Categories: ଫୁରସତ

ବିଶ୍ୱର ସବୁଠୁ ସୁରକ୍ଷିତ ବିମାନ, ଘଣ୍ଟା ପ୍ରତି ବେଗ…

ଓ୍ବାଶିଂଟନ୍‌: ଏମିତି ଏକ ବିମାନ ରହିଛି, ଯାହାକୁ ବିଶ୍ୱର ସବୁଠୁ ସୁରକ୍ଷିତ ବିମାନ କୁହାଯାଇଥାଏ। ଏହା ଆଉ କାହାର ନୁହେଁ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିମାନ। ଏହି ବିମାନ ସମ୍ପର୍କରେ ଆଉ କିଛି ରୋଚକ ତଥ୍ୟ ରହିଛି୍‌, ଯାହା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଜାଣନ୍ତୁ ଏ ସମ୍ପର୍କରେ…


ଡୋନାଲ୍ଡଙ୍କ ‘ଏୟାର ଫୋର୍ସ ଓ୍ବାନ୍‌’ ୭୪୭-୨୦୦ ଶ୍ରେଣୀ ବି’ର ବିମାନ। ହ୍ବାଇଟ୍‌ ହାଉସ୍‌ ଓ୍ବେବ୍‌ସାଇଟ୍‌ ଅନୁସାରେ, ଟ୍ରମ୍ପ୍‌ଙ୍କୁ ବିଶ୍ୱର କୋଣ ଅନୁକୋଣକୁ ନେଇ ଯିବାରେ ଏହି ବିମାନ ସକ୍ଷମ ଅଟେ। ୪୦୦୦ ହଜାର ବର୍ଗଫୁଟ ଅନ୍ତରୀକ୍ଷ ସ୍ପେସ୍‌ ଥିବା ଏହି ବିମାନରେ ଏକାଥରକେ ୧୦୦ ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହୋଇପାରିବ। ଏୟାରଫୋର୍ସ ଓ୍ବାନ୍‌ରେ ୟୁନାଇଟେଡ୍‌ ଷ୍ଟେଟ୍‌ସ ଅଫ୍‌ ଆମେରିକା ଲେଖାହୋଇଛି। ଏହି ବିମାନ ଘଣ୍ଟାପ୍ରତି ୯୬୫ କିଲୋମିଟରରେ ବେଗରେ ଉଡ଼ିଥାଏ। ଏଥିରେ ମେଡିକାଲ ସୁବିଧା ମଧ୍ୟ ରହିଛି। ଏହାର ଲମ୍ବ ୭୦ ମିଟର। ବିମାନର ସଂଚାଳନ ଏୟାରଲିଫ୍ଟ ଗ୍ରୁପ୍‌ କରିଥାଏ। ଏହି ଗ୍ରୁପ୍‌ ଏହାର ଦେଖାଶୁଣା ମଧ୍ୟ କରିଥାଏ। ୧୯୬୨ରେ ଏହି ବିମାନ ନିର୍ମାଣ କରାଯାଇଥିଲା। ଏଥିରେ ଏକ ଅପରେଶନ ଟେବୁଲ ରହିଛି। ରାଷ୍ଟ୍ରପତିଙ୍କ ବ୍ଲଡ ଗ୍ରୁପ୍‌ରୁ ମ୍ୟାଚ୍‌ କରି ବ୍ଲଡ୍‌ ରେଫ୍ରିଜିରେଟର୍‌ରେ ରଖାଯାଇଛି।

Share