ବିଶ୍ୱବିଦ୍ୟାଳୟ ଘୋଷଣା ବର୍ଷରେ ଅର୍ଥନୀତି: ଏମ୍‌.ଫିଲ୍‌ ପାଠ୍ୟକ୍ରମ ବନ୍ଦ

ବଲାଙ୍ଗୀର ଅଫିସ, ୪ା୮-ଏହାକୁ ବିଡମ୍ବନା କୁହାଯିବ କି ଆଉ କ’ଣ। ରାଜେନ୍ଦ୍ର ସ୍ବୟଂଶାସିତ କଲେଜକୁ ବିଶ୍ୱବିଦ୍ୟାଳୟ ଘୋଷଣା କରାଯିବାର ମାସ କେଇଟା ପରେ ଏହି କଲେଜରୁ ଅର୍ଥନୀତି ବିଭାଗର ଏମ୍‌ଫିଲ ପାଠ୍ୟକ୍ରମ ବନ୍ଦ ହୋଇଯିବା ଘଟଣା ସରକାରଙ୍କ ବିଚିତ୍ର ଶିକ୍ଷାନୀତିକୁ ପ୍ରତିଫଳିତ କରୁଛି ା ଏଭଳି ଘଟଣାକୁ କଲେଜ ଛାତ୍ରୀଛାତ୍ର ଓ ବଲାଙ୍ଗୀରବାସୀ ବିଶ୍ୱାସ କରିପାରୁ ନାହାନ୍ତି ା ତେବେ ଘଟଣାଟି ସତ ା ରାଜେନ୍ଦ୍ର କଲେଜରେ ଅର୍ଥନୀତି ବିଭାଗରେ ଜଣେ ହେଲେ ସ୍ଥାୟୀ ଅଧ୍ୟାପକ ନଥିବାରୁ ଏହି କଲେଜରେ ଚଳିତବର୍ଷ ଅର୍ଥନୀତି ଏମ୍‌ଫିଲ ପାଠ୍ୟକ୍ରମ ବନ୍ଦ ହୋଇଯାଇଛି ା ଏହାକୁ ନେଇ ଛାତ୍ରୀଛାତ୍ର, ଅଭିଭାବକ ଓ ଶିକ୍ଷାପ୍ରେମୀ ମହଲରେ ଚିନ୍ତା ପ୍ରକଟ କରାଯାଇଛି ା
ପଶ୍ଚିମ ଓଡିଶାର ସର୍ବପୁରାତନ ଏବଂ ସମଗ୍ର ରାଜ୍ୟରେ ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ଭାବେ ସ୍ବୀକୃତିଲାଭ କରିଥିତ୍ବା ରାଜେନ୍ଦ୍ର କଲେଜ ଏବେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି ା ରାଜେନ୍ଦ୍ର ସ୍ବୟଂଶାସିତ କଲେଜରେ ଅଧ୍ୟାପକ ଅଭାବଜନିତ ସମସ୍ୟା ଯୋଗୁଁ ଶୈକ୍ଷିକ ବାତାବରଣ ପ୍ରଭାବିତ ହେଉଛି ା କଲେଜରେ ୭୫ଟି ଅଧ୍ୟାପକ ପଦବୀରୁ ୪୩ଟି ପଦବୀ ଖାଲି ପଡିଛି ା ମାତ୍ର ୩୨ଟି ଅଧ୍ୟାପକରେ ଏହି କଲେଜ ଏବେ ଚାଲିଛି ା ସେଥିମଧ୍ୟରୁ ଅର୍ଥନୀତି ବିଭାଗରେ ୬ଟି ପଦବୀରେ ଜଣେ ବି ଅଧ୍ୟାପକ ନାହାନ୍ତି ା ଶିକ୍ଷା ବିଭାଗରେ ଅଧ୍ୟାପକ ନାହାନ୍ତି ା ଇଂରାଜୀ ବିଭାଗରେ ୬ଟିରୁ ୨ଟି ଅଧ୍ୟାପକ ରହିଛନ୍ତି ା ଗଣିତରେ ୩ଟିରୁ ଜଣେ ଅଧ୍ୟାପକ ଅଛନ୍ତି ା ରସାୟନ ବିଜ୍ଞାନରେ ୮ଟି ପଦବୀରୁ ୪ଟି ଖାଲି ପଡିଛି ା ପଦାର୍ଥ ବିଜ୍ଞାନ ବିଭାଗରେ ୭ଟିରୁ ୨ଟି ଅଧ୍ୟାପକ ଅଛନ୍ତି ା ଏଭଳି ପ୍ରାୟ ସବୁ ବିଭାଗରେ ପଦବୀ ଖାଲିପଡିଛି ା କଲେଜରେ ସ୍ଥାୟୀ ଅଧ୍ୟକ୍ଷ ନାହାନ୍ତି ା ଏହା ସହିତ ଅଣଶିକ୍ଷା କର୍ମଚାରୀରେ ୮୨ ପଦବୀରୁ ୩୫ ପଦବୀ ଖାଲି ପଡିଛି ା ଏଭଳି ସ୍ଥିତିରେ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ଅତିଥି ଅଧ୍ୟାପକ ହିଁ ସାହାଭରସା ସାଜିଛନ୍ତି ା ଅର୍ଥନୀତି ଏମ୍‌ଫିଲ ପାଠ୍ୟକ୍ରମ ବନ୍ଦ ହୋଇଯିବା ପରେ ପୁରାତନ ଛାତ୍ର ଡ. ବିପିନ କୁଶଲିଆଙ୍କ ଭିଆଇପି ପାର୍ଟି ଓ ଅଲ୍‌ ଇଣ୍ଡିଆ ଡେମୋକ୍ରେଟିକ୍‌ ଷ୍ଟୁଡେଣ୍ଟ ଅର୍ଗାନାଇଜେସନ୍‌ (ଏଆଇଡିଏସ୍‌ଓ) ତରଫରୁ କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଧ୍ୟକ୍ଷଙ୍କ ଜରିଆରେ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ା ଏହି କଲେଜର ରାଜନୀତି ବିଭାଗ, ଇତିହାସ ଓ ବାଣିଜ୍ୟ ବିଭାଗ ଏମଫିଲ ପାଠ୍ୟକ୍ରମ ମଧ୍ୟ ସଙ୍କଟାପନ୍ନ ଅବସ୍ଥାରେ ଥିତ୍ବା ଲେଖିଛନ୍ତି ା ଚଳିତବର୍ଷ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର କଲେଜକୁ ବିଶ୍ୱବିଦ୍ୟାଳୟଭାବେ ଉନ୍ନୀତ କରାଯିବା ନେଇ ସରକାର ସକରାତ୍ମକ ଚିନ୍ତା କରୁଥିତ୍ବା ବଲାଙ୍ଗୀର ଗସ୍ତରେ ଆସି ଘୋଷଣା କରିଥିଲେ ା ଏହାପରେ ମାର୍ଚ୍ଚ ୨ ତାରିଖରେ ଉଚ୍ଚଶିକ୍ଷା ପକ୍ଷରୁ ନୋଟିସ୍‌ ଜାରି କରି ସମ୍ବଲପୁର ବିଶ୍ୱବିଦ୍ୟାଳୟର ସୀମା ବିଭକ୍ତିକରଣ କରାଯାଇ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଭାବେ ଏକ ନୂଆ ବିଶ୍ୱବିଦ୍ୟାଳୟ ଘୋଷଣା କରାଯାଇଥିଲା। ଏଭଳି ଘୋଷଣା ପରେ ବଲାଙ୍ଗୀରର ଛାତ୍ରୀଛାତ୍ର, ଜନସାଧାରଣ ଖୁସି ବ୍ୟକ୍ତ କରିଥିଲେ ା ତେବେ ନିର୍ବାଚନ ପରେ ସରକାରଙ୍କ ଏହି ଘୋଷଣା ସାଇନ୍‌ ବୋର୍ଡରେ ସୀମିତ ହୋଇଯାଇଛି ା ରାଜେନ୍ଦ୍ର କଲେଜକୁ କ୍ରମାଗତ ଭାବେ ଅବହେଳା କରାଯିବାରୁ ଏହି ପ୍ରମୁଖ ଶିକ୍ଷାନୁଷ୍ଠାନଟି ଏବେ ମୁମୂର୍ଷୁ ଅବସ୍ଥାରେ ଗତି କରୁଛି ା ଏହି ଶିକ୍ଷାନୁଷ୍ଠା ଚଳିତବର୍ଷ ୭୫ ବର୍ଷରେ ପଦାର୍ପଣ କରିସାରିଛି ା ଏହି ବର୍ଷରେ ସରକାର ଜିଲାବାସୀଙ୍କୁ ବିଶ୍ୱବିଦ୍ୟାଳୟ ଉପହାର ନଦେଇ ଘୋଷଣା ସତ୍ତ୍ୱେ ଏହା ଆଗାମୀ ବର୍ଷରେ ଯାଇ କାର୍ଯ୍ୟ କରିବ ବୋଲି କହିଲେଣି ା ଏଭଳି ସମୟରେ ବଲାଙ୍ଗୀରବାସୀ ୭୫ ବର୍ଷର ପ୍ଳାଟିନମ୍‌ ଜୁବଲିକୁ ନେଇ ଉତ୍ସବ ପାଳନ କରିବେ ନଁା କଲେଜର ଅଧ୍ୟାପକ ଅଭାବଜନିତ ସମସ୍ୟାକୁ ପ୍ରଥମେ ସମାଧାନ କରିବେ ସେଇ ଚିନ୍ତାରେ ପଡିଛନ୍ତି ା ଏସବୁ ଅବସ୍ଥାକୁ ଦେଖି ଛାତ୍ରୀଛାତ୍ର ଓ ଅଭିଭାବକ ସବୁଠୁ ବେଶୀ ଚିନ୍ତାରେ ପଡିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri