ବିଶ୍ୱବିଦ୍ୟାଳୟ ଘୋଷଣା ବର୍ଷରେ ଅର୍ଥନୀତି: ଏମ୍‌.ଫିଲ୍‌ ପାଠ୍ୟକ୍ରମ ବନ୍ଦ

ବଲାଙ୍ଗୀର ଅଫିସ, ୪ା୮-ଏହାକୁ ବିଡମ୍ବନା କୁହାଯିବ କି ଆଉ କ’ଣ। ରାଜେନ୍ଦ୍ର ସ୍ବୟଂଶାସିତ କଲେଜକୁ ବିଶ୍ୱବିଦ୍ୟାଳୟ ଘୋଷଣା କରାଯିବାର ମାସ କେଇଟା ପରେ ଏହି କଲେଜରୁ ଅର୍ଥନୀତି ବିଭାଗର ଏମ୍‌ଫିଲ ପାଠ୍ୟକ୍ରମ ବନ୍ଦ ହୋଇଯିବା ଘଟଣା ସରକାରଙ୍କ ବିଚିତ୍ର ଶିକ୍ଷାନୀତିକୁ ପ୍ରତିଫଳିତ କରୁଛି ା ଏଭଳି ଘଟଣାକୁ କଲେଜ ଛାତ୍ରୀଛାତ୍ର ଓ ବଲାଙ୍ଗୀରବାସୀ ବିଶ୍ୱାସ କରିପାରୁ ନାହାନ୍ତି ା ତେବେ ଘଟଣାଟି ସତ ା ରାଜେନ୍ଦ୍ର କଲେଜରେ ଅର୍ଥନୀତି ବିଭାଗରେ ଜଣେ ହେଲେ ସ୍ଥାୟୀ ଅଧ୍ୟାପକ ନଥିବାରୁ ଏହି କଲେଜରେ ଚଳିତବର୍ଷ ଅର୍ଥନୀତି ଏମ୍‌ଫିଲ ପାଠ୍ୟକ୍ରମ ବନ୍ଦ ହୋଇଯାଇଛି ା ଏହାକୁ ନେଇ ଛାତ୍ରୀଛାତ୍ର, ଅଭିଭାବକ ଓ ଶିକ୍ଷାପ୍ରେମୀ ମହଲରେ ଚିନ୍ତା ପ୍ରକଟ କରାଯାଇଛି ା
ପଶ୍ଚିମ ଓଡିଶାର ସର୍ବପୁରାତନ ଏବଂ ସମଗ୍ର ରାଜ୍ୟରେ ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ଭାବେ ସ୍ବୀକୃତିଲାଭ କରିଥିତ୍ବା ରାଜେନ୍ଦ୍ର କଲେଜ ଏବେ ବିଭିନ୍ନ ସମସ୍ୟା ଦେଇ ଗତି କରୁଛି ା ରାଜେନ୍ଦ୍ର ସ୍ବୟଂଶାସିତ କଲେଜରେ ଅଧ୍ୟାପକ ଅଭାବଜନିତ ସମସ୍ୟା ଯୋଗୁଁ ଶୈକ୍ଷିକ ବାତାବରଣ ପ୍ରଭାବିତ ହେଉଛି ା କଲେଜରେ ୭୫ଟି ଅଧ୍ୟାପକ ପଦବୀରୁ ୪୩ଟି ପଦବୀ ଖାଲି ପଡିଛି ା ମାତ୍ର ୩୨ଟି ଅଧ୍ୟାପକରେ ଏହି କଲେଜ ଏବେ ଚାଲିଛି ା ସେଥିମଧ୍ୟରୁ ଅର୍ଥନୀତି ବିଭାଗରେ ୬ଟି ପଦବୀରେ ଜଣେ ବି ଅଧ୍ୟାପକ ନାହାନ୍ତି ା ଶିକ୍ଷା ବିଭାଗରେ ଅଧ୍ୟାପକ ନାହାନ୍ତି ା ଇଂରାଜୀ ବିଭାଗରେ ୬ଟିରୁ ୨ଟି ଅଧ୍ୟାପକ ରହିଛନ୍ତି ା ଗଣିତରେ ୩ଟିରୁ ଜଣେ ଅଧ୍ୟାପକ ଅଛନ୍ତି ା ରସାୟନ ବିଜ୍ଞାନରେ ୮ଟି ପଦବୀରୁ ୪ଟି ଖାଲି ପଡିଛି ା ପଦାର୍ଥ ବିଜ୍ଞାନ ବିଭାଗରେ ୭ଟିରୁ ୨ଟି ଅଧ୍ୟାପକ ଅଛନ୍ତି ା ଏଭଳି ପ୍ରାୟ ସବୁ ବିଭାଗରେ ପଦବୀ ଖାଲିପଡିଛି ା କଲେଜରେ ସ୍ଥାୟୀ ଅଧ୍ୟକ୍ଷ ନାହାନ୍ତି ା ଏହା ସହିତ ଅଣଶିକ୍ଷା କର୍ମଚାରୀରେ ୮୨ ପଦବୀରୁ ୩୫ ପଦବୀ ଖାଲି ପଡିଛି ା ଏଭଳି ସ୍ଥିତିରେ ଛାତ୍ରୀଛାତ୍ରଙ୍କ ପାଠପଢ଼ାରେ ଅତିଥି ଅଧ୍ୟାପକ ହିଁ ସାହାଭରସା ସାଜିଛନ୍ତି ା ଅର୍ଥନୀତି ଏମ୍‌ଫିଲ ପାଠ୍ୟକ୍ରମ ବନ୍ଦ ହୋଇଯିବା ପରେ ପୁରାତନ ଛାତ୍ର ଡ. ବିପିନ କୁଶଲିଆଙ୍କ ଭିଆଇପି ପାର୍ଟି ଓ ଅଲ୍‌ ଇଣ୍ଡିଆ ଡେମୋକ୍ରେଟିକ୍‌ ଷ୍ଟୁଡେଣ୍ଟ ଅର୍ଗାନାଇଜେସନ୍‌ (ଏଆଇଡିଏସ୍‌ଓ) ତରଫରୁ କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଧ୍ୟକ୍ଷଙ୍କ ଜରିଆରେ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ା ଏହି କଲେଜର ରାଜନୀତି ବିଭାଗ, ଇତିହାସ ଓ ବାଣିଜ୍ୟ ବିଭାଗ ଏମଫିଲ ପାଠ୍ୟକ୍ରମ ମଧ୍ୟ ସଙ୍କଟାପନ୍ନ ଅବସ୍ଥାରେ ଥିତ୍ବା ଲେଖିଛନ୍ତି ା ଚଳିତବର୍ଷ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର କଲେଜକୁ ବିଶ୍ୱବିଦ୍ୟାଳୟଭାବେ ଉନ୍ନୀତ କରାଯିବା ନେଇ ସରକାର ସକରାତ୍ମକ ଚିନ୍ତା କରୁଥିତ୍ବା ବଲାଙ୍ଗୀର ଗସ୍ତରେ ଆସି ଘୋଷଣା କରିଥିଲେ ା ଏହାପରେ ମାର୍ଚ୍ଚ ୨ ତାରିଖରେ ଉଚ୍ଚଶିକ୍ଷା ପକ୍ଷରୁ ନୋଟିସ୍‌ ଜାରି କରି ସମ୍ବଲପୁର ବିଶ୍ୱବିଦ୍ୟାଳୟର ସୀମା ବିଭକ୍ତିକରଣ କରାଯାଇ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଭାବେ ଏକ ନୂଆ ବିଶ୍ୱବିଦ୍ୟାଳୟ ଘୋଷଣା କରାଯାଇଥିଲା। ଏଭଳି ଘୋଷଣା ପରେ ବଲାଙ୍ଗୀରର ଛାତ୍ରୀଛାତ୍ର, ଜନସାଧାରଣ ଖୁସି ବ୍ୟକ୍ତ କରିଥିଲେ ା ତେବେ ନିର୍ବାଚନ ପରେ ସରକାରଙ୍କ ଏହି ଘୋଷଣା ସାଇନ୍‌ ବୋର୍ଡରେ ସୀମିତ ହୋଇଯାଇଛି ା ରାଜେନ୍ଦ୍ର କଲେଜକୁ କ୍ରମାଗତ ଭାବେ ଅବହେଳା କରାଯିବାରୁ ଏହି ପ୍ରମୁଖ ଶିକ୍ଷାନୁଷ୍ଠାନଟି ଏବେ ମୁମୂର୍ଷୁ ଅବସ୍ଥାରେ ଗତି କରୁଛି ା ଏହି ଶିକ୍ଷାନୁଷ୍ଠା ଚଳିତବର୍ଷ ୭୫ ବର୍ଷରେ ପଦାର୍ପଣ କରିସାରିଛି ା ଏହି ବର୍ଷରେ ସରକାର ଜିଲାବାସୀଙ୍କୁ ବିଶ୍ୱବିଦ୍ୟାଳୟ ଉପହାର ନଦେଇ ଘୋଷଣା ସତ୍ତ୍ୱେ ଏହା ଆଗାମୀ ବର୍ଷରେ ଯାଇ କାର୍ଯ୍ୟ କରିବ ବୋଲି କହିଲେଣି ା ଏଭଳି ସମୟରେ ବଲାଙ୍ଗୀରବାସୀ ୭୫ ବର୍ଷର ପ୍ଳାଟିନମ୍‌ ଜୁବଲିକୁ ନେଇ ଉତ୍ସବ ପାଳନ କରିବେ ନଁା କଲେଜର ଅଧ୍ୟାପକ ଅଭାବଜନିତ ସମସ୍ୟାକୁ ପ୍ରଥମେ ସମାଧାନ କରିବେ ସେଇ ଚିନ୍ତାରେ ପଡିଛନ୍ତି ା ଏସବୁ ଅବସ୍ଥାକୁ ଦେଖି ଛାତ୍ରୀଛାତ୍ର ଓ ଅଭିଭାବକ ସବୁଠୁ ବେଶୀ ଚିନ୍ତାରେ ପଡିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

ଉଷୁ କପ ପ୍ରତିଯୋଗିତାରେ ବଲାଙ୍ଗୀରକୁ ୩ ପଦକ, ଜିଲା ପ୍ରଶାସନ ପକ୍ଷରୁ ଖେଳାଳୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର,୩୧/୧୨ -( ସୁନିଲ କୁମାର ମହାନ୍ତି): ଦ୍ବିତୀୟ ତମ ଜାତୀୟ ଫେଡେରେସନ ଉଷୁ କପ ପ୍ରତିଯୋଗିତା ଛତିଶଗଡ଼ ଠାରେ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗୀତା...

ଅତ୍ୟାଚାର, ଶୋଷଣ ବିରୋଧରେ ସ୍ବର ଉତ୍ତୋଳନ ଲୋଡ଼ା

ଭଞ୍ଜନଗର,୩୧ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ରାଧାକୃଷ୍ଣ ପାଠାଗାରରେ ଚକରା ବିଷୋୟୀ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ‘ଚକରା ବିଷୋୟୀଙ୍କ ଐତିହାସିକ...

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri