ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୫ ଲକ୍ଷ ଟପିଲା: ୪.୨୦ ଲକ୍ଷରୁ ଅଧିକ ମୃତ

ନୂଆଦିଲ୍ଲୀ,୧୨।୬: ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୫ ଲକ୍ଷ ଅତିକ୍ରମ କରିଛି। ଏହି ଭୂତାଣୁ ଯୋଗୁ ଏପର୍ଯ୍ୟନ୍ତ ୪ ଲକ୍ଷ ୨୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ବିଶ୍ୱର ୧୮୮ଟି ଦେଶ କରୋନା ଦ୍ୱାରା ପ୍ରଭାବିତ ହୋଇଛନ୍ତି ।

ଆମେରିକା କରୋନା ଦ୍ୱାରା ଅଧିକ ପ୍ରଭାବିତ ହୋଇଛି । ଏଠାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ଲକ୍ଷ ୨୨ ହଜାର ୪୮୮ରେ ପହଞ୍ଚିଛି। ସେଥିମଧ୍ୟରୁ ୧ ଲକ୍ଷ ୧୩ ହଜାର ୮୯୩ ଜଣଙ୍କ ମତ୍ୟୁ ହୋଇଛି। ନ୍ୟୁୟର୍କରେ ମୃତ୍ୟୁ ସଂଖ୍ୟା ସର୍ବାଧିକ। ଏଠାରେ ୩୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଆମେରିକା ପରେ ବ୍ରାଜିଲ କରୋନା ଦ୍ୱାରା ସର୍ବାଧିକ ପ୍ରଭାବିତ ହୋଇଛି। ଏଠାରେ ମୋଟ ରୋଗୀଙ୍କ ସଂଖ୍ୟା ୮ ଲକ୍ଷ ଅତିକ୍ରମ କରିଛି। ୪୦ ହଜାରରୁ ଅଧିକ ଲୋକଙ୍କର ମତ୍ୟୁ ହୋଇଛି। ରୁଷିଆ ତୃତୀୟ ସ୍ଥାନରେ ଅଛି। ଏଠାରେ ମୋଟ ରୋଗୀଙ୍କ ସଂଖ୍ୟା ୫ ଲକ୍ଷରୁ ଅଧିକ। ୬ ହଜାର ୫୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଭାରତ ଚତୁର୍ଥ ସ୍ଥାନରେ ଅଛି। ଏଠାରେ ମୋଟ ରୋଗୀଙ୍କ ସଂଖ୍ୟା ୨ ଲକ୍ଷ ୯୭ ହଜାରରୁ ଅଧିକ ଏବଂ ୮ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ବ୍ରିଟେନ ପଞ୍ଚମ ସ୍ଥାନରେ ଅଛି। ଏଠାରେ ମୋଟ ରୋଗୀଙ୍କ ସଂଖ୍ୟା ୨ ଲକ୍ଷ ୯୨ ହଜାରରୁ ଅଧିକ ଏବଂ ୪୧ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି।

Share