Categories: ଖେଳ

ବିଶ୍ୱକପ୍‌ ଓପନିଂ ମ୍ୟାଚ୍‌ କେବେ ଜିତିଥିଲା ଭାରତ

ଆଇସିସି ବିଶ୍ୱକପ୍‌ରେ ଏଥର ଭାରତ ଏବଂ ଇଂଲଣ୍ଡ ଟାଇଟେଲର ପ୍ରବଳ ଦାବିଦାର ଦଳ କୁହାଯାଉଛି। ଜୁନ୍‌ ୫ ଅର୍ଥାତ୍‌ ବୁଧବାର ବିଶ୍ୱକପରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବ। ଭାରତ ଏପର୍ଯ୍ୟନ୍ତ ୧୧ଟି ବିଶ୍ୱକପ୍‌ ଖେଳିସାରିଛି। ସେଥିମଧ୍ୟରୁ ୫ଟି ଓପନିଂ ମ୍ୟାଚ୍‌ରେ ଭାରତ ବିଜୟ ହାସଲ କରିଛି। ୧୯୮୩ ଏବଂ ୨୦୧୧ରେ ଭାରତ ବିଶ୍ୱକପ୍‌ ବିଜେତା ହୋଇଥିଲା ସେହିବର୍ଷ ଓପନିଂ ମ୍ୟାଚ୍‌ ଭାରତ ଜିତିଥିଲା।

୧୯୭୫ରେ ଭାରତ ଖେଳିଥିବା ପ୍ରଥମ ବିଶ୍ୱକପ ଓପନିଂ ମ୍ୟାଚ୍‌ ଇଂଲଣ୍ଡ ସହ ଖେଳିଥିଲା। ଇଂଲଣ୍ଡ ପ୍ରଥମ ବ୍ୟାଟିଂ କରି ୩୩୪ ରନ୍‌ କରିଥିବାବେଳେ ଏହାର ଜବାବରେ ଭାରତ କେବଳ ୧୩୨ରନରେ ଅଲଆଉଟ ହୋଇଯାଇଥିଲା।

୧୯୭୯ରେ ଖେଳାଯାଇଥିବା ଦ୍ୱିତୀୟ ବିଶ୍ୱକପର ପ୍ରଥମ ମ୍ୟାଚ୍‌ ଓ୍ବେଷ୍ଟଇଣ୍ଡିଜ୍‌ ସହ ଖେଳିଥିଲା। ଏହି ମ୍ୟାଚ୍‌ରେ ଭାରତ ମାତ୍ର ୪ରନରେ ପରାସ୍ତ ହୋଇଥିଲା।

୧୯୮୩ରେ ଭାରତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳି ୩୪ରନ୍‌ରେ ବିଜୟ ହାସଲ କରିଥିଲା।

୧୯୮୭ରେ ଭାରତ ଓପନିଂ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ଭେଟିଥିଲା। ମାତ୍ର ୧ରନରେ ପରାସ୍ତ ହୋଇଥିଲା ଭାରତ।

୧୯୯୬ରେ ଭାରତ କେନିୟା ବିପକ୍ଷରେ ନିଜର ପ୍ରଥମ ମ୍ୟାଚ୍‌ ଖେଳିଥିଲା। ଏହି ମ୍ୟାଚ୍‌ରେ ୯ ଓ୍ବିକେଟରେ ଜିତିଥିଲା ଭାରତ।

୧୯୯୯ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ତା’ର ପ୍ରଥମ ମ୍ୟାଚ୍‌ ଖେଳିଥିଲା। ଆଫ୍ରିକା ଟିମ୍‌ ଭାରତକୁ ୬ଓ୍ବିକେଟରେ ପରାସ୍ତ କରିଥିଲା।

୨୦୦୩ ବିଶ୍ୱକପରେ ଭାରତ ପ୍ରଥମ ମ୍ୟାଚରେ ନେଦରଲାଣ୍ଡ ବିପକ୍ଷରେ ଖେଳି ୬୮ରନରେ ବିଜୟ ହାସଲ କରିଥିଲା।

୨୦୦୭ର ପ୍ରଥମ ମ୍ୟାଚରେ ଭାରତକୁ ବାଂଲାଦେଶଠାରୁ ପରାଜୟ ଚାଖିବାକୁ ପଡିଥିଲା।

୨୦୧୧ ବିଶ୍ୱକପର ପ୍ରଥମ ମ୍ୟାଚରେ ଭାରତ ବାଂଲାଦେଶକୁ ୮୭ରନରେ ପରାସ୍ତ କରିଥିଲା।

୨୦୧୫ ବିଶ୍ୱକପର ପ୍ରଥମ ମ୍ୟାଚରେ ଭାରତ ପାକିସ୍ତାନକୁ ପରାସ୍ତ କରିଥିଲା।

Share