Categories: ଫୁରସତ

ବିଶ୍ୱର ସବୁଠୁ ରାଗ ଲଙ୍କା

ଅଧିକାଂଶ ଲୋକ ରାଗଯୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି। ସେଥିମଧ୍ୟରୁ କିଛି କିସମର ଲଙ୍କା ଆଦୌ ରାଗ ନ ଥିବା ବେଳେ ଆଉ କିଛି ଲଙ୍କା ବହୁତ ରାଗ ହୋଇଥାଏ। ଏମିତି ଏକ କିସମର ଲଙ୍କା ରହିଛି, ଯାହା ବିଶ୍ୱର ସବୁଠୁ ରାଗ ଲଙ୍କା ଭାବେ ଗଣନା କରାଯାଏ। ଏହି ଲଙ୍କାର ନାମ ହେଉଛି ‘କାରୋଲିନା ରିପର’। ଯାହା ଆମେରିକାରେ ଦେଖିବାକୁ ମିଳିଥାଏ। ଏହା ଶିମ୍‌ଲା ଲଙ୍କା ବା କ୍ୟାପ୍‌ଶିକମ୍‌ ପରି ଦେଖିବାକୁ। ଏହି ଲଙ୍କା ସବୁଠୁ ରାଗ ବୋଲି ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ ରହିଛି। ବୈଜ୍ଞାନିକଙ୍କ ମତରେ, ଆଜି ପର୍ଯ୍ୟନ୍ତ ଏହି ଲଙ୍କାଠାରୁ କୌଣସି ଲଙ୍କା ଅଧିକ ରାଗ ନୁହେଁ।
୨୦୧୨ ମସିହାରେ ଦକ୍ଷିଣ କାରୋଲିନାର ଓ୍ବିନ୍‌୍‌ଥ୍ରପ୍‌ ୟୁନିଭରସିଟି ଏହି ଲଙ୍କାର ରାଗପଣ ଯାଞ୍ଚ କରିଥିଲା। ଯେଉଁଥିରେ ୧୫,୬୯,୩୦୦ ଏସ୍‌ଏଚ୍‌ୟୁ ଅର୍ଥାତ୍‌ ସ୍କଭିଲ୍‌ ହିଟ୍‌ ୟୁନିଟ୍‌ ମିଳିଥିଲା। ଯେକୌଣସି ଜିନିଷର ରାଗପଣ ଏସ୍‌ଏଚ୍‌ୟୁ ଦ୍ୱାରା ହିଁ ମପାଯାଇଥାଏ। ଏସ୍‌ଏଚ୍‌ୟୁ ଯେତେ ଅଧିକ ହେବ ରାଗପଣ ସେତେ ଭୟଙ୍କର। ସାଧାରଣତଃ ଲଙ୍କାର ଏସ୍‌ଏଚ୍‌ୟୁ ୫୦୦୦ ହୋଇଥାଏ। ମାତ୍ର ଏହି ଲଙ୍କାର ଏଚ୍‌ଏଚ୍‌ୟୁ ବହୁ ଅଧିକ।
୨୦୧୮ରେ ଆମେରିକାର ନ୍ୟୁୟର୍କରେ ଏହାର ଉଦାହରଣ ଦେଖିବାକୁ ମିଳିଥିଲା। ଏଠାରେ ଜଣେ ୩୪ ବର୍ଷୀୟ ଯୁବକ ଲଙ୍କା ଖାଇବା ପ୍ରତିଯୋଗିତାରେ ଭାଗ ନେଇଥିଲେ। ସେ ଏହି ଲଙ୍କା ଏତେ ଖାଇଥିଲେ ଯେ, ତାଙ୍କ ମୁଣ୍ଡ ଭୀଷଣ ଦରଜ ହୋଇଥିଲା। ଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡ଼ିଥିଲା।
କାରୋଲିନା ରିପର ଗିନିଜ୍‌ ଓ୍ବାଲର୍‌ଡରେ ସାମିଲ ହେବା ପୂର୍ବରୁ ଭାରତର ‘ଭୂତ ଜୋଲକିୟା’କୁ ବିଶ୍ୱର ସବୁଠୁ ରାଗ ଲଙ୍କା ଭାବେ ଗଣା ଯାଉଥିଲା। ୨୦୦୭ରେ ଏହି ଲଙ୍କାକୁ ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡରେ ସାମିଲ କରାଯାଇଥିଲା। ସାଧାରଣ ଲଙ୍କାଠାରୁ ଏହା ୪୦୦ ଗୁଣ ଅଧିକ ରାଗ ଥିଲା। ମାତ୍ର କାରୋଲିନା ରିପର ବର୍ତ୍ତମାନ ବିଶ୍ୱର ସବୁଠୁ ରାଗ ଲଙ୍କା ବୋଲି ବୈଜ୍ଞାନିକମାନେ କୁହନ୍ତି।

Share