Posted inଖେଳ

ବିଶ୍ୱକପ୍‌ ମଝିରେ ଭଉଣୀଙ୍କୁ ହରାଇଥିଲେ ଆକବର

ଢାକା, ୧୧।୨ (ପି.ଟି.)- ବାଂଲାଦେଶକୁ ୧୯ ବର୍ଷରୁ କମ୍‌ ଆଇସିସି ବିଶ୍ୱକପ୍‌ ଜିତାଇବାରେ ଅଧିନାୟକ ଆକବର ଅଲି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ଭାରତ ପକ୍ଷରୁ ଧାର୍ଯ୍ୟ ୧୭୮ ରନର ଟାର୍ଗେଟ୍‌କୁ ପିଛା କରି ବାଂଲାଦେଶ ଏକଦା ୮୫ ରନରେ ୫ ଉଇକେଟ୍‌ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତେବେ ଆକବରଙ୍କ ଅପରାଜିତ ୪୩ ରନର ଇନିଂସ ଭାରତ ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଥିଲା। ବାଂଲାଦେଶକୁ କୌଣସି ବର୍ଗରେ ପ୍ରଥମ ଆଇସିସି ଟ୍ରଫି ଜିତିବାରେ ନାୟକ ସାଜିଥିବା ୧୮ ବର୍ଷୀୟ ଆକବରଙ୍କ ପଛରେ ସଦ୍ୟ ରହିଥିବା ଏକ ଦୁଃଖଦଭରା ଘଟଣା ଏବେ ସାମ୍ନାକୁ ଆସିଛି। ବିଶ୍ୱକପ୍‌ ମଝିରେ ଆକବରଙ୍କ ବଡ଼ ଭଉଣଙ୍କ ବିୟୋଗ ଘଟିଥିଲା। ଜାନୁୟାରୀ ୨୨ରେ ଜାଆଁଳା ସନ୍ତାନ ପ୍ରସବ କରିବା ଅବସରରେ ତାଙ୍କ ଭଉଣୀ ୨୨ ବର୍ଷୀୟା ଖାଡିଜା ଖାତୁନଙ୍କ ମୃତ୍ୟୁ ହୋଇଥିଲା ବୋଲି ବାଂଲାଦେଶ ଏକ ଦୈନିକ ଖବରକାଗଜରେ ସୋମବାର ରିପୋର୍ଟ ପ୍ରକାଶ ପାଇଛି। ତେବେ ଏହି ଘଟଣା ସମ୍ପର୍କରେ ଆକବରଙ୍କୁ ତାଙ୍କ ପରିବାର ପକ୍ଷରୁ କୌଣସି ସୂଚନା ଦିଆଯାଇ ନ ଥିଲା। ତେବେ ଆକବର ତାଙ୍କର ଜଣେ ଭାଇଙ୍କ ଜରିଆରେ ପରେ ଏ ବିଷୟରେ ଜାଣିପାରିଥିଲେ। ‘ଆକବର ତାଙ୍କ ଭଉଣୀଙ୍କ ସହିତ ବହୁତ ଘନିଷ୍ଠ ଥିଲେ। ଆମେ ଏ ବିଷୟରେ ପ୍ରଥମେ ତାଙ୍କୁ ଜଣାଇବାକୁ ଚାହୁଁ ନ ଥିଲୁ’ ବୋଲି ଆକବରଙ୍କ ବାପା ଏହି ଖବରକାଗଜକୁ ସାକ୍ଷାତ୍‌କାର ଅବସରରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଅଭିଷେକଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ଅଧିନାୟକ ସୂର୍ଯ୍ୟକୁମାର

ଅହମଦାବାଦ,୨୧ା୨: ଭାରତୀୟ ଓପନର ଅଭିଷେକ ଶର୍ମା ୩ ମ୍ୟାଚ୍‌ରେ ୩ ଥର ଖାତା ଖୋଲିବାରେ ବିଫଳ ହେବା ସତ୍ତ୍ୱେ ତାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ…

ଧାଓ୍ବନଙ୍କ ନୂଆ ଇନିଂସ: ପ୍ରେମିକାଙ୍କ ସହ ଧୁମ୍‌ଧାମରେ ବିବାହ ଶେଷ; ବରଯାତ୍ରୀରେ ସାମିଲ ହେଲେ ଏହି କ୍ରିକେଟର; ଦେଖନ୍ତୁ Photos 

ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ଶିଖର ଧାଓ୍ବନ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଶନିବାର ୨୧ ଫେବୃଆରୀରେ ସେ…

ଖରାପ ଫର୍ମ ପାଇଁ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚରୁ ବାଦ ପଡିବେ ଅଭିଷେକ? କ୍ୟାପଟେନ ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୨୧।୨: ୨୦୨୬ ଟି୨୦ ବିଶ୍ୱକପ ସୁପର ୮ରେ ଭାରତର ପ୍ରଥମ ମ୍ୟାଚ ରବିବାର, ଫେବୃଆରୀ ୨୨ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ। ଏହା ପୂର୍ବରୁ, ଶନିବାର ଏକ ସାମ୍ବାଦିକ…

ଭାରତ ନା ଦକ୍ଷିଣ ଆଫ୍ରିକା T20ରେ କେଉଁ ଟିମ ଅଧିକ ମଜଭୁତ? ସୁପର ୮ ମୁକାବିଲା ପୂର୍ବରୁ ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ଉଭୟ ଲିଗ ପର୍ଯ୍ୟାୟରେ ସେମାନଙ୍କର ଚାରୋଟି ମ୍ୟାଚ ଜିତିବା ପରେ ସୁପର ୮ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ୨୦୨୬ ଟି୨୦ ବିଶ୍ୱକପର…

IND vs SA ମ୍ୟାଚ ପୂର୍ବରୁ ଭାରତୀୟ ଟିମକୁ ଲାଗିଲା ବଡ଼ ଝଟକା, ଆହତ ହେଲେ ଏହି ଖେଳାଳି

ନୂଆଦିଲ୍ଲୀ,୨୧।୨: ଲିଗ ପର୍ଯ୍ୟାୟରେ ସମସ୍ତ ଚାରୋଟି ମ୍ୟାଚ ଜିତି T20 World Cup 2026 ର ସୁପର ୮ପର୍ଯ୍ୟାୟରେ ପହଞ୍ଚିଥିବା ଟିମ ଇଣ୍ଡିଆ, ରବିବାର, ଫେବୃଆରୀ ୨୨ରେ…

ପାକିସ୍ତାନ କୋଚ ମଧ୍ୟ ବାବର ଆଜମଙ୍କୁ ଅପମାନିତ କଲେ? ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୧।୨: ଶନିବାର ପାକିସ୍ତାନ କ୍ରିକେଟ ଦଳ ସୁପର ୮ରେ ନ୍ୟୁଜିଲାଣ୍ଡ ସହିତ ଖେଳୁଛି। ଦଳ ଗ୍ରୁପ ପର୍ଯ୍ୟାୟରେ ଚାରୋଟି ମ୍ୟାଚ ମଧ୍ୟରୁ ତିନୋଟିରେ ବିଜୟୀ ହୋଇଥିଲା, ତଥାପି…

ସେମିଫାଇନାଲରେ ପହଞ୍ଚିବା ପାଇଁ ଭାରତକୁ କେତୋଟି ମ୍ୟାଚ ଜିତିବାକୁ ପଡିବ, କେଉଁ ଦଳ ସବୁଠାରୁ ବିପଦଜନକ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୨: ଭାରତୀୟ ଦଳ ICC T20 ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ ସହିତ ସୁପର ୮ରେ ପ୍ରବେଶ କରିଛି। ଏବେ, ଦଳକୁ ଆହୁରି ତିନୋଟି ମ୍ୟାଚ ଜିତିବାକୁ ଅଛି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri