ବିଶ୍ୱକପ୍‌ରେ ଭାରତ ହାରିବାକୁ ନେଇ ଟୁଇଟ୍‌ କରି ଟ୍ରୋଲ ହେଲେ ବିବେକ

ମୁମ୍ବାଇ: ଅଭିନେତା ବିବେକ ଓବରୟଙ୍କୁ ଟ୍ରୋଲ କରିଛନ୍ତି ପ୍ରଶଂସକ। ପୂର୍ବରୁ ଐଶ୍ୱର୍ଯ୍ୟା ରୟ ବଚ୍ଚନଙ୍କୁ ନେଇ ଏକ ମେମେ ଶେୟାର କରିବା ପରେ ତାଙ୍କୁ ଟ୍ରୋଲ କରାଯାଇଥିବା ବେଳେ ସେ ଏହାକୁ ଟୁଇଟରରୁ କାଟିବା ସହ କ୍ଷମାପ୍ରାର୍ଥନା କରିଥିଲେ। ଏବେ ବିଶ୍ୱକପ୍‌ କ୍ରିକେଟକୁ କେନ୍ଦ୍ର କରି ଏକ ଜିଆଇଏଫ୍‌ ଟୁଇଟ୍‌ କରି ସେ ସମାଲୋଚିତ ହୋଇଛନ୍ତି।

ସେମିଫାଇନାଲ ମ୍ୟାଚ୍‌ରେ ଭାରତ ନ୍ୟୁଜିଲାଣ୍ଡଠାରୁ ହାରି ଯିବା ପରେ ଭାରତୀୟ କ୍ରିକେଟ ସମର୍ଥକମାନେ ଭାଙ୍ଗି ପଡ଼ିଛନ୍ତି। ଏଣୁ ସମର୍ଥକଙ୍କ ଉପରେ କ’ଣ ବିତୁଛି ତାହାକୁ ନେଇ ବିବେକ ଏକ ଜିଆଇଏଫ୍‌ ଶେୟାର କରିଥିଲେ। ଟ୍ରୋଲରମାନେ ଏହାକୁ ବିରୋଧ କରିବା ସହ ତାଙ୍କୁ କଟୁ ମନ୍ତବ୍ୟ ଦେଉଛନ୍ତି।

Share