Categories: ବାଣିଜ୍ୟ

ବିଶାଖାପଟ୍ଟନମ-ବିଜୟଓ୍ବାଡା ମଧ୍ୟରେ ଚାଲିବ ଡବଲ ଡେକର ଟ୍ରେନ ଉଦୟ ଏକ୍ସପ୍ରେସ

ନୂଆଦିଲ୍ଲୀ,୨୦-୮: ଭାରତୀୟ ରେଲଓ୍ବେ ପକ୍ଷରୁ ଦ୍ୱିତୀୟ ଡବଲ ଡେକର ଟ୍ରେନ ଉଦୟ ଏକ୍ସପ୍ରେସ ପୂର୍ବତଟ ରେଳପଥ ବିଶାଖାପଟ୍ଟନମ ଓ ବିଜୟଓ୍ବାଡା ମଧ୍ୟରେ ଚାଲିବ ବୋଲି ରେଲଓ୍ବେର ବରିଷ୍ଠ ଅଧିକାରୀ ପ୍ରକାଶ କରିଛନ୍ତି। ପ୍ରଥମ ଡବଲ ଡେକର ଟ୍ରେନ ଉଦୟ ଏକ୍ସପ୍ରେସ ଗତବର୍ଷ ଜୁନ୍‌ରେ କୋୟାମ୍ବାଟୁର ଓ ବେଙ୍ଗାଲୁରୁ ମଧ୍ୟରେ ଆରମ୍ଭ ହୋଇଥିଲା। ଏହା ଏସି ଚେୟାରକାର ଟ୍ରେନ ହୋଇଥିବା ବେଳେ ଏଥିରେ ଓ୍ବାଇ-ଫାଇ, ଗଦି ସିଟ୍‌ ଓ ଡିସ୍‌ପ୍ଲେ ସ୍କ୍ରିିନ ସୁବିଧା ରହିଛି। ଆଉ ଏକ ଉଦୟ ଏକ୍ସପ୍ରେସ ବେଙ୍ଗାଲୁରୁ ଓ ଚେନ୍ନାଇ ସେଣ୍ଟ୍ରାଲ ମଧ୍ୟରେ ଚଳାଯିବାର ପ୍ରସ୍ତାବ ରହିଛି। ବିଶାଖାପଟ୍ଟନମ-ବିଜୟଓ୍ବାଡା ଉଦୟ ଏକ୍ସପ୍ରେସ(୨୨୭୦୧) ସକାଳ ୫.୪୫ଟାରେ ବିଶାଖାପଟ୍ଟନମ ଛାଡ଼ି ସକାଳ ୧୧.୧୫ରେ ବିଜୟଓ୍ବାଡାରେ ପହଞ୍ଚତ୍ବ। ସେହିପରି ଗାଡ଼ି ସଂଖ୍ୟା ୨୨୭୦୨ ସନ୍ଧ୍ୟା ୫.୩୦ରେ ବିଜୟଓ୍ବାଡା ଛାଡ଼ି ରାତି ୧୦.୫୫ରେ ବିଶାଖାପଟ୍ଟନମରେ ପହଞ୍ଚତ୍ବ। ତେବେ ଏହି ଟ୍ରେନ କେବେ ଠାରୁ ଚଳାଚଳ କରିବ ସେ ସମ୍ପର୍କରେ ଅଧିକାରୀଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ।

Share