ବିରୋଧୀଙ୍କ ଅନୁପସ୍ଥିତିରେ ଏସ୍‌ସି ଏସ୍‌ଟି ବିଭାଗ ଖର୍ଚ୍ଚ ଦାବି ଗୃହୀତ

ଭୁବନେଶ୍ୱର, ୨୩।୭(ବ୍ୟୁରୋ): ବିଧାନସଭାରେ ସୋମବାର ଅନୁସୂଚିତ ଜାତି ଓ ଜନଜାତି (ଏସ୍‌ସିଏସ୍‌ଟି) ଉନ୍ନୟନ ବିଭାଗ ୨୦୧୯-୨୦ ଆର୍ଥିକବର୍ଷ ପାଇଁ ଖର୍ଚ୍ଚ ଦାବି ଗୃହୀତ କରିଛନ୍ତି। ବାରମ୍ବାର ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଗୃହ ମୁଲତବୀ ରହିବାପରେ ସା ୬ଟା ୧୨ମିନିଟ୍‌ରେ ଏସ୍‌ସି, ଏସ୍‌ଟି ବିଭାଗ ଖର୍ଚ୍ଚ ଦାବି ଉପରେ ଆଲୋଚନା ହୋଇଥିଲା। ଏହି ସମୟରେ ମୁଖ୍ୟ ବିରୋଧୀ ଦଳ ଭାଜପା ରାଜ୍ୟରେ ବଢୁଥିବା ନାବାଳିକା ଅପହରଣ ଏବଂ ବଳାତ୍କାର ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତର ଦାବି କରିଥିଲେ। ଏହାସହ ବାଚସ୍ପତିଙ୍କ ପୋଡିୟମ ତଳେ ଭାଜପା ସଦସ୍ୟମାନେ ଧାରଣା ଦେଇଥିଲେ। ଅନ୍ୟପଟେ କଂଗ୍ରେସ ସଦସ୍ୟମାନେ ମଧ୍ୟ ସମାନ ଦାବି ନେଇ ଗୃହ ତ୍ୟାଗ କରିବା ସହ ଗାନ୍ଧୀମୂର୍ତ୍ତି ତଳେ ଧାରଣା ଦେଇଥିଲେ। ମାତ୍ର ଶାସକ ଦଳ ସଦସ୍ୟମାନେ ଖର୍ଚ୍ଚ ଦାବି ଆଲୋଚନା କରିବାପରେ ମନ୍ତ୍ରୀ ଜଗନ୍ନାଥ ସାରକା ଉତ୍ତର ରଖିଥିଲେ। ସାରକା କହିଥିଲେ ଯେ, ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ପାଇଁ ବଜେଟରେ ମୋଟ କାର୍ଯ୍ୟକ୍ରମ ଓ ପ୍ରଶାସନିକ ବ୍ୟୟ ମିଶି ମୋଟ ୩୬୨୪ କୋଟି ୮୩ଲକ୍ଷ ୭୧ ହଜାର ଟଙ୍କା ଗୃହୀତ ହୋଇଛି। ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ବାବଦରେ ୧୫୮୨ କୋଟି ୪୯ଲକ୍ଷ ୭୩ ହଜାର ଟଙ୍କା, କେନ୍ଦ୍ର ସ୍ତରୀୟ କାର୍ଯ୍ୟକ୍ରମ ବାବଦରେ ୧୬୫କୋଟି ୧୩ଲକ୍ଷ ୭୩ ହଜାର ଟଙ୍କା ଏବଂ କେନ୍ଦ୍ରୀୟ ପ୍ରବର୍ତ୍ତିତ କାର୍ଯ୍ୟକ୍ରମ ବାବଦରେ ୧୧୨୩କୋଟି ୫୪ଲକ୍ଷ ୫୨ ହଜାର ଟଙ୍କାର ବ୍ୟୟ ବରାଦ କରାଯାଇଛି। ଏହିପରି ମୋଟ ୨୮୭୧ କୋଟି ୧୭ଲକ୍ଷ ୯୮ହଜାର ଟଙ୍କାର ବ୍ୟୟ ବରାଦ କରାଯାଇଛି। ପ୍ରଶାସନିକ ବ୍ୟୟ ବାବଦରେ ୭୫୩ କୋଟି ୬୫ଲକ୍ଷ ୭୩ହଜାର ଟଙ୍କାର ବ୍ୟୟ ବରାଦ କରାଯାଇଛି। ଅନୁସୂଚିତ ଜନଜାତି ମାନଙ୍କ ଉନ୍ନୟନ ନିମନ୍ତେ ୧୭୩୪ କୋଟି ୮୬ଲକ୍ଷ ୩୩ହଜାର ଟଙ୍କା, ଅନୁସୂଚିତ ଜାତିମାନଙ୍କ ଉନ୍ନୟନ ନିମନ୍ତେ ୮୯୩କୋଟି ୬୯ଲକ୍ଷ ୫୯ ହଜାର ଟଙ୍କା, ଅନ୍ୟାନ୍ୟ ପଛୁଆ ବର୍ଗମାନଙ୍କ ଉନ୍ନୟନ ନିମନ୍ତେ ୧୨୭ କୋଟି ୬୯ଲକ୍ଷ ୬୩ ହଜାର ଟଙ୍କା, ସମ୍ପ୍ରଦାୟଙ୍କ ଉନ୍ନୟନ ନିମନ୍ତେ ୧୧୫ କୋଟି ୪୯ଲକ୍ଷ ୪୩ହଜାର ଟଙ୍କାର ଖର୍ଚ୍ଚ ଧାର୍ଯ୍ୟ କରାଯାଇଛି। ଏହି ଆଲୋଚନାରେ କେବଳ ଶାସକ ଦଳ ସଦସ୍ୟମାନେ ଭାଗ ନେଇଥିଲେ। ପ୍ରକାଶ ଚନ୍ଦ୍ର ମାଝୀ କହିଥିଲେ ଯେ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଆଦିବାସୀ ବହୁଳ ଜିଲା ତଥା ଯେଉଁଠାରେ ୫୦ ପ୍ରତିଶତ ଏସ୍‌ସି/ଏସ୍‌ଟି ଲୋକ ଅଛନ୍ତି ସେମାନଙ୍କ ପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଆଦିବାସୀ ବହୁଳ ଜିଲାରେ ଜଙ୍ଗଲ ଓ ଖଣି ରହିଛି। ଜଳ, ଜମି ଓ ଜଙ୍ଗଲର ସୁରକ୍ଷା ଏମାନଙ୍କୁ ଦିଆଯିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ତେଣୁ ଜଳ, ଜମି ଏବଂ ଜଙ୍ଗଲର ବିକାଶ ହୋଇ ନ ପାରିଲେ ବିକାଶ ପ୍ରକ୍ରିୟାରେ ବାଧାପ୍ରାପ୍ତ ହେବ। ଆମ ଅଞ୍ଚଳରେ ଥିବା ନଦୀଗୁଡିକ ଶିଳ୍ପ ପାଇଁ ହେଉ ମନାନାହିଁ ହେଲେ ଆଦିବାସୀଙ୍କ ସମସ୍ୟା ଯେପରି ନ ରହେ ସେଥିପ୍ରତି ଧ୍ୟାନ ଦିଆଯାଉ। ଶାସକ ଦଳ ସଦସ୍ୟ ରମେଶ ଚନ୍ଦ୍ର ବେହେରା କହିଛନ୍ତି, ୨୦୦୭-୦୮ରେ ୧୦୦ ସିଟ୍‌ ବିଶିଷ୍ଟ ଏସ୍‌ଟି ବାଳିକା ହଷ୍ଟେଲ ଆରମ୍ଭ କରାଯାଇଥିଲା। ୬ହଜାର ୮ଶହ ହଷ୍ଟେଲରେ ୬ଲକ୍ଷରୁ ଅଧିକ ଛାତ୍ରୀଛାତ୍ରଙ୍କୁ ପଢାଯାଉଛି। ଏମାନଙ୍କ ଜୀବନ ଓ ଜୀବିକାର ସାମୂହିକ ବିକାଶକୁ ଗୁରୁତ୍ୱ ଦିଆଯାଉ ବୋଲି ସେ କହିଛନ୍ତି। ବର୍ତ୍ତମାନ ମହିଳାମାନଙ୍କ ସାକ୍ଷରତା ହାର ୮୦ପ୍ରତିଶତରେ ପହଞ୍ଚିଲାଣି। ଏହି ବିଭାଗ ରାଜ୍ୟର ୯୧ପ୍ରତିଶତ ଲୋକଙ୍କ କଥା ବୁଝୁଛି। ସାରା ଓଡିଶାର କଥା ବୁଝୁଥିବାରୁ ଏହାକୁ ଅଣଦେଖା କରାଯାଇ ନ ପାରେ। ଆଲୋଚନାରେ ଭାଗ ନେଇଥିଲେ ବିରୋଧୀଙ୍କ ଗରିମା ବଢିଥାଆନ୍ତା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri