Categories: ଫୁରସତ

ବିଶ୍ୱର ସବୁଠୁ ସୁରକ୍ଷିତ ଘର, ପରମାଣୁ ବୋମା ପଡ଼ିଲେ ବି ହେବ ନାହିଁ ନଷ୍ଟ

ନିଜ ଘରକୁ ସୁରକ୍ଷିତ ରଖିବାକୁ ସମସ୍ତେ ଚାହାନ୍ତି। ସେ ନେଇ ଘର ନିର୍ମାଣ ହେଉ କିମ୍ବା କିଣା ସମୟରେ ସୁରକ୍ଷା ନେଇ ଯୋଜନା ପ୍ରସ୍ତୁତ କରାଯାଇଥାଏ। ତେବେ ଆଜି ଏପରି ଏକ ଘର ବିଷୟରେ ଜଣାଇବୁ , ଯାହାକୁ ବିଶ୍ୱର ସବୁଠାରୁ ସୁରକ୍ଷିତ ଘର ବୋଲି କୁହାଯାଇଥାଏ। ଏପରିକି ଏହି ଘର ଉପରେ ପରମାଣୁ ବୋମା ପଡ଼ିଲେ ମଧ୍ୟ କୌଣସି କ୍ଷତି ହେବ ନାହିଁ।
ପୋଲାଣ୍ଡର ରାଜଧାନୀ ଓ୍ବାର୍‌ସାରେ ରହୁଥିବା ଜଣେ ବ୍ୟକ୍ତି ଏପରି ଏକ ଘର କରିବାକୁ ଭାବିଲେ। ଏ ନେଇ ଆର୍କିଟେକ୍‌ଚର ଫାର୍ମ ସହ ଯୋଗାଯୋଗ କରିଥିଲେ। ପରେ ଆର୍କିଟେକ୍‌ଚରମାନେ ଯେଉଁ ଘର ନିର୍ମାଣ କଲେ ତାହା ଆଶ୍ଚର୍ଯ୍ୟ କରିଦେବା ଭଳି। ନିର୍ମାଣକାରୀ ସଂସ୍ଥା ଏହାକୁ ଏକ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ଗ୍ରାହକଙ୍କୁ ଯେଉଁ ସୁରକ୍ଷିତ ଘର ଅବଶ୍ୟକ ତା’ଠୁ ଅଧିକ ଭଲ ଘର ଯୋଗାଇଲା। ଯେଉଁ ଘରକୁ ବିଶ୍ୱର ସୁରକ୍ଷିତ ଘର ବୋଲି ମାନ୍ୟତା ମିଳିଛି।
ଏହି ଘରର ସବୁଠାରୁ ଆଶ୍ଚର୍ଯ୍ୟଘଟଣା ଗୋଟିଏ ବଟମ୍‌ ଦବାଇବା ପରେ ଘରର ଆଗ ପଛ ଓ ଉପର ତଳ କଙ୍କ୍ରିଟ୍‌ରେ ବନ୍ଦ ହୋଇ ଯାଇଥାଏ। ଏହି ଘର ଥରେ ବନ୍ଦ ହୋଇଗଲେ ଶତ ଚେଷ୍ଟା ପରେ ମଧ୍ୟ ପ୍ରବେଶ କରିବା କଷ୍ଟକର ହୋଇଥାଏ। ଅନ୍ୟପକ୍ଷେ ଯଦି ଘରମାଲିକ ଚାହିଁବେ ତେବେ ଅଟ୍ଟାଳିକା ମଧ୍ୟରେ ତିଆରି ହୋଇଥିବା ପୋଲ ସହାୟତାରେ ଘରକୁ ପ୍ରବେଶ କରି ପାରିବେ। ଏହି ଘର ଭିତର ମଧ୍ୟ ଅଧିକ ସୁନ୍ଦର। ଘର ଆଗରେ ଏକ ସୁଇମିଂ ପୁଲ୍‌ ରହିଛି । ଯାହାକୁ ବନ୍ଦ କରାଯାଇ ନ ଥାଏ। କଙ୍କ୍ରିଟ୍‌ ସହିତ ଧାତୁ କବାଟ ଏହି ଘରକୁ ଅଧିକ ସୁଦୃଢ଼ କରିଥାଏ।

Share