Categories: ଜାତୀୟ

ବିଶ୍ୱର ଶକ୍ତିଶାଳୀ ପାସ୍‌ପୋର୍ଟ ତାଲିକା: ୮୪ ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ,୧୦।୧: ବିଦେଶ ଯାତ୍ରା ପାଇଁ ଆବଶ୍ୟକ ପାସପୋର୍ଟକୁ ନେଇ ବିଭିନ୍ନ ସମୟରେ ଏହାର ର଼୍ୟାଙ୍କ କରୁଥିବା ହେନଲେ ପାସପୋର୍ଟ ଇଣ୍ଡେକ୍ସ ନିକଟରେ ଏକ ତାଲିକା ପ୍ରକାଶ କରିଛି। ଏଥିରେ ବିଶ୍ୱର ଶକ୍ତିଶାଳୀ ପାର୍ସପୋର୍ଟ ତାଲିକାରେ ଜାପାନ ଲଗାତାର ତୃତୀୟ ବର୍ଷ ୧୯୧ ସ୍କୋର ସହ ସର୍ବୋଚ୍ଚ ସ୍ଥାନରେ ରହିଛି। ଦ୍ୱିତୀୟ ସ୍ଥାନରେ ରହିଛି ସିଙ୍ଗାପୁର। ସେହିପରି ତୃତୀୟରେ ରହିଛି ଜର୍ମାନୀ ଓ ଦକ୍ଷିଣ କୋରିଆ। ବୁଧବାର ଜାରି କରାଯାଇଥିବା ଏହି ରିପୋର୍ଟ ଅନୁଯାୟୀ ଭାରତର ସ୍ଥାନ ରହିଛି ୮୪। ଇଣ୍ଟରନ୍ୟାଶନାଲ ଏୟାର ଟ୍ରାନ୍ସପୋର୍ଟ ଆସୋସିଏଶନ(ଆଇଏଟିଏ)ର ତଥ୍ୟ, ଦ ହେନଲେ ପାସପୋର୍ଟ ଇଣ୍ଡେକ୍ସ ଅନୁଯାୟୀ, ଭାରତୀୟ ପାସପୋର୍ଟ ଧାରକ ବିନା ପୂର୍ବ ଭିଜାରେ ୫୮ଟି ଦେଶ ଗସ୍ତ କରିପାରିବେ। ୨୦୧୯ରେ ଭାରତର ସ୍ଥାନ ୮୨ ଥିବା ବେଳେ ୨୦୨୦ରେ ଏହା ଉପରକୁ ଉଠି ୮୪ରେ ପହଞ୍ଚିଛି। ଏହା ଏବେ ମରିସସ ଓ ତାଜିକିସ୍ତାନ ସହ ସମକକ୍ଷ ହୋଇପାରିଛି। ସବୁଠାରୁ ଖରାପ ସ୍ଥିତିରେ ରହିଛି ଆଫଗାନିସ୍ତାନ। ଏହାସହ ସୋମାଲିଆ, ସିରିୟା, ଇରାକ ମଧ୍ୟ ସବୁଠୁ ପଛରେ ପଡ଼ି ଯାଇଛନ୍ତି।

Share