Categories: ଫୁରସତ

ବିଶ୍ୱର ସବୁଠୁ ଉଚ୍ଚ ସୁନା ବୁଦ୍ଧ ମୂର୍ତ୍ତି

ବ୍ୟାଙ୍କକ୍‌: ବିଶ୍ୱର ଅନେକ ଦେଶରେ ଭଗବାନ ବୁଦ୍ଧଙ୍କର ମୂର୍ତ୍ତି ରହିଛି। ଏଥିମଧ୍ୟରୁ କେତେକ ବହୁ ପୁରାତନ। ତେବେ ବିଶ୍ୱର ସର୍ବବୃହତ ବୁଦ୍ଧ ମୂର୍ତ୍ତି ଚାଇନାର ଦକ୍ଷିଣ-ପଶ୍ଚିମ ସିଚୁଆନ ରାଜ୍ୟରେ ରହିଥିବା କୁହାଯାଉଛି। ଯାହା ନିର୍ମାଣ କରିବାକୁ ୯୦ ବର୍ଷରୁ ଅଧିକ ସମୟ ଲାଗିଥିଲା। ଏହି ବିଶାଳ ପ୍ରତିମୂର୍ତ୍ତିର ନିର୍ମାଣ ୭୧୩ ମସିହାରେ ଟାଙ୍ଗ ରାଜବଂଶର ଶାସନ କାଳରେ ହୋଇଥିଲା। ଯାହା ବିଷୟରେ ଅନେକ ଆଶ୍ଚର୍ଯ୍ୟଜନକ କଥା ରହିଛି। ଭଗବାନ ବୁଦ୍ଧଙ୍କ ଏହି ପ୍ରତିମୂର୍ତ୍ତିକୁ ‘ସୁବର୍ଣ୍ଣ ବୁଦ୍ଧ’ କୁହାଯାଏ। ଏହି ପ୍ରତିମୂର୍ତ୍ତି ଥାଇଲ୍ୟାଣ୍ଡ୍‌ର ରାଜଧାନୀ ବ୍ୟାଙ୍କକ୍‌ରେ ଥିବା ‘ଓ୍ବାଟ୍‌ ଟ୍ରେମିଟ୍‌’ ମନ୍ଦିରରେ ରହିଛି। ପ୍ରାୟ ୯.୮ ଫୁଟ ଉଚ୍ଚ ଏହି ମୂର୍ତ୍ତିର ଓଜନ ପ୍ରାୟ ୫୫୦୦କିଲୋଗ୍ରାମ ଅର୍ଥାତ୍‌ ୫ କ୍ୱିଣ୍ଟାଲ ୫୦୦ କିଲୋଗ୍ରାମ। ଯଦିଓ ଏହି ପ୍ରତିମୂର୍ତ୍ତି ବ୍ରିକ୍ରି ପାଇଁ ରଖାଯାଇନାହିଁ, ତଥାପି ଏହାର ମୂଲ୍ୟ ପ୍ରାୟ ୧୯୦୦ କୋଟି ବୋଲି ଆକଳନ କରାଯାଇଛି। ଏହି ମୂର୍ତ୍ତି ଅନେକ ବର୍ଷ ଧରି ଲୁଚି ରହିଥିଲା। ଏହାର ଆବିଷ୍କାରର କାହାଣୀ ମଧ୍ୟ ବେଶ୍‌ ଅଦ୍ଭୁତ। ପ୍ରାୟ ୧୯୫୪ ମସିହା ପର୍ଯ୍ୟନ୍ତ ଲୋକେ ଜାଣି ନ ଥିଲେ ଯେ ଏହି ମୂର୍ତ୍ତିଟି ସମ୍ପୂର୍ଣ୍ଣ ସୁନା ବୋଲି। କାରଣ ସେହି ସମୟରେ ମୂର୍ତ୍ତି ଉପରେ ପ୍ଲାଷ୍ଟର ଲଗାଯାଇଥିଲା। ଏହି ମୂର୍ତ୍ତିକୁ ରଖିବା ପାଇଁ ସେତେବେଳେ ମନ୍ଦିରରେ ଏକ ବଡ଼ ଭବନ ନିର୍ମାଣ କରାଯାଇଥିଲା। ୧୯୫୫ରେ ଏହି ମୂର୍ତ୍ତି ସ୍ଥାନାନ୍ତର କରାଯାଇଥିଲା। ସେତେବେଳେ ପ୍ରତିମୂର୍ତ୍ତିଟି ହଠାତ୍‌ ତଳେ ପଡ଼ିଯାଇଥିଲା। ଫଳରେ ଏଥିରୁ ପ୍ଲାଷ୍ଟର ଖସିପଡ଼ିଥିଲା। ସେତେବେଳେ ଜନସାଧାରଣଙ୍କ ନିକଟରେ ଏହାର ସତ୍ୟତା ଜଣାପଡ଼ିଥିଲା। ପରେ ଏହି ମୂର୍ତ୍ତିକୁ ରଖିବା ପାଇଁ ‘ଓ୍ବାଟ୍‌ ଟ୍ରେମିଟ୍‌’ ମନ୍ଦିରରେ ଏକ ବଡ଼ ଭବନ ନିର୍ମାଣ କରାଯାଇଥିଲା। ସେହିଦିନଠାରୁ ଭଗବାନ ବୁଦ୍ଧଙ୍କ ଏହି ସୁନାର ମୂର୍ତ୍ତି ସ୍ଥାପନ କରାଯାଇଥିଲା।

Share