ବିଶୋଧନ ହେଲା ଅନୁଗୋଳର ୩ ସ୍ଥାନ

ଅନୁଗୋଳ ଅଫିସ୍‌, ୪ା୪- ଅନୁଗୋଳ ସହରବାସୀଙ୍କୁ କରୋନା ସଂକ୍ରମଣରୁ ସୁରକ୍ଷାଦେବା ପାଇଁ ସହରର ୩ଟି ସ୍ଥାନକୁ ବିଶୋଧନ କରାଯାଇଛି । ପୌରପାଳିକା ଓ ଅଗ୍ନିଶମ ବିଭାଗ ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଳୟ, ଅନୁଗୋଳ ପୌରପାଳିକା ଓ ଜିଲା କାର୍ଯ୍ୟାଳୟରେ ସାନିଟାଇଜର ସିଞ୍ଚନ କରାଯାଇଛି । ପୌରପାଳିକା ନିର୍ବାହୀ ଅଧିକାରୀ ବିନୋଦ ଚନ୍ଦ୍ର ପଣ୍ଡାଙ୍କ ତତ୍ତ୍ୱାବଧାନରେ ଉପରୋକ୍ତ ସ୍ଥାନ ବିଶୋଧନ ହୋଇଛି । ଅଗ୍ନିଶମ ଓ ପୌର କର୍ମଚାରୀମାନେ ସଫେଇ କାମରେ ନିୟୋଜିତ ହୋଇଥିଲେ ।