ବିରୂପା ନଦୀରୁ ମୃତ କୁମ୍ଭୀର ଉଦ୍ଧାର

ଚୌଦାର,୧୭।୬(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ବିରୂପା ନଦୀ ବନିକା ଗ୍ରାମ ପାର୍ଶ୍ୱରୁ ବୁଧବାର ସକାଳେ ଏକ ମୃତ କୁମ୍ଭୀର ଉଦ୍ଧାର ହୋଇଛି। ଏହା ମାଇ କୁମ୍ଭୀର ହୋଇଥିବା ବେଳେ ୪ ବର୍ଷର ହେବ ବୋଲି ଜଣାପଡ଼ିଛି। କୁମ୍ଭୀରର ଲମ୍ବ ୪ରୁ ୫ ଫୁଟ ହେବ। ଉକ୍ତ କୁମ୍ଭୀରକୁ ନନ୍ଦନକାନନରେ ବ୍ୟବଚ୍ଛେଦ କରାଯିବ ବୋଲି ଚୌଦାର ବନବିଭାଗ କର୍ମଚାରୀ ସୂଚନା ଦେଇଛନ୍ତି।
ସୂଚନାଥାଉକି, ଗତ କିଛି ବର୍ଷ ପୂର୍ବେ ବିରୂପା ନିକଟସ୍ଥ ମଗୁରାରୁ ଏକ ବଉଳା କୁମ୍ଭୀରକୁ ବାନବିଭାଗ ଉଦ୍ଧାର କରିଥିଲା।