Categories: ଫୁରସତ

ବିଶ୍ୱର ସବୁଠାରୁ ଦାମୀ କଙ୍କଡ଼ା: ମୂଲ୍ୟ ୩୨ ଲକ୍ଷ ୬୬ହଜାର

ପ୍ରାଚୀନ ସମୟର ବିରଳ ଜିନିଷର ନିଲାମ ହୋଇଥାଏ। ଏଥିପାଇଁ କୋଟି କୋଟି ଟଙ୍କାର ଡାକରା ହୁଏ। ବିଶ୍ୱରେ ଏମିତି ଅନେକ କୋଟିପତି ରହିଛନ୍ତି ଯେଉଁମାନଙ୍କର ପ୍ରାଚୀନ ଜିନିଷ ଏକାଠି କରିବାର ସଉକ ରହିଛି। ହେଲେ ଆଶ୍ଚର୍ଯ୍ୟର କଥା ଏକ କଙ୍କଡ଼ାର ନିଲାମ ଡକାଯାଇଛି। ଆଉ ଏହାର ଦାମ୍‌ ଶୁଣିଲେ କେହି ବିଶ୍ୱାସ କରିପାରିବେ ନାହିଁ। ଏହାର ମୂଲ୍ୟ ୩୨ ଲକ୍ଷ ୬୬ ହଜାର ଟଙ୍କା। ଏହା ବିଶ୍ୱର ସବୁଠାରୁ ଦାମୀ କଙ୍କଡ଼ା ବୋଲି କୁହାଯାଉଛି। ଜାପାନର ପଶ୍ଚିମାଞ୍ଚଳର ଟୋଟ୍ଟରୀରେ ଏହାର ନିଲାମ ହୋଇଛି। ଏହି କଙ୍କଡ଼ା କେବଳ ବରଫରେ ରହିଥାନ୍ତି। ଏହାକୁ କ୍ରଷ୍ଟେଶିୟନ କଙ୍କଡ଼ା କୁହାଯାଏ। ଯାହାର ଓଜନ ୧.୨କେଜି ହୋଇଥିବା ବେଳେ ଲମ୍ବ ୧୪.୬ ସେଣ୍ଟିମିଟର। ଏକ ରିପୋର୍ଟ ଅନୁଯାୟୀ ସ୍ଥାନୀୟ ଏକ ଦୋକାନୀ ଏହି କଙ୍କଡ଼ାଟିକୁ କିଣିଛନ୍ତି। ଏହାକୁ ଜାପାନର ଏକ ହୋଟେଲକୁ ଦିଆଯିବ ବୋଲି ଜଣାପଡ଼ିଛି।


ପ୍ରକାଶ ଯେ, ଗତ ବର୍ଷ ଏକ କଙ୍କଡ଼ା ୧୩ ଲକ୍ଷ ଟଙ୍କାରେ ନିଲାମ ଡକାଯାଇଥିଲା। ଯାହାକି ଗିନିଜ୍‌ ରେକର୍ଡରେ ସ୍ଥାନ ପାଇଥିଲା। ଚଳିତ ବର୍ଷ ଏହା ଗତ ବର୍ଷ ରେକର୍ଡକୁ ମଧ୍ୟ ପଛରେ ପକାଇଦେଇଛି।

Share