Posted inଜାତୀୟ

ବିଶ୍ୱରେ ୮କୋଟି ବିସ୍ଥାପିତ

ନୂଆଦିଲ୍ଲୀ, ୨୧ା୬: ଯୁଦ୍ଧ, ସଂଘର୍ଷ, ନିର୍ଯାତନା ଏବଂ ମାନବାଧିକାର ଉଲ୍ଲଂଘନ ଭଳି ସମସ୍ୟା ଲୋକଙ୍କୁ ବିସ୍ଥାପିତ କରିଚାଲିଛି। ଏସବୁର ପ୍ରଭାବରେ ୨୦୧୯ରେ ସାରା ବିଶ୍ୱର ୭ କୋଟି ୯୫ ଲକ୍ଷ ଲୋକ ବାଧ୍ୟ ହୋଇ ବିସ୍ଥାପିତ ହୋଇଛନ୍ତି, ଯାହାକି ୨୦୧୮ ତୁଳନାରେ ୮୭ ଲକ୍ଷ ଅଧିକ। ଏଥିମଧ୍ୟରୁ ୨ କୋଟି ୬୦ ଲକ୍ଷ ଲୋକ ହେଉଛନ୍ତି କେବଳ ଶରଣାର୍ଥୀ। ଶରଣାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ଜାତିସଂଘର ଉଚ୍ଚାୟୁକ୍ତ(ୟୁଏନ୍‌ଏଚ୍‌ସିଆର୍‌)ଙ୍କ ରିପୋର୍ଟରୁ ଏହା ଜଣାପଡ଼ିଛି। ଉପରୋକ୍ତ ଶରଣାର୍ଥୀଙ୍କ ମଧ୍ୟରୁ ୨ କୋଟି ୪ ଲକ୍ଷ ଲୋକଙ୍କ ଭାର ୟୁଏନ୍‌ଏଚ୍‌ସିଆର୍‌ ଉପରେ ଥିବାବେଳେ ୫୬ ଲକ୍ଷ ପାଲେଷ୍ଟାଇନ ଶରଣାର୍ଥୀଙ୍କ ଭାର ୟୁଏନ୍‌ଆରଡବ୍ଲ୍ୟୁଏ(ପାଲେଷ୍ଟାଇନ ଶରଣାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ଜାତିସଂଘର ସଂସ୍ଥା) ଉପରେ ରହିଛି। ହେଲେ ସମସ୍ତ ଶରଣାର୍ଥୀଙ୍କ ମଧ୍ୟରୁ ଦୁଇ-ତୃତୀୟାଂଶରୁ ଅଧିକ ଅର୍ଥାତ୍‌ ୬୮% କେବଳ ୫ ଦେଶ ତଥା ସିରିଆ(୬୬ଲକ୍ଷ), ଭେନେଜୁଏଲା(୩୭ଲକ୍ଷ), ଆଫଗାନିସ୍ତାନ(୨୭ ଲକ୍ଷ), ଦକ୍ଷିଣ ସୁଦାନ(୨୨ ଲକ୍ଷ) ଏବଂ ମ୍ୟାନ୍‌ମାର(୧୧ ଲକ୍ଷ)ରୁ ଆସିଛନ୍ତି। ଏଭଳିସ୍ଥଳେ ତୁର୍କୀ ଅନ୍ୟ ଦେଶ ତୁଳନାରେ ସବୁଠୁ ଅଧିକ ଅର୍ଥାତ୍‌ ୩୬ ଲକ୍ଷ ଶରଣାର୍ଥୀଙ୍କୁ ଆଶ୍ରୟ ଦେଇଛି। ଏହା ପଛକୁ କଲମ୍ବିଆ ୧୮ ଲକ୍ଷ, ପାକିସ୍ତାନ ୧୪ ଲକ୍ଷ, ଉଗାଣ୍ଡା ୧୪ ଲକ୍ଷ ଏବଂ ଜର୍ମାନୀ ୧୧ ଲକ୍ଷ ଶରଣାର୍ଥୀଙ୍କୁ ଆଶ୍ରୟ ଦେଇଛିି। ଦୁର୍ଭାଗ୍ୟର ବିଷୟ ଯେ, ଗତ ଏକ ଦଶନ୍ଧି ମଧ୍ୟରେ କେବଳ ୩୯ ଲକ୍ଷ ଶରଣାର୍ଥୀ ନିଜ ଦେଶକୁ ଫେରିଛନ୍ତି।
ଅନ୍ୟପକ୍ଷରେ ମହାମାରୀ କରୋନାର ପ୍ରଭାବ ବିସ୍ଥାପନ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଛି। କରୋନା ଯୋଗୁ ବହୁ ଦେଶରେ ମାସ ମାସ ଧରି ଲକ୍‌ଡାଉନ୍‌ କରାଯିବା ସହ ସୀମା ବନ୍ଦ ରହିଛି। ଏହାଦ୍ୱାରା ସଶସ୍ତ୍ର ସଂଘର୍ଷ ଏବଂ ପରବର୍ତ୍ତୀ ବିସ୍ଥାପନକୁ ରୋକିବାରେ ସକ୍ଷମ ହୋଇନାହିଁ। ନରୱେ ଶରଣାର୍ଥୀ ପରିଷଦ ଅନୁଯାୟୀ, ଗତ ମାର୍ଚ୍ଚ ୨୩ରୁ ମେ ୧୫ ମଧ୍ୟରେ ୧୯ ଦେଶରେ ସଶସ୍ତ୍ର ସଂଘର୍ଷ ଘଟି ଅନୂ୍ୟନ ୬ ଲକ୍ଷ ୬୧ ହଜାର ଲୋକଙ୍କୁ ସ୍ଥାନାନ୍ତର ହେବାକୁ ପଡ଼ିଛି। ବିଶେଷକରି କଙ୍ଗୋରେ ସର୍ବାଧିକ ବିସ୍ଥାପନ ଦେଖିବାକୁ ମିଳିଛି। ସଶସ୍ତ୍ର ଗୋଷ୍ଠୀ ଏବଂ ଦେଶର ସେନା ମଧ୍ୟରେ ସଂଘର୍ଷ ଘଟିବା ଯୋଗୁ ୪ ଲକ୍ଷ ୮୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ଘରୁ ପଳାଇବାକୁ ବାଧ୍ୟ କରିଛି। ବର୍ତ୍ତମାନ ମହାମାରୀ ସମୟରେ ବିସ୍ଥାପିତମାନେ ଅତ୍ୟଧିକ ଅସୁରକ୍ଷିତ ହୋଇପଡ଼ିଛନ୍ତି ଏବଂ ଦ୍ୱିଗୁଣ ସଙ୍କଟ ଦେଇ ଗତି କରୁଛନ୍ତି। ୟୁଏନ୍‌ଏଚ୍‌ସିଆର୍‌ ଅନୁଯାୟୀ, ସ୍ବାସ୍ଥ୍ୟ, ଜଳ ଏବଂ ପରିମଳ ବ୍ୟବସ୍ଥା ଦୁର୍ବଳ ଥିବା ଦେଶଗୁଡ଼ିକରେ ସେମାନେ ପ୍ରାୟତଃ ଆଶ୍ରୟ ପାଇଛନ୍ତି। ସ୍ବଳ୍ପ ଆୟ ଯୋଗୁ ସେମାନେ ଆର୍ଥିକ ଭାବେ ଅସ୍ବଚ୍ଛଳ। ମହାମାରୀ କରୋନା ଆୟର ପନ୍ଥା ବନ୍ଦ କରିଦେବା ପରେ ସେମାନଙ୍କ ଦୁର୍ଦ୍ଦଶା ବହଗୁଣିତ ହୋଇଛି। ଶରଣାର୍ଥୀଙ୍କୁ ଆଶ୍ରୟ ଦେଇଥିବା ୧୩୪ ଦେଶ ସ୍ଥାନୀୟ କରୋନା ସଂକ୍ରମଣ ନେଇ ରିପୋର୍ଟ କରୁଛନ୍ତି। ଏଣୁ ବର୍ତ୍ତମାନ ଶରଣାର୍ଥୀଙ୍କୁ ସୁରକ୍ଷା ଦେବା ଜରୁରୀ ହୋଇପଡ଼ିଥିବା ୟୁଏନ୍‌ଏଚ୍‌ସିଆର୍‌ ରିପୋର୍ଟରୁ ସ୍ପଷ୍ଟ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri