Posted inଫୁରସତ

ବିଶ୍ୱର ସବୁଠାରୁ ପୁରୁଣା ହୋଟେଲ: ଗୋଟିଏ ରାତି ପାଇଁ ଦେବାକୁ ପଡ଼େ ୩୩ ହଜାର, ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡରେ ପାଇଛି ସ୍ଥାନ

ବିଶ୍ୱରେ ଅନେକ ପୁରାତନ ହୋଟେଲମାନ ରହିଛି। ଯାହାକି ସମୟ ସାଙ୍ଗକୁ ପରିବର୍ତ୍ତନ ମଧ୍ୟ ହୋଇଥାଏ। ମାତ୍ର ଜାପାନରେ ଏମିତି ଏକ ହୋଟେଲ ରହିଛି, ଯାହା ଆଜି ଇତିହାସ ପାଲଟିିଛି।


‘ନିଶିୟାମା ଓନ୍‌ସେନ କ୍ୟୁନାକାନ୍‌’ ନାମକ ଏହି ହୋଟେଲ ବିଶ୍ୱର ସବୁଠାରୁ ପୁରାତନ। ଏହା ଗିନିଜ୍‌  ଓ୍ବାଲର୍‌ଡ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି। ଏହାକୁ ଫୁଜିଓ୍ବାରା ମହିତୋ ନାମକ ଜଣେ ବ୍ୟକ୍ତି ଏହାକୁ ତିଆରି କରିଥିଲେ। ପାଖାପାଖି ୧୩ଶହ ବର୍ଷ ପୁରୁଣା ଏହି ହୋଟେଲକୁ ତାଙ୍କ ପରିବାରର ୫୨ତମ ପିଢ଼ି ଚଳାଇ ଆସୁଛନ୍ତି। ଏଠାକୁ ସାରା ବିଶ୍ୱରୁ ଲୋକେ ଆସିଥାନ୍ତି। ବିଳାସମୟ ଝରଣା ପାଇଁ ଏହା ବେଶ୍‌ ପ୍ରସିଦ୍ଧ। ଯାହାକି ଅନ୍ୟ ହୋଟେଲ ଠାରୁ ଭିନ୍ନ ଏବଂ ଖାସ୍‌ ହୋଇପାରିଛି। ହୋଟେଲର ଗୋଟିଏ ପଟେ ଏକ ସୁନ୍ଦର ନଦୀ ବହିଯାଇଥିବା ବେଳେ ଅନ୍ୟପଟେ ଘନ ଜଙ୍ଗଲରେ ପରିପୂର୍ଣ୍ଣ। ଏହି ହୋଟେଲରେ ୩୭ଟି କଠୋରି ରହିଛି। ଗୋଟିଏ ରାତି ଏଠାରେ ରହିବା ପାଇଁ ପ୍ରାୟ ୩୩ ହଜାର ଟଙ୍କା ଦେବାକୁ ପଡ଼ିଥାଏ। ମଝିରେ ମଝିରେ ଏହି ହୋଟେଲର ନବୀକରଣ ହୋଇଥାଏ। ଶେଷଥର ପାଇଁ ୧୯୯୭ରେ ଏହାର ନବୀକରଣ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri