ବିଲରୁ ନବଜାତକର ମୃତଦେହ ଉଦ୍ଧାର

ପାପଡ଼ାହାଣ୍ଡି,୨୨ା୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଗାଦବାକତରା ପଞ୍ଚାୟତ ଖୁଡ଼ିଗୁଡ଼ା ନିକଟ ବିଲରୁ ବୁଧବାର ଏକ ନବଜାତକର ମୃତଦେହ ଉଦ୍ଧାର କରାଯାଇଛି। ଗତ ଦୁଇଦିନ ହେଲା ଶିଶୁଟିର ମୃତଦେହଟି ପଡ଼ିରହିଥିଲା। ଗ୍ରାମବାସୀ ଏହା ଦେଖିବା ପରେ
ମଇଦଲପୁର ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।