ବିଲକୁ ମାଡୁନି ପାଣି: ରେଲୱେ ସାଇଫନ ସାଜିଛି ବାଧକ

କେନ୍ଦୁଝର, ୧୨।୧୦( ସ୍ବ.ପ୍ର.)-କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନଇଗାଁ ଅଞ୍ଚଳର ଚାଷୀ ଜମିକୁ କେନାଲ ପାଣି ମଡାଇ ନ ପାରି ଚିନ୍ତାରେ ପଡିଛନ୍ତି। ବର୍ତ୍ତମାନ ଧାନ ଫସଲ ଲାଗି ଅଧିକ ପାଣି ଦରକାର କରୁଥିବା ବେଳେ ପାଖରେ କେନାଲ ଥାଇ ମଧ୍ୟ ଜମିକୁ ପାଣି ମାଡି ପାରୁ ନାହି । ନଇଗାଁ ଗ୍ରାମର ଚାଷୀ ପ୍ରଫୁଲ୍ଲ କୁମାର ନାୟକ, ପରମାନନ୍ଦ ନାୟକ, ଦିବାକର ନାୟକ, ଗୌରମୋହନ ନାୟକ, ଭାସ୍କର ଚନ୍ଦ୍ର ନାୟକ, କୈଳାସ ଚନ୍ଦ୍ର ମହାନ୍ତ, ମହେନ୍ଦ୍ର କୁମାର ନାୟକଙ୍କ ସମେତ ଅନ୍ୟ ଗ୍ରାମବାସୀ ଏହି ଅଭିଯୋଗ କରି କହିଛନ୍ତି, ଯଖପୁରା-ବାଂଶପାଣି ରେଳପଥର ସଂପ୍ରସାରଣ ପରିପ୍ରେକ୍ଷୀରେ ଏଠାରେ ଏକ ନୂତନ ସାଇଫନ ନିର୍ମାଣ ହୋଇଛି । ତ୍ରୁଟିପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ଯୋଗୁ ନିକଟସ୍ଥ ବନ୍ଧର କେନାଲ ପାଣି ଉକ୍ତ ସାଇଫନ ଦେଇ ରେଲୱେ ଡ୍ରେନରେ ତଳକୁ ବୋହି ଯାଉଛି । ଫଳରେ ଚାଷ ଜମିରେ ପାଣି ପହଞ୍ଚି ପାରୁ ନାହିଁ । ବନ୍ଧରୁ ଅଧିକ ପାଣି ଛଡାଗଲେ ୭୦ ପ୍ରତିଶତ ଲିକ୍‌ ହୋଇ ତଳକୁ ବୋହିଯାଉଥିବାରୁ ମାତ୍ର ୩୦ପ୍ରତିଶତ ପାଣି ଆରପଟ କେନାଲ ଦେଇ ଚାଷ ଜମିରେ ମାଡୁଛି। ଫଳରେ ଏ ଅଞ୍ଚଳରେ ଏକପ୍ରକାର ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଛି । ନିକଟସ୍ଥ ନୂଆବନ୍ଧରୁ ଏକ କେନାଲ ଉପରେ ରେଳପଥ ଯାଇଥିବା ବେଳେ ରେଲୱେ ଗ୍ରାମବାସୀଙ୍କ ଅଭିଯୋଗ ଓ ସମସ୍ୟା ପ୍ରତି ଦୃଷ୍ଟି ଦେଉ ନାହିଁ। ଚାଷୀମାନେ କେବଳ ବର୍ଷା ପାଣି ଉପରେ ହିଁ ଭରସା କରି ରହୁଛନ୍ତି। ତୁରନ୍ତ ଏହି ସାଇଫନ ମରାମତି କରି ଚାଷଜମିକୁ ଜଳଯୋଗାଇ ଦେବା ସକାଶେ ଗ୍ରାମବାସୀ ଦାବି କରିିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri