Categories: ଖେଳ

ବିଶାଳ ଟାର୍ଗେଟ ଛିଡ଼ା କଲା ଭାରତ

ହାମିଲଟନ, ୫।୨- ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ୩୪୮ ରନ୍‌ର ବିଶାଳ ଟାର୍ଗେଟ ଛିଡ଼ା କରିଛି। ଧାର୍ଯ୍ୟ ୫୦ ଓଭରରେ ଟିମ୍‌ ଇଣ୍ଡିଆ ୪ ଉଇକେଟ ହରାଇ ୩୪୭ ରନ୍‌ କରିଛି। ଶ୍ରେୟାସ ଆୟାର (୧୦୩) କ୍ୟାରିୟରର ପ୍ରଥମ ଶତକ ହାସଲ କରିଛନ୍ତି। ତାଙ୍କ ଇନିଂସରେ ଥିଲା ୧୧ ଚୌକା ଓ ଗୋଟିଏ ଛକା। ଏହା ଛଡ଼ା ଲୋକେଶ ରାହୁଲ ୮୮, ଅଧିନାୟକ ବିରାଟ କୋହଲି ୫୧, ମୟଙ୍କ ଅଗ୍ରଓ୍ବାଲ ୩୨, କେଦାର ଯାଦବ ୨୬ ଓ ପୃଥ୍ବୀ ଶ ୨୦ ରନ୍‌ କରିଥିଲେ। ଦୁଇ ଓପନର ମୟଙ୍କ ଓ ପୃଥ୍ବୀ ଏହି ମ୍ୟାଚ୍‌ ଜରିଆରେ ଦିନିକିଆ କ୍ୟାରିୟର ଆରମ୍ଭ କରିଛନ୍ତି।

Share