Categories: ଫୁରସତ

ବିଶ୍ୱର ସବୁଠୁ ମୂଲ୍ୟବାନ ପଦାର୍ଥ, ୧ ଗ୍ରାମର ଦାମ୍‌ ୭୫୫୩ କୋଟି

ସାଧାରଣତଃ ସୁନା, ରୁପା ଏବଂ ହୀରା ବିଶ୍ୱର ସବୁଠାରୁ ମୂଲ୍ୟବାନ ପଦାର୍ଥ ବୋଲି ସମସ୍ତେ ଜାଣନ୍ତି। କିନ୍ତୁ ଏସବୁ ପଦାର୍ଥକୁ ବାଦ୍‌ ଦେଇ ଆଉ ଏକ ମୂଲ୍ୟବାନ ପଦାର୍ଥ ରହିଛି। ଯାହା ବିଶ୍ୱର ସବୁଠାରୁ ମହଙ୍ଗା ପଦାର୍ଥ। ଏହି ପଦାର୍ଥର ଏକ ଗ୍ରାମ୍‌ର ମୂଲ୍ୟ ୭୫୫୩ କୋଟିରୁ ଅଧିକ ବୋଲି କୁହାଯାଉଛି। ଏହି ପଦାର୍ଥର ନାମ ଆଣ୍ଟିମ୍ୟାଟର।
ବୈଜ୍ଞାନିକଙ୍କ ଅନୁଯାୟୀ, ଆଣ୍ଟିମ୍ୟାଟର ପଦାର୍ଥ ସହିତ ସମାନ। କିନ୍ତୁ ଏହା ସାଧାରଣ ପଦାର୍ଥର ସମ୍ପୂର୍ଣ୍ଣ ବିପରୀତ ଅଟେ। ବିଶେଷ ଭାବରେ, ଆଣ୍ଟିମ୍ୟାଟର ଉପ-ପରମାଣୁ କଣିକାର ସାଧାରଣ ପଦାର୍ଥ (ମ୍ୟାଟର୍‌)ର ବିପରୀତ ଗୁଣ ଅଛି। ସେହି କଣିକାର ବୈଦ୍ୟୁତିକ ଚାର୍ଜ ଓଲଟା। ଆଣ୍ଟିମ୍ୟାଟର୍‌ ପ୍ରଥମେ ୧୯୨୮ ମସିହାରେ ବୈଜ୍ଞାନିକ ପଲ୍‌ ଡିରାକ୍‌ ବିଶ୍ୱକୁ କହିଥିଲେ, ଯାହା ନ୍ୟୁ ସାଇଣ୍ଟିଷ୍ଟ୍‌ ପତ୍ରିକାରେ ପ୍ରକାଶ ପାଇଥିଲା। ସେହିଦିନଠାରୁ ବୈଜ୍ଞାନିକମାନଙ୍କ ପାଇଁ ଏହା କୌତୂହଳର ବିଷୟ ପାଲଟିଛି।

Share