରୋକିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ…

କେନ୍ଦୁପତ୍ର ଶ୍ରମିକଙ୍କୁ ବୋନସ ଘୋଷଣା: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲା କେନ୍ଦୁପତ୍ର କର୍ମଚାରୀ ସଂଘ

ବରଗଡ,୧୪।୭(ପ୍ରେମାନନ୍ଦ ଖମାରୀ): ଓଡ଼ିଶା ସରକାରଙ୍କ କ୍ୟାବିନେଟ ମିଟିଂରେ ରାଜ୍ୟରେ କାର୍ଯ୍ୟରତ ୧୨ ଲକ୍ଷ କେନ୍ଦୁପତ୍ର ଶ୍ରମିକମାନଙ୍କ ପାଇଁ କେନ୍ଦୁପତ୍ର ଦର ବୃଦ୍ଧି ଓ ବୋନସ ପ୍ରଦାନ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri