ବିଶ୍ୱର ପ୍ରସିଦ୍ଧ ବାମହାତୀ

ଆଜି ଅନ୍ତର୍ଜାତୀୟ ବାମହାତୀ ଦିବସ । ଏହି ଅବସରରେ ବାମହାତୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ବିଶ୍ୱବ୍ୟାପୀ ସଚେତନତା ସୃଷ୍ଟି କରାଯାଏ। ୧୯୭୬ରେ ଆମେରିକାର ଡିନ୍‌ ଆର୍‌. କ୍ୟାମ୍ପବେଲ୍‌ଙ୍କ ଦ୍ୱାରା ଲେଫ୍ଟହ୍ୟାଣ୍ଡର୍ସ ଇଣ୍ଟରନ୍ୟାଶନାଲ ଡେ’ ପ୍ରଥମକରି ପାଳନ କରାଯାଇଥିଲା । ବିଶ୍ୱର ବାମହାତୀ ଲୋକଙ୍କ ସଂଖ୍ୟା ୭ରୁ ୧୦ପ୍ରତିଶତ । ପୃଥିବୀରେ ପାଖାପାଖି ୭୦କୋଟି ୮୦ଲକ୍ଷ ବାମହାତୀ ଅଛନ୍ତି । ମହିଳା ବାମହାତୀଙ୍କ ଅପେକ୍ଷା ପୁରୁଷ ବାମହାତୀଙ୍କ ସଂଖ୍ୟା ଅଧିକ । କିନ୍ତୁ ସେମାନଙ୍କ ମଧ୍ୟରୁ ଅନେକଙ୍କ ଦକ୍ଷତା ବିଶ୍ୱକୁ ପ୍ରଭାବିତ କରିପାରିଛି । ଆରିଷ୍ଟଟଲଙ୍କଠାରୁ ଆରମ୍ଭ କରି ଲିଓନାର୍ଡୋ ଦା ଭିନ୍‌ସ, ନେପୋଲିଅନ ବୋନାପାର୍ଟ ଏବଂ ଓବାମାଙ୍କ ଭଳି ଅନେକ ପ୍ରଭାବସମ୍ପନ୍ନ ବାମହାତୀ ବ୍ୟକ୍ତି ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି ।

ଅମିତାଭ ବଚନ
ଭାରତର ହିନ୍ଦୀ ଚଳଚ୍ଚିିତ୍ର ଜଗତରେ ବିଗ୍‌ ବି ଭାବେ ଜଣାଶୁଣା ଅମିତାଭ ବଚ୍ଚନ ବି ଜଣେ ବାମହାତୀ। ଏହା ତାଙ୍କ ଅଭିନୟ ସମୟରେ ବେଶ୍‌ ଭଲ ଭାବେ ବାରିହୁଏ। ଏବେ ଯାଏ ଏହି ସୁପରଷ୍ଟାର ଜଣକ ପାଖରେ ବୟସ ହାର ମାନିଛି। ୭୬ବର୍ଷ ବୟସରେ ମଧ୍ୟ ସେ ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଭେଟି ଦେଇଚାଲିଛନ୍ତି।
ରଜନିକାନ୍ତ
ଜଣେ ବସ୍‌ କଣ୍ଡକ୍ଟରରୁ ସୁପରଷ୍ଟାର ବନିଥିବା ରଜନିକାନ୍ତ ଏବେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ଯୋଡିକୁ କୃଷ୍ଣ ଓ ଅର୍ଜୁନ କହି ଚର୍ଚ୍ଚ୍‌ାରେ ରହିଛନ୍ତି। ରଜନିକାନ୍ତ ଦୀର୍ଘ ବର୍ଷ ଧରି ହିନ୍ଦୀ, ତେଲୁଗୁ ଚଳଚ୍ଚିିତ୍ରରେ ନିଜର ପ୍ରଭାବ ଜାହିର କରିଆସିଛନ୍ତି।
ରତନ ଟାଟା
ବିଶିଷ୍ଟ ଶିଳ୍ପପତି ତଥା ଟାଟାଗ୍ରୁପ୍‌ର ଅଧ୍ୟକ୍ଷ ରତନ ଟାଟା ବି ଜଣେ ବାମହାତୀ। ସେ ଜଣେ ସଫଳ ଶିଳ୍ପପତି ଭାବେ ଭାରତକୁ ଶିଳ୍ପକ୍ଷେତ୍ରରେ ଆଗକୁ ନେବାରେ ପ୍ରମୁଖ ଭୂମିକା ନେଇଛନ୍ତି। ୮୧ ବର୍ଷୀୟ ଏହି ଶିଳ୍ପପତିଙ୍କ ସରଳ ଜୀବନଚର୍ଯ୍ୟା ସମସ୍ତଙ୍କୁ ପ୍ରଭାବିତ କରେ।
ବାରାକ ଓବାମା
ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଜଣେ ବାମହାତୀ। ସେ ୨୦୦୯ରୁ ୨୦୧୭ ଯାଏ ଆମେରିକାର ରାଷ୍ଟ୍ରପତି ରହିଥିଲେ। ୨୦୦୯ରେ ତାଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା।
ବିଲ୍‌ ଗେଟ୍‌ସ
ମାଇକ୍ରୋସଫ୍ଟର ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ବିଶ୍ୱର ଶ୍ରେଷ୍ଠ ଦଶଜଣ ବିଲିଅନେୟାରଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ସମ୍ପତ୍ତିର ମୂଲ୍ୟ ୧୦୩.୭ ବିଲିଅନ ଡଲାର। ସେ ବି ଜଣେ ବାମହାତୀ ବ୍ୟକ୍ତତ୍ୱ।
ମାର୍କ ଜୁକରବର୍ଗ
୧୯୮୪ ମେ ୧୪ରେ ଜନ୍ମିତ ଜୁକର ବର୍ଗ ସୋସିଆଲ ମିଡିଆ ଫେସ୍‌ବୁକ୍‌ର ସହ ସଂସ୍ଥାପକ। ସେ ମଧ୍ୟ ସୋଲାର ସେଲ୍‌ ସ୍ପେସ୍‌କ୍ରାଫ୍ଟ ଡେଭଲପ୍‌ମେଣ୍ଟ ପ୍ରୋଜେକ୍ଟ ପ୍ରତିଷ୍ଠା କରିଛନ୍ତି। ଏବେ ତାଙ୍କ ସମ୍ପତ୍ତିର ମୂଲ୍ୟ ୬୭.୪ ବିଲିଅନ ଡଲାର। ସେ ବିଶ୍ୱ ଧନୀ ତାଲିକାରେ ୬ଷ୍ଠ ସ୍ଥାନରେ ରହିଛନ୍ତି। ସବୁଠାରୁ ଆଶ୍ଚଯ୍ୟ କଥା ହେଉଛି ସେ ମାତ୍ର ୧ ଡଲାର ଦରମା ନିଅନ୍ତି।
ଓପ୍ରା ଓ୍ବିନଫ୍ରେ
ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରି ଓପ୍ରା ତାଙ୍କ ଜୀବନରେ ବହୁତ ଆଗକୁ ଯାଇପାରିଛନ୍ତି। ଅଭିନେତ୍ରୀ ତଥା ନିର୍ମାତା ଭାବେ ସେ ଜଣାଶୁଣା। ଶିକାଗୋରୁ ପ୍ରସାରିତ ଦି ଓପ୍ରା ଓ୍ପିନଫ୍ରେ ଟକ୍‌ ଶୋ ଲାଗି ସେ ପ୍ରସିଦ୍ଧି ଲାଭ କରିଛନ୍ତି।
ସିକ୍ସର କିଙ୍ଗ୍‌ ଯୁବରାଜ ସିଂ
ଭାରତର ଶ୍ରେଷ୍ଠ ବାମହାତୀ ବ୍ୟାଟ୍ସମ୍ୟାନଙ୍କ ସମ୍ପର୍କରେ ଆଲୋଚନା କଲେ ଯୁବରାଜ ସିଂଙ୍କ ନାମ ନିଶ୍ଚିତ ଆସିବ। ୧୯୮୧ ଡିସେମ୍ବର ୧୨ ତାରିଖରେ ପଞ୍ଜାବର ରାଜଧାନୀ ଚଣ୍ଡିଗଡ଼ଠାରେ ଜନ୍ମିତ ଏହି ଅଲରାଉଣ୍ଡର କ୍ରିକେଟ ଇତିହାସର ଅନ୍ୟତମ ସଫଳ କ୍ରିକେଟର। ସେ ୨୦୦୭ ଆଇସିସି ଟି୨୦ ବିଶ୍ୱକପ୍‌ ଓ ୨୦୧୧ ଆଇସିସି ବିଶ୍ୱକପ୍‌ ଚାମ୍ପିୟନ ଦଳର ସଦସ୍ୟ ଥିଲେ। ୨୦୦୭ରେ ଇଂଲଣ୍ଡ ପେସର ଷ୍ଟୁଆର୍ଟ ବ୍ରଡଙ୍କ ଓଭରରେ ୬ ଛକା ମାରି ସିକ୍ସର କିଙ୍ଗ୍‌ ଭାବେ ପରିଚିତ ହୋଇଥିଲେ ଯୁବରାଜ। ୨୦୦୦ରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ଯୁବି ଦେଶ ପାଇଁ ୩୦୪ ଦିନିକିଆ ମ୍ୟାଚ୍‌ ଖେଳି ୧୪ ଶତକ ସହ ମୋଟ ୮୭୦୧ ରନ୍‌ କରିଥିଲେ।
ସୌରଭ ଗାଙ୍ଗୁଲି
ଦେଶର ଅନ୍ୟତମ ସଫଳତମ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କୁ ଦେଶର ସର୍ବକାଳୀନ ଶ୍ରେଷ୍ଠ ବାମହାତୀ ବ୍ୟାଟ୍ସମ୍ୟାନ ବିବେଚନା କରାଯାଏ। ୧୯୭୨ ଜୁଲାଇ ୮ ତାରିଖରେ କୋଲକାତାରେ ଜନ୍ମିତ ଗାଙ୍ଗୁଲି ୧୯୯୬ ଇଂଲଣ୍ଡ ବିପକ୍ଷରେ ପଦାର୍ପଣ କରିଥିଲେ। ସ୍ପିନରଙ୍କୁ ଲଙ୍ଗ ଅନ୍‌ ଅଞ୍ଚଳରେ ଛକା ଓ ପେସରଙ୍କୁ କଭର ଡ୍ରାଇଭ ତାଙ୍କ ବ୍ୟାଟିଂର ଟ୍ରେଡ୍‌ମାର୍କ ଶଟ୍‌ ଥିଲା। ତାଙ୍କ ନାମରେ ୩୮ ଅନ୍ତର୍ଜାତୀୟ ଶତକ ରହିଛି। ଦିନିକିଆ ଫର୍ମାଟରେ ସେ ୩୧୧ ମ୍ୟାଚ୍‌ ଖେଳି ୪୧.୦୨ ଆଭରେଜରେ ୨୨ ଶତକ ସହ ୧୧,୩୬୩ ରନ୍‌ କରିଥିଲେ। ସେହିଭଳି ୧୧୩ ଟେଷ୍ଟ ମ୍ୟାଚ୍‌ରେ ୧୬ ଶତକ ସହାୟତାରେ ୭,୨୧୨ ରନ୍‌ କରିିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଦଳର ଘୋଷଣା ପତ୍ର ପୂର୍ବରୁ ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌

କୋଲକାତା,୯।୪: ଶୁକ୍ରବାର ପଶ୍ଚିମବଙ୍ଗ ପାଇଁ ଭାଜପା ଏହାର ଇସ୍ତାହାର ଘୋଷଣା କରିବାକୁ ଯାଉଛି। ଏହି ଘୋଷଣା ପୂର୍ବରୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ଲୋକଙ୍କ ପାଇଁ ଛଅଟି…

କାଲିଠୁ ଏହି ୫ ରାଶିର ଫିଟିବ ଭାଗ୍ୟ, ଧନ ବର୍ଷା କରିବେ ଶୁକ୍ର-ଶନି; ଆପଣଙ୍କ ରାଶି…

ଆସନ୍ତାକାଲି ଅର୍ଥାତ ୨୦୨୬ ଏପ୍ରିଲ ୧୦ ତାରିଖ ସକାଳ ୪ଟା ୩୯ ମିନିଟ୍‌ରେ ମହାକାଶରେ ଏକ ବିରଳ ଜ୍ୟୋତିଷୀୟ ଘଟଣା ଘଟିବାକୁ ଯାଉଛି। ଶୁକ୍ର ଏବଂ ଶନି…

‘ଆମ ଆଙ୍ଗୁଠି ଏବେବି ଟ୍ରିଗର ଉପରେ ଅଛି…’, ପାକିସ୍ତାନରେ ଆମେରିକା ସହିତ ବୈଠକ ପୂର୍ବରୁ ଇସ୍ରାଏଲକୁ ଖୋଲା ଧମକ ଦେଇଛି ଇରାନ

ତେହରାନ,୯।୪: ଶୁକ୍ରବାର (୧୦ ଏପ୍ରିଲ) ପାକିସ୍ତାନର ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବାକୁ ଯାଉଛି। ଏହା ପୂର୍ବରୁ, ଇରାନ ଇସ୍ରାଏଲକୁ ଏକ ଧମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri