ବିଶୁଦ୍ଧିକରଣ ହେଲା ମୁଖ୍ୟରାସ୍ତା

ଫୁଲବାଣୀ ଅଫିସ, ୨ା୪- କନ୍ଧମାଳ ଜିଲା ଫୁଲବାଣୀ ସହରର ମୁଖ୍ୟ ରାସ୍ତାଗୁଡ଼ିକୁ ବିଶୋଧନ କରାଯାଇଛି। ପୌର ପରିଷଦ ଓ ଅଗ୍ନିଶମ ବିଭାଗର କର୍ମଚାରୀ ହାଇପୋ କ୍ଲୋରାଇଡ଼ ଓ ବ୍ଲିଚିଂ ପକାଇ ବିଶୋଧିତ କରିଥିଲେ। ସହରର ବସଷ୍ଟାଣ୍ଡ, ସର୍କିଟ ହାଉସ, ପୌର ପରିଷଦ, ଏସ୍‌ପି ଅଫିସ, ରିଜର୍ଭ ବାଟାଲିୟନ, ମାଦିକୁନ୍ଦା ଛକରୁ ବିଜୁ ପଟନାୟକ ଛକ ଦେଇ ଜିଲାପାଳଙ୍କ ଅଫିସ ପର୍ଯ୍ୟନ୍ତ ରାସ୍ତାକୁ ବିଶୋଧିକରଣ କରାଯାଇଥିଲା। ସହରକୁ ପରିସ୍କାର ପରିଚ୍ଛନ୍ନ ରଖିବା ସହିତ କରୋନା ସଂକ୍ରମଣ ରୋକିବାକୁ ଏହି କାର୍ଯ୍ୟ ଆରମ୍ଭ ହୋଇଛି। ଆଗକୁ ମଧ୍ୟ ଏପରି ବିଶୋଧନ ଚାଲୁ ରହିବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି।