ବିଶ୍ୱକପ୍‌ରେ ଅଜବ ସଂଯୋଗ

କ୍ରିକେଟ ବିଶ୍ୱକପର ଗତ ୩ ସଂସ୍କରଣରେ ଏକ ଅଜବ ସଂଯୋଗ ଦେଖାଦେଇଛି। ୨୦୦୭ (ଓ୍ବେଷ୍ଟଇଣ୍ଡିଜ), ୨୦୧୧ (ଭାରତ) ଓ ୨୦୧୫ (ଅଷ୍ଟ୍ରେଲିଆ) ବିଶ୍ୱକପ୍‌ରେ ପ୍ରଥମ ଶତକ ଲଗାଇଥିବା ବ୍ୟାଟ୍ସମ୍ୟାନଙ୍କ ଦଳ ହିଁ ଚାମ୍ପିୟନ ହୋଇଛି। ଓ୍ବେଷ୍ଟଇଣ୍ଡିଜଠାରେ ଆୟୋଜିତ ୨୦୦୭ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆନ ଅଧିନାୟକ ରିକି ପଣ୍ଟିଂ ସ୍କଟଲାଣ୍ଡ ବିପକ୍ଷରେ ୧୧୩ ରନ୍‌ର ଇନିଂସ ଖେଳିଥିଲେ। ଫାଇନାଲରେ ତାଙ୍କ ଦଳ ଶ୍ରୀଲଙ୍କାକୁ ହରାଇ ୪ର୍ଥ ଥର ଚାମ୍ପିୟନ ହୋଇଥିଲା। ପରବର୍ତ୍ତୀ ସଂସ୍କରଣ ୨୦୧୧ ବିଶ୍ୱକପ୍‌ ଭାରତରେ ଆୟୋଜିତ ହୋଇଥିଲା। ବାଂଲାଦେଶ ବିପକ୍ଷ ଉଦ୍‌ଘାଟନୀ ମ୍ୟାଚ୍‌ରେ ବୀରେନ୍ଦ୍ର ସେହ୍ବାଗ ୧୭୫ ରନ୍‌ର ଇନିଂସ ଖେଳିଥିଲେ। ଏହି ମ୍ୟାଚ୍‌ରେ ବିରାଟ କୋହଲି ମଧ୍ୟ ଶତକ ଲଗାଇଥିଲେ। ହେଲେ ସେହ୍ବାଗ ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ୨୦୧୧ ବିଶ୍ୱକପ୍‌ରେ ଶତକ ଅର୍ଜନ କରିଥିଲେ। ଏହି ଇଭେଣ୍ଟରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଚାମ୍ପିୟନ ହୋଇଥିଲା। ସେହିଭଳି ୨୦୧୫ ବିଶ୍ୱକପ୍‌ରେ ଆରୋନ ଫିଞ୍ଚ ଇଂଲଣ୍ଡ ବିପକ୍ଷରେ ୧୩୫ ରନ୍‌ର ଇନିଂସ ଖେଳିଥିଲେ। ଏହା ଥିଲା ଅଷ୍ଟ୍ରେଲିଆରେ ଆୟୋଜିତ ଇଭେଣ୍ଟର ପ୍ରଥମ ଶତକ। ଆୟୋଜକ ଦଳ ଫାଇନାଲରେ ପଡୋଶୀ ତଥା ଅନ୍ୟତମ ଆୟୋଜକ ନ୍ୟୁଜିଲାଣ୍ଡକୁ ହରାଇ ୫ମ ବିଶ୍ୱକପ୍‌ ହାତେଇଥିଲା। ଏହି ସଂଯୋଗକୁ ନଜରରେ ରଖିଲେ ଇଂଲଣ୍ଡ ପ୍ରଥମ ଥର ବିଶ୍ୱକପ୍‌ ଜିତିବ। କାରଣ ପାକିସ୍ତାନ ବିପକ୍ଷରେ ଅନୁଷ୍ଠିତ ମ୍ୟାଚ୍‌ରେ ଇଂଲଣ୍ଡର ଜୋ ରୁଟ୍‌ ଚଳିତ ବିଶ୍ୱକପ୍‌ର ପ୍ରଥମ ଶତକ ଲଗାଇଥିଲେ। ରୁଟ୍‌ଙ୍କ ବ୍ୟତୀତ ଜୋସ ବଟଲର ମଧ୍ୟ ଶତକୀୟ ଇନିଂସ ଖେଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପାଠ ଗଲା ଚୁଲିକୁ, କ୍ରିକେଟରୁ ମିଳୁଛି ଟଙ୍କା

ନୂଆଦିଲ୍ଲୀ,୧୬।୨: ଭାରତୀୟ କ୍ରିକେଟ ଜଗତରେ ଏବେ ଟଙ୍କାର ବର୍ଷା ହେଉଛି। ବହୁତ କମ୍ ବୟସରୁ ଉଦୟମାନ କ୍ରିକେଟର ମାନଙ୍କୁ କୋଟି କୋଟି ଟଙ୍କାରେ IPL ଟିମ୍ ସବୁ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri