ବିଲ୍ଡିଂ ରଙ୍ଗ କରିବା ପରେ ପାରିଶ୍ରମିକ ନପାଇ ଶ୍ରମିକ ନେଲେ ପ୍ରତିଶୋଧ

ଲଣ୍ଡନ,୧୦।୨: ବ୍ରିଟିଶ୍‌ କାଉଣ୍ଟି ଡର୍ବିଶେୟାରର ବୋଲସୋଓ୍ବରରେ ଜଣେ ଶ୍ରମିକ ବିଲ୍ଡିଂ ରଙ୍ଗ ଦେବା ପରେ ପାରିଶ୍ରମିକ ନପାଇ ଏକ ଅଜବ ଉପାୟରେ ମାଲିକ ଉପରେ ପ୍ରତିଶୋଧ ନେଇଛନ୍ତି। ଶ୍ରମିକ ଡିନ୍‌ ରିବ୍ସ୍‌ଙ୍କୁ ରଙ୍ଗ ଦେବାକାମରେ ବିଲ୍ଡିଂ ମାଲିକ ଟେରିି ନିୟୋଜିତ କରିଥିଲେ। ତେବେ କାମ ସରିବା ପରେ ବାରମ୍ବାର ଅନୁରୋଧ ପରେ ମଧ୍ୟ ଟେନି ରିବ୍ସ୍‌ଙ୍କୁ ପରିଶ୍ରମିକ ଦେଇ ନ ଥିଲେ। ତେଣୁ ରିବ୍ସ୍‌ ବିଲ୍ଡିଂ କାନ୍ଥରେ ଲେଖିଛନ୍ତି ଯେ, ଯଦି ଆପଣମାନେ ନିଜର ବିଲ୍ଡିଂ ରଙ୍ଗ କରିବାକୁ ଚାହୁଁଛନ୍ତି ତେବେ ଟେରିିଙ୍କ ପରି ପାରିଶ୍ରମିକ ଦେବାକୁ ନ ଭୁଲନ୍ତୁ। ରଙ୍ଗ ଦେବା କାମ କରି ଡେନିଙ୍କ ପାରିଶ୍ରମିକ ୪୬ ହଜାର ୨୩ ଟଙ୍କା ହୋଇଥିଲା। ତେବେ ବିଲ୍ଡିଂ ମାଲିକ ଟେରି ଏହାକୁ ନଦେଇ ଟାଳିବା ଆରମ୍ଭ କରିଥିଲେ। ତେଣୁ ବାଧ୍ୟ ହୋଇ ଡେନି ଏଭଳି କରିଥିବା କହିଛନ୍ତି।

Share