ବିରୋଧ ପ୍ରଦର୍ଶନ ବେଳେ ହେଲା ପ୍ରେମ, ଏବେ କରିବେ ବିବାହ

ନୂଆଦିଲ୍ଲୀ,୭।୨: ଦିଲ୍ଲୀର ଶାହିନ ବାଗ ଅଞ୍ଚଳରେ ଚାଲିଥିବା ବିରୋଧ ପ୍ରଦର୍ଶନ ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି। ଶାନ୍ତି ପୂର୍ଣ୍ଣଭାବେ ଏଠାରେ ବିରୋଧ କରାଯାଉଛି। ଏହି ପ୍ରଦର୍ଶନରେ ବହୁ ସଂଖ୍ୟାରେ ମହିଳା, ଯୁବକ ଓ ଶିକ୍ଷାର୍ଥୀଙ୍କୁ ଦେଖିବାକୁ ମିଳିଛି। ତେବେ ବିରୋଧ ପ୍ରଦର୍ଶନ ସମୟରେ ୨ ଯୋଡା  ଯୁବତୀଯୁବକଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ହେବା ସହ ଏବେ ଏମାନେ ବିବାହ କରିବେ ବୋଲି ଜଣାପଡିଛି। ଜୁନେଦ ଓ ସମର ନାମକ ପ୍ରେମୀ ଯୁଗଳ ମେଡିକାଲ ପଢୁଥିବା ବେଳେ ଏବେର ଶାହିନବାଗ ବିରୋଧ ପ୍ରଦର୍ଶନ ସ୍ଥଳରେ ପରସ୍ପର ସହ ଭେଟ ହୋଇଥିଲା। ଏବେ ଏହି ସମ୍ପର୍କ ପ୍ରେମର ରୂପ ନେଇଥିବା ବେଳେ ଉଭୟ ପରିବାରର ସହମତିରେ ଏମାନେ ଭାଲେଣ୍ଟାଇନ ଓ୍ବିକ୍‌ରେ ବିବାହ କରିବାକୁ ଯାଉଥିବା ଜଣାପଡିଛି। ଏମିତି ଆଉ ଏକ ଯୋଡି ହେଲେ ଜିଶାନ ଓ ଆୟଶା। ଏମାନଙ୍କ ପରିବାର ପୂର୍ବରୁ ଯଦିଓ ପରସ୍ପରକୁ ଜାଣିଥିଲେ କିନ୍ତୁ ଏମାନେ ବିବାହ କରିବେ ବୋଲି କେହି ଜାଣି ନ ଥିଲେ। ଏବେ ଶାହିନବାଗରେ ଏମାନଙ୍କ ପ୍ରେମ ସମ୍ପର୍କ ଗଢିଉଠିଥିବା ଜିଶାନ ଓ ଆୟଶା କହୁଥିବା ବେଳେ ଫେବୃୟାରୀ ୮ରେ ଏମାନଙ୍କ ବିବାହ ଅନୁଷ୍ଠିତ ହେବ ବୋଲି ପରିବାର ଲୋକେ ସୂଚନା ଦେଇଛନ୍ତି।

Share