Categories: ଫୁରସତ

ବିଶ୍ୱର ସବୁଠୁ ଛୋଟ ଲାପ୍‌ଟପ୍‌ : ସ୍କ୍ରିନ୍‌୧ ଇଞ୍ଚ, ଡିସ୍‌ପ୍ଲେ ୦.୯୬ ସେ.ମି.

ଆମେରିକାର ଆଇଟି ଇଞ୍ଜିନିୟର ପଲ୍‌ କ୍ଲିଙ୍ଗର ବିଶ୍ୱର ସବୁଠୁ ଛୋଟ ଲାପ୍‌ଟପ୍‌ ତିଆରି କରିଛନ୍ତି। ଏହି ଲାପ୍‌ଟପ୍‌ର ସ୍କ୍ରିନ୍‌ ମାତ୍ର ୧ ଇଞ୍ଚ। ଏହାର ଡିସ୍‌ପ୍ଲେ ୦.୯୬ ସେ.ମି.। ଏହାକୁ ତିଆରି କରିବା ପାଇଁ ପଲଙ୍କୁ ୭ ଦିନ ଲାଗିଥିଲା। ଏଥିରେ ୮୫ ଡଲାର ବା ଭାରତୀୟ ମୁଦ୍ରାରେ ୬ ହଜାର ଟଙ୍କା ଖର୍ଚ୍ଚ ହୋଇଛି। ପଲ୍‌ଙ୍କ କହିବା ଅନୁଯାୟୀ, ସେ ଏହି ଲାପ୍‌ଟପ୍‌ର ନାଁ ‘ଥିଙ୍କ୍‌ ଟିନି’ ରଖିଛନ୍ତି। ଏହି ଲାପ୍‌ଟପ୍‌ ଆଇବିଏମ୍‌ ଥିଙ୍କ୍‌ ପ୍ୟାଡ୍‌ର ଛୋଟ ଆକାର। ଏହି ଲାପ୍‌ଟପ୍‌ରେ କର୍ସର କଣ୍ଟ୍ରୋଲର ମଧ୍ୟ ରହିଛି। ଏଥିରେ ୩୦୦ ଏମ୍‌ଏଏଚ୍‌ର ବ୍ୟାଟେରୀ ଲାଗିଛି। ଯାହାକୁ ଚାର୍ଜ ମଧ୍ୟ କରିହେବ। ଖାସ୍‌ କଥା ହେଲା ଏହି ଛୋଟ ଲାପ୍‌ଟପ୍‌ରେ ୟୁଜର ଗେମ୍‌ ବି ଖେଳି ପାରିବେ। ଥିଙ୍କ୍‌ପିନ୍‌ରେ ଏକ ୧୪ ପିନ୍‌ ଏଟିଏ ଟିନି ୧୬୧୪ ମାଇକ୍ରୋକଣ୍ଟ୍ରୋଲର (୨୦ ଏମ୍‌ଏଚ୍‌ଜେଡ୍‌) ଏକ ଛୋଟ ୧୨୮ x ୬୪ ପିକ୍ସେଲ ଓଏଲ୍‌ଇଡି ଡିସ୍‌ପ୍ଲେ ସହିତ ଯୋଡ଼ା ଯାଇଛି। ଏଥିରେ ୭ ଲାଇନ୍‌ ବିଶିଷ୍ଟ କି ବୋର୍ଡ ରହିଛି।

Share