ବିଶ୍ୱସ୍ତରୀୟ ମାନବ ସମ୍ବଳ ସୃଷ୍ଟି ଲକ୍ଷ୍ୟ’

ଭୁବନେଶ୍ୱର,୫ା୧୧(ବ୍ୟୁରୋ): ରାଜ୍ୟର ଯୁବତୀଯୁବକଙ୍କ ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗକୁ ପ୍ରଶସ୍ତ କରିବାକୁ ରାଜ୍ୟ ସରକାର ୩ଟି ବୁଝାମଣାପତ୍ର(ଏମ୍‌ଓୟୁ) ସ୍ବାକ୍ଷର କରିଛନ୍ତି। ସୋମବାର ଖାରବେଳ ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ରାଜ୍ୟ ସରକାର ଟାଟା ଷ୍ଟ୍ରାଇଭ ଏବଂ ଟେକ୍‌ ମହିନ୍ଦ୍ରା ସହିତ ଏମ୍‌ଓୟୁ ସ୍ବାକ୍ଷର କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାରେ ବିଶ୍ୱସ୍ତରୀୟ ଦକ୍ଷ ମାନବ ସମ୍ବଳ ସୃଷ୍ଟି କରିବା ହେଉଛି ଆମର ଲକ୍ଷ୍ୟ। ବିଶ୍ୱର ବଡ଼ ବଡ଼ ଶିଳ୍ପାନୁଷ୍ଠାନରେ ଆବଶ୍ୟକ ହେଉଥିବା ଅତିକୁଶଳୀ ମାନବ ସମ୍ବଳ ଆମ ରାଜ୍ୟରୁ ଉପଲବ୍ଧ ହେବ। ନିକଟରେ ରୁଷିଆରେ ଶେଷ ହୋଇଥିବା ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଓଡ଼ିଶାର ପିଲାମାନେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ଆମ ରାଜ୍ୟ ଯୁବଗୋଷ୍ଠୀଙ୍କର ଦକ୍ଷତା ବିକାଶ କରି ସେମାନଙ୍କୁ ବିଶ୍ୱସ୍ତରୀୟ ପ୍ରସ୍ତୁତି କରିବା ଉପରେ ସରକାର ଗୁରୁତ୍ୱ ଦେଇଆସୁଛନ୍ତି। ରାଜ୍ୟରେ ଯୁବଗୋଷ୍ଠୀଙ୍କ ବୈଷୟିକ ତାଲିମକୁ ଆହୁରି ଆଗକୁ ନେବାକୁ ଉଭୟ ଟାଟା ଷ୍ଟ୍ରାଇଭ ଓ ଟେକ୍‌ ମହିନ୍ଦ୍ରା ସହାୟତା କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରଥମ ଏମ୍‌ଓୟୁ ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶାଳୟ ଏବଂ ଟାଟା ଷ୍ଟ୍ରାଇଭ ମଧ୍ୟରେ ହୋଇଥିଲା। ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶକ ରେଘୁ ଜୀ ଏବଂ ଟାଟା ଷ୍ଟ୍ରାଇଭ ପକ୍ଷରୁ ସିଇଓ ଅନୀତା ଜୈନ ବୁଝାମଣାପତ୍ରରେ ସ୍ବାକ୍ଷର କରିଥିଲେ। ଏହି ଏମ୍‌ଓୟୁ ଦ୍ୱାରା ଟାଟା ଷ୍ଟ୍ରାଇଭ ସରକାରୀ ଆଇଟିଆଇରେ ପଢୁଥିବା ପିଲାମାନଙ୍କ ଦକ୍ଷତା ବିକାଶରେ ସହାୟକ ହେବ। ରାଜ୍ୟରେ ଥିବା ୪୯ଟି ସରକାରୀ ଆଇଟିଆଇରେ ଏହି କାର୍ଯ୍ୟକ୍ରମ କରାଯିବ। ସେହିପରି ଦ୍ୱିତୀୟ ଏମଓୟୁ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱ ବିଦ୍ୟାଳୟ(ଓୟୁଏଟି) ଏବଂ କଲେଜ ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଏବଂ ଟେକ୍‌ ମହିନ୍ଦ୍ରା ମଧ୍ୟରେ ଏମ୍‌ଓୟୁ ସ୍ବାକ୍ଷର କରାଯାଇଛି। କଲେଜ ଅଫ ଇଞ୍ଜିନିୟରିଂ(ସିଇସି) ସେଣ୍ଟର ଅଫ ଏକ୍ସିଲେନ୍ସ ସ୍ଥାପନ କରିବ। ଏହା ଇଞ୍ଜିନିୟରିଂ ଛାତ୍ରୀଛାତ୍ରମାନଙ୍କୁ ପ୍ରତ୍ୟେକ ବର୍ଷ ସିଇସିରୁ ୩୦ ଜଣ ଛାତ୍ରୀଛାତ୍ରଙ୍କୁ ଦକ୍ଷତା ବିକାଶ ତାଲିମ ପ୍ରଦାନ କରିବ। ଏହି ଏମ୍‌ଓୟୁ ଟେକ୍‌ ମହିନ୍ଦ୍ରାର ବି.କେ ମିଶ୍ର, ଏସଭିପି(ଗ୍ଲୋବାଲ ଡେଲିଭରି ମୁଖ୍ୟ) ଏବଂ ସିଇଟିର ଅଧ୍ୟକ୍ଷ ପ୍ରଫେସର ପି.କେ ପାତ୍ର ଏବଂ ବିପିୟୁଟିର ରେଜିଷ୍ଟ୍ରାର ଏଚ.ଏସ ବେହେରା ସ୍ବାକ୍ଷର କରିଥିଲେ। ତୃତୀୟ ଏମ୍‌ଓୟୁ ଟେକ୍‌ ମହିନ୍ଦ୍ରାର ମ୍ୟାନେଜର କୋପରେଟି ସର୍ଭିସେସ୍‌ ପ୍ରତାପ ପଟ୍ଟନାୟକ ଏବଂ ଇଡ୍‌କୋ ସିଜିଏମ୍‌ ରବୀନ୍ଦ୍ର ଝାଙ୍କ ମଧ୍ୟରେ ସ୍ବାକ୍ଷରିତ ହୋଇଥିଲା। ଏହି ଅବସରରେ ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରୋତ ବାଗ୍‌ଚୀ କହିଥିଲେ ଯେ ଓଡ଼ିଶାରେ କାର୍ଯ୍ୟ କରିବାକୁ ଯୋଗ୍ୟ ଅଂଶୀଦାରମାନେ ଆଗେଇ ଆସିଥିବାରୁ ମୁଁ ବହୁତ ଖୁସି । ଉଭୟ ଦକ୍ଷତା ବୃଦ୍ଧି ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଆମ ରାଜ୍ୟକୁ ସେମାନଙ୍କୁ ସ୍ବାଗତ କରୁଛୁ ବୋଲି କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରୁଷିଆରେ ଅନୁଷ୍ଠିତ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା ଅଶ୍ୱଥ ନାରାୟଣଙ୍କୁ ୧୦ ଲକ୍ଷ ଏବଂ ତାଙ୍କ ପ୍ରଶିକ୍ଷକ ରଜତ ସାମନ୍ତରାୟଙ୍କୁ ୫ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ। ଏହାଛଡ଼ା ସିଭି ରମଣ ଇନଷ୍ଟିଚ୍ୟୁଟ୍‌ ଅଫ ଇଞ୍ଜିନିୟରିଂ ଅଧ୍ୟକ୍ଷ ସଞ୍ଜୀବ ରାଉତଙ୍କୁ ସେଣ୍ଟର ଅଫ ଏକ୍ସିଲେନ୍ସି ଅନ ଓ୍ବାଟର ଟେକ୍ନୋଲୋଜି ପାଇଁ ୫ କୋଟି ଟଙ୍କା ପ୍ରଦାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଦକ୍ଷତାା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ସୂଚନା ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତୀ ବେହେରା ଏବଂ ଉଭୟ ପକ୍ଷର ବହୁ ଅଧିକାରୀ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri