ବିଶୋଧନ ହେଲା ଖଜୁରିପଡା ବ୍ଲକ କାର୍ଯ୍ୟାଳୟ

ଖଜୁରିପଡା,୭ା୪(ଡି.ଏନ୍‌.ଏ.)- କରୋନା ସଂକ୍ରମଣମଣକୁ ଆଖିଆଗରେ ରଖି ଖଜୁରିପଡା ବ୍ଲକ କାର୍ଯ୍ୟାଳୟ ପରିସରକୁ ବିଶୋଧନ କରାଯାଇଛି। ବିଡିଓ ରବୀନ୍ଦ୍ର ନାଥ କହଁରଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ଅଗ୍ନିଶମ ବିଭାଗ ଦ୍ୱାରା ଶୁକ୍ରବାର ବିଶୋଧନ କରାଯାଇଛି। ୨ରୁ ୩ ଘଣ୍ଟା ଧରି ବ୍ଲକ କାର୍ଯ୍ୟାଳୟର ସମସ୍ତ ପରିସର ତଥା କର୍ମଚାରୀଙ୍କ କ୍ୱାର୍ଟର୍ସ ବିଶୋଧନ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଖଜୁରିପଡା ବଜାର ଓ ଜନଗହଳି ସ୍ଥାନ ବିଶୋଧନ କରାଯିବ ବୋଲି ବିଡିଓ କହଁର ଓ ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି।