Posted inରାଜ୍ୟ

ବିରୋଧୀ ଦଳ ନେତା ଘୋଷଣାକୁ ନେଇ ବିଧାନସଭାରେ କଂଗ୍ରେସର ହଟ୍ଟଗୋଳ: ବୁଧବାର ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୨୫।୬(ବ୍ୟୁରୋ): ଭାଜପା ଓ ବିଜେଡି ମଧ୍ୟରେ ଥିବା ଖୋଲା ବୁଝାମଣା ଏବଂ ବିରୋଧୀ ଦଳ ନେତା ପ୍ରସଙ୍ଗକୁ ନେଇ ବିଧାନସଭାରେ ହଟ୍ଟଗୋଳ ହୋଇଛି। ବିରୋଧୀ ଦଳ ନେତାଙ୍କ ନାମ ଘୋଷଣା କରା ନ ଯାଇ ବାଚସ୍ପତି ତାଙ୍କୁ ଭାଷଣ ଦେବାକୁ କିପରି ଅନୁମତି ଦେଲେ। ମୁଖ୍ୟ ସଚେତକ ମଧ୍ୟ ତାଙ୍କୁ ଧନ୍ୟବାଦ ଦେଲେ। ବିଜେଡି ଓ ଭାଜପା ମଧ୍ୟରେ ଖୋଲା ବୁଝାମଣା ହୋଇଛି। ଏହାକୁ ନେଇ ବିରୋଧୀ ଦଳ ସଦସ୍ୟମାନେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ହଲାପଟା କରିଛନ୍ତି। କଂଗ୍ରେସ ଦଳ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ କିଛି ସମୟ ପାଇଁ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଯେଉଁଥିପାଇଁ ବାଚସ୍ପତି ବିରୋଧୀ ଦଳ ନେତାଙ୍କ ନାମ ଘୋଷଣା କଲେ ନାହିଁ ତାହାର ଜବାବ ଦିଆଯାଉ। ସର୍ବଦଳୀୟ ବୈଠକ ଡାକି ଏ ବିଷୟରେ ଆଲୋଚନା ହେଉ, ଏହା ପରେ ଗୃହ ଚାଲିବ । ଏଭଳି ଜିଦ୍‌ରେ ଅଡ଼ିବସି କଂଗ୍ରେସ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ।
ରାଜ୍ୟପାଳଙ୍କ ଅଭିଭାଷଣ ପରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି, ସୁରେଶ ଚନ୍ଦ୍ର ରାଉତରାୟ, ରମେଶ ଜେନା, ମହମ୍ମଦ ମୋକିମଙ୍କ ସମେତ କଂଗ୍ରେସର ଅନ୍ୟ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ। କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ବିରୋଧୀ ଦଳ ନେତାଙ୍କ ନାମ କାହିଁକି ଘୋଷଣା କରାଗଲା ନାହିଁ ବୋଲି ବାଚସ୍ପତିଙ୍କୁ ଇଙ୍ଗିତକରି ଗୃହର ମଧ୍ୟଭାଗକୁ ଆସି ପାଟିକଲେ। ବିଜେଡି, ଭାଜପା ଭାଇଭାଇ। ଶାସକ ବିରୋଧୀ ଏକ ହେବା ଦୁର୍ଭାଗ୍ୟଜନକ। ଏହା ଲଜ୍ଜା, ଲଜ୍ଜା, ଲଜ୍ଜା ବୋଲି ସ୍ଲୋଗାନ ଦେଇ ଗୃହରେ ହଟ୍ଟଗୋଳ କରିଥିଲେ। ନରସିଂହ ଏହି ପ୍ରସଙ୍ଗରେ ବାଚସ୍ପତିଙ୍କୁ କଡ଼ା ସମାଲୋଚନା କରିଥିଲେ। ବିରୋଧୀ ଦଳ ନେତାଙ୍କ ନାମ ଘୋଷଣା ନ କରି ବାଚସ୍ପତି ଗୃହର ପରମ୍ପରା ଭଙ୍ଗ କରିବା ସହିତ ବୈଠକକୁ ସ୍ଥଗିତ ରଖି ଏ ସମ୍ପର୍କରେ ଆଲୋଚନା ହେଉ ବୋଲି ଦାବି କରିଥିଲେ। ତେବେ ବାଚସ୍ପତି କଂଗ୍ରେସର ଦାବିକୁ ଗ୍ରହଣକରି ନ ଥିଲେ। ଗୃହରେ କିଛି ସମୟ ନାରାବାଜି କରିବା ପରେ କଂଗ୍ରେସ ସଦସ୍ୟମାନେ ବିଧାନସଭା କକ୍ଷ ଛାଡ଼ି ବାହାରକୁ ଚାଲିଯାଇଥିଲେ। କଂଗ୍ରେସ ଦଳର ଅନୁପସ୍ଥିତିରେ ବାଚସ୍ପତି ଗୃହ ପରିଚାଳନା କରିବା ସହିତ ସରକାରୀ ଦଳ ମୁଖ୍ୟ ସଚେତକଙ୍କୁ ରାଜ୍ୟପାଳ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ କରିବା ପାଇଁ କହିଥିଲେ। ଏଥିସହିତ ବିଧାନସଭା କାର୍ଯ୍ୟବିଧି ଓ କାର୍ଯ୍ୟପରିଚାଳନା ନିୟମାବଳୀର ନିୟମ ୧୫-ଏ ଅନୁଯାୟୀ ବିଧାନସଭାର ଗତ ଅଧିବେଶନ ଠାରୁ ରାଜ୍ୟପାଳଙ୍କ ସମ୍ମତି ଲାଭ କରିଥିବା ବିଲଗୁଡିକୁ ଉପସ୍ଥାପନ କରିବା ପାଇଁ ବିଧାନସଭା ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ବାଚସ୍ପତି ଅଧିଷ୍ଠାତା ମଣ୍ଡଳୀଙ୍କ ନାମ ଘୋଷଣାକରି ଗୃହକୁ ବୁଧବାର ପୂର୍ବାହ୍ନ ୧୦ଟା ୩୦ ମିନିଟ ଯାଏ ମୁଲତବୀ ଘୋଷଣା କରିଛନ୍ତି।
ଏହି ପ୍ରସଙ୍ଗରେ ଭାଜପାର ବରିଷ୍ଠ ନେତା ଜୟନାରାୟଣ ମିିଶ୍ର କହିଛନ୍ତି ଯେ, ଆମେ ମୁଖ୍ୟ ବିରୋଧୀ ଦଳର ଦାୟିତ୍ୱ ଠିକ୍‌ ଭାବେ ତୁଲାଇବୁ । କଂଗ୍ରେସ ବିରୋଧୀ ଦଳର ନେତା ବିଜେଡିରେ ମିଶିଛନ୍ତି। କଂଗ୍ରେସର କୌଣସି ଅସ୍ତିତ୍ୱ ନାହିଁ ବୋଲି ଜୟନାରାୟଣ କହିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସର ବିନା ଅନୁପସ୍ଥିତିରେ ଗୃହ ପରିଚାଳନାକୁ ନରସିଂହ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ପ୍ରକୃତ ବିରୋଧୀ ଦଳ ଅନୁପସ୍ଥିତିରେ ଗୃହ ଚାଲିଲା କେମିତି। ବିରୋଧୀ ଦଳ କହିବାର ଅଧିକାର ଭାଜପାର ନାହିଁ। ସାରା ଭାରତ ବିଷୟରେ ଭାଜପା, ବିଜେଡି ଇତିହାସ ସୃଷ୍ଟି କରିଛନ୍ତି। ଉଭୟ ଦଳ ମଧ୍ୟରେ ଭିତିରିଆ ବୁଝାମଣା ରହିଛି। ମିଳିତ ଭାବେ କାର୍ଯ୍ୟ କରୁଥିବା ନେଇ ଉଭୟ ଦଳ ବିଧିବଦ୍ଧ ଘୋଷଣା କରି ନ ଥିଲେ ମଧ୍ୟ ବିଜେଡି ସମର୍ଥନରେ ଭାଜପାକୁ ଗୋଟିଏ ରାଜ୍ୟସଭା ଆସନ ମିଳିଛି। ଏଥିରୁ ସ୍ପଷ୍ଟ ଯେ, ଭାଜପା ଗୃହରେ ପ୍ରକୃତ ବିିରୋଧୀ ଦଳ ନୁହେଁ। ଏହା ସରକାରୀ ଦଳର ବୋଲି ନରସିଂହ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri