Categories: ଖେଳ

ବିଶ୍ୱର ୧୦ ସେଲିବ୍ରିଟି କିଡ୍ସଙ୍କ ମଧ୍ୟରେ ରହିଛି ଜିଭାଙ୍କ ନାଁ

ବିଶ୍ୱର ଶ୍ରେଷ୍ଠ ଫିନିସର୍‌ ଭାବେ ଜଣାଶୁଣା ଏମ୍‌ଏସ୍‌ ଧୋନୀଙ୍କ ୫ ବର୍ଷର ଝିଅ ଜିଭା ଷ୍ଟାର୍‌ ହୋଇଯାଇଛନ୍ତି। ସୋସିଆଲ ମିଡିଆରେ ତାଙ୍କ ଭିନ୍ନ ଅନ୍ଦାଜ ଫଟୋ ଭାଇରାଲ ହେବା ପରେ ତାଙ୍କ ପ୍ୟାନ୍‌ ଫଲୋଇଙ୍ଗ୍‌ ବଢିବାରେ ଲାଗିଛି। ଇନ୍‌ଷ୍ଟାଗ୍ରାମରେ ସବୁଠୁ ଅଧିକ ଫଲୋ କରାଯାଉଥିବା ବିଶ୍ୱର ୧୦ ସେଲିବ୍ରିଟି କିଡ୍ସଙ୍କ ମଧ୍ୟରେ ଜିଭାଙ୍କ ନାଁ ରହିଛି। ପିତାଙ୍କ ସହ ଗାର୍ଡେନ୍‌ରେ ମସ୍ତି, ଗୀତ ଗାଇବା, ଖେଳିବା ଷ୍ଟାଇଲ୍‌ ଯୋଗୁ ଜିଭାଙ୍କୁ ଦର୍ଶକ ପସନ୍ଦ କରୁଛନ୍ତି। ସୋସିଆଲ ମିଡିଆ ଇନ୍‌ଷ୍ଟାଗ୍ରାମରେ ଜିଭାଙ୍କ ଆକାଉଣ୍ଟ ମଧ୍ୟ ଅଛି। ଏପର୍ଯ୍ୟନ୍ତ ତାଙ୍କର ୧୬ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି। ଅବଶ୍ୟ ଇନ୍‌ଷ୍ଟାଗ୍ରାମକୁ ତାଙ୍କ ମାତାପିତା ସମ୍ଭାଳୁଛନ୍ତି।

Share