Categories: ଜାତୀୟ

ବିଶେଷ ଧରଣର ଡୁଡୁଲ ତିଆରି କରି ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଲା ଗୁଗୁଲ

ନୂଆଦିଲ୍ଲୀ,୧୫।୮: ଭାରତ ୭୩ତମ ସ୍ବାଧୀନତା ଦିବସ ପାଳନ କରୁଥିବା ବେଳେ ଗୁଗୁଲ ମଧ୍ୟ ଏଥିରୁ ବାଦ୍‌ ପଡିନାହିଁ ସେ ଏକ ସୁନ୍ଦର ଡୁଡୁଲ ମାଧ୍ୟମରେ ଦେଶବାସୀଙ୍କୁ ସ୍ବାଧୀନତା ଦିବସର ଶୁଭେଚ୍ଛା ଜଣାଇଛି। ଏଥିରେ ସେ ଭାରତୀୟ ସଂସ୍କୃତି ଓ ପ୍ରଗତିକୁ ସ୍ଥାନ ଦେଇଥିବା ଦେଖାଯାଇଛି। କୋପେନହାଗେନରେ ରହୁଥିବା ଭାରତୀୟ କଳାକାର ଶୈବାଳିନି କୁମାର ଏହାକୁ ତିଆରି କରିଥିବା ବେଳେ ଏଥିରେ ଭାରତୀୟ ବସ୍ତ୍ରରେ ଏକତା ଓ ସଂସ୍କୃତିକୁ ସ୍ଥାନ ଦେଇଛନ୍ତି। ଏଥିରେ ଶିକ୍ଷା, କଳା, ଶକ୍ତି ଓ କରୁଣାକୁ ପ୍ରଦର୍ଶିତ କରାଯାଇଛି। ଏଥିରେ ସଂସଦ ଭବନ, ଇସ୍ରୋର ମିଶନ ମଙ୍ଗଳ, ମେଟ୍ରୋ ଟ୍ରେନ୍‌ ଆଦିକୁ ସ୍ଥାନିତ କରାଯାଇଛି।

Share