ବିଶ୍ୱର ପ୍ରଥମ ପାଇଲଟ୍‌ ଥିଲେ ରାବଣ

କଲମ୍ବୋ, ୧।୮: ରାଜା ରାବଣ ବିଶ୍ୱର ପ୍ରଥମ ବିମାନ ଚାଳକ ଥିଲେ ବୋଲି ଶ୍ରୀଲଙ୍କା ସରକାର ଦାବି କରିଛନ୍ତି। ୫୦୦୦ବର୍ଷ ପୂର୍ବରୁ ସେ ଉଡାଣ କରିଥିଲେ। ଶ୍ରୀଲଙ୍କା ନାଗରିକ ଉଡୟନ୍‌ ପ୍ରାଧିକରଣର ଉପାଧ୍ୟକ୍ଷ ଶଶୀ ଦାନତୁନଗେ କହିଛନ୍ତି, ବିଶ୍ୱର ପ୍ରଥମ ପାଇଲଟ୍‌ ରାବଣ ଥିବାର ସମସ୍ତ ପ୍ରମାଣ ତାଙ୍କ ପାଖରେ ମହଜୁଦ୍‌ ଅଛି। ସେ ଆହୁରି ମଧ୍ୟ କହିଛନ୍ତି, ରାବଣ ଜଣେ ବେଶ୍‌ ପ୍ରଭାବଶାଳୀ ବ୍ୟକ୍ତି ଥିଲେ। ସେ ବିଶ୍ୱର ପ୍ରଥମ ବିମାନ ଚାଳକ ଥିବା ପୌରାଣିକ କଥା ନୁହେଁ, ଏହା ଏକ ତଥ୍ୟ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, କାଟୁନାୟକରେ ନାଗରିକ ଉଡୟନ୍‌ ପ୍ରାଧିକରଣ ପକ୍ଷରୁ ଏକ ସମ୍ମିଳନୀ ଆୟୋଜିତ କରାଯାଇଥିଲା। ଏଥିରେ ବିଭିନ୍ନ ଭୌଗୋଳିକବିତ୍‌, ପ୍ରତ୍ନତତ୍ତ୍ୱବିତ୍‌ ଏବଂ ଭୂବିଜ୍ଞାନୀମାନେ ଯୋଗଦେଇଥିଲେ। ଏହି ସମ୍ମିଳନୀରୁ ନିଷ୍କର୍ଷ ବାହାରିଥିଲା ଯେ, ରାବଣ ୫ ହଜାର ବର୍ଷ ପୂର୍ବେ ଭାରତକୁ ବିମାନ ଯାତ୍ରା କରିଥିଲେ।

Share