ବିଶୋଧିତ ହେଲା ଏରେଇଁ ଅଞ୍ଚଳ

ଭଦ୍ରକ ଅଫିସ, ୭ା୪- ସୋମବାର ସକାଳୁ ତୃତୀୟ ଦିନରେ ଭଦ୍ରକ ଉପକଣ୍ଠ ଏରେଇଁ ଅଞ୍ଚଳକୁ ଅଗ୍ନିଶମ ବିଭାଗ ଦ୍ୱାରା ବିଶୋଧିତ କରାଯାଇଛି। ଜିଲା ଅଗ୍ନିଶମ ଅଧିକାରୀ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଏହି ପଞ୍ଚାୟତ ଅଞ୍ଚଳରେ ବିଶୋଧନ ସ୍ପ୍ରେ କରାଯାଇଛି। ସୂଚନା ଥାଉକି ଭଦ୍ରକ ତଥା ଆଖପାଖ ଅଞ୍ଚଳରେ ୩ କରୋନା ରୋଗୀ ଚିହ୍ନଟ ହେବା ପରେ ସହରର ସମସ୍ତ ୱାର୍ଡ଼ ଓ ପାଖ ପଞ୍ଚାୟତ ଅଞ୍ଚଳରେ ବିଶୋଧନ ସ୍ପ୍ରେ କରାଯାଇଛି।