Categories: ଫୁରସତ

ବିଶ୍ୱର ରହସ୍ୟମୟୀ ଦ୍ୱୀପ : ଯେଉଁଠି ମହିଳାଙ୍କୁ ଯିବା ମନା

ବିଶ୍ୱର ପ୍ରାୟ ସମସ୍ତ ଦେଶରେ କିଛି ନା କିଛି ନିୟମ ରହିଛି। କେଉଁଠି ମହିଳା-ପୁରୁଷଙ୍କୁ ଯିବା ପାଇଁ ହକ୍‌ ଦିଆଯାଇଛି ତ ଆଉ କେଉଁଠି ମହିଳାଙ୍କୁ ଯିବାକୁ ସମ୍ପୂର୍ଣ୍ଣ ବାରଣ ରହିଛି। ଜାପାନରେ ଏମିତି ଏକ ସ୍ଥାନ ରହିଛି ଯେଉଁଠିକି ମହିଳାଙ୍କୁ ଯିବା ମନା। ପୁରୁଷଙ୍କୁ ମନା ନ ଥିଲେ ମଧ୍ୟ ସେମାନଙ୍କ ପାଇଁ କିଛି କଡ଼ା ନିୟମ ରହିଛି। ଜାପାନର ଓକିନୋସିମା ଦ୍ୱୀପକୁ ମହିଳାମାନେ ଯିବା ପାଇଁ ପ୍ରତିବନ୍ଧକ ଲାଗିଛି।

ଏହି ଦ୍ୱୀପଟି ଏକ ଧାର୍ମିକ ସ୍ଥଳ। ପୌରାଣିକ ଯୁଗରୁ ଏଠାରେ ଏପରି ନିୟମ ଚାଲିଆସୁଛି। ଏହି ଦ୍ୱୀପରେ ମୁନାକାତା ତାଇସା ଓକିତ୍ସୁ ମନ୍ଦିର ରହିଛି। ଯେଉଁଠି ସମୁଦ୍ରର ଦେବୀଙ୍କୁ ପୂଜା କରାଯାଏ। ଖାଲି ଯେ ମହିଳାଙ୍କ ପାଇଁ ଏଠାରେ ନିୟମ ରହିଛି ତାହା ନୁହେଁ, ପୁରୁଷଙ୍କ ପାଇଁ ମଧ୍ୟ କିଛି ନିୟମ ରହିଛି। ଏଠାକୁ ଆସୁଥିବା ପୁରୁଷମାନେ ବିବସ୍ତ୍ର ହୋଇ ସ୍ନାନ କରିବା ପରେ ମନ୍ଦିରରେ ପ୍ରବେଶ କରିବେ। ବର୍ଷକ ମଧ୍ୟରେ ମାତ୍ର ୨୦୦ ପୁରୁଷ ଏଠାକୁ ଦର୍ଶନ ନିମନ୍ତେ ଯାଇପାରିବେ। ମନ୍ଦିରକୁ ଯିବାକୁ ହେଲେ ସାଥୀରେ କୌଣସି ସାମଗ୍ରୀ ନେଇ ଯାଇପାରିବେ ନାହିଁ ବୋଲି ନିୟମ ରହିଛି। ୟୁନେସ୍କୋ ପକ୍ଷରୁ ଏହାକୁ ବିଶ୍ୱର ରହସ୍ୟମୟୀ ଦ୍ୱୀପ ଭାବେ ଘୋଷଣା କରାଯାଇଛି।

Share