ବିରୋଧ ପ୍ରଦର୍ଶନ ସ୍ଥଳରେ ପ୍ଲାକର୍ଡ ଧରି କଲେ ବିବାହ

ଚେନ୍ନାଇ,୧୮।୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାକରିକ ପଞ୍ଜିକା(ଏନ୍‌ଆର୍‌ସି)କୁ ନେଇ ଆଜିବି ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଛି। ଏହାକୁ ନେଇ ତାମିଲନାଡୁର ଓଲ୍ଡ ଓ୍ବାଶରମ୍ୟାନପେଟ ଅଞ୍ଚଳରେ ବିରୋଧ ପ୍ରଦର୍ଶନ କରାଯାଉଛି। ସୋମବାର ଏହି ପ୍ରଦର୍ଶନ ସ୍ଥଳରେ ଶେହେନଶାହା ଓ ସୋମାନିଆ ନାମକ ଦମ୍ପତିଙ୍କର ବିବାହ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସୂଚନାଯୋଗ୍ୟ, ପୂର୍ବରୁ ଏମାନଙ୍କ ନିର୍ବନ୍ଧ ସରିଯାଇଥିବା ବେଳେ ବିବାହ ତାରିଖ ମଧ୍ୟ ସ୍ଥିର ହୋଇସାରିଥିଲା। ହେଲେ ଓଲ୍ଡ ଓ୍ବାଶରମ୍ୟାନପେଟ ଅଞ୍ଚଳରେ ବିରୋଧ ପ୍ରଦର୍ଶନ କରାଯିବାରୁ ଏମାନେ ଉକ୍ତ ଅଞ୍ଚଳର ବାସିନ୍ଦା ହୋଇଥିବାରୁ ବିବାହରେ ବାଧା ସୃଷ୍ଟି ହେବା ଆଶଙ୍କା କରି ଏମାନେ ବିରୋଧ ପ୍ରଦର୍ଶନ ସ୍ଥଳରେ ହିଁ ବିବାହ କରିବାକୁ ସ୍ଥିର କରିଥିଲେ। ଏହାପରେ ଉଭୟ ସିଏଏ ଓ ଏନ୍‌ଆର୍‌ସିକୁ ବିରୋଧ କରୁଥିବା ପୋଷ୍ଟର ଧରି ବିବାହ କରିଥିବା ଦେଖାଯାଇଛି।

Share