Categories: ଫୁରସତ

ବିରାଡ଼ି ଭଳି ଜୀବନ ଅତିବାହିତ କରୁଛନ୍ତି ୨୦ ବର୍ଷୀୟ ‘ନାନୋ’

ବିଶେଷକରି ଯୁବତୀମାନେ ପୋଷା ଭାବେ ବିରାଡ଼ି ରଖିବାକୁ ଭଲ ପାଇଥାନ୍ତି। ହେଲେ ନରଓ୍ବେର ଜଣେ ଯୁବତୀ ବିରାଡ଼ିକୁ ପସନ୍ଦ କରି ନିଜ ଜୀବନଶୈଳୀକୁ ମଧ୍ୟ ଅନୁରୂପ କରି ଦେଇଛନ୍ତି। ସେ ହେଲ ନାନୋ। ଏବେ ତାଙ୍କୁ ୨୦ ବର୍ଷ। ନାନୋଙ୍କ ଚାଲି ଚଳନ ସାଙ୍ଗକୁ ବ୍ୟବହାର ଠିକ୍‌ ବିଲେଇ ଭଳି। ସାଙ୍ଗମାନଙ୍କ ସହ ସେ ବିଲେଇ ଭଳି ଶବ୍ଦ କରି କଥା ମଧ୍ୟ ହୋଇଥାନ୍ତି।

ତେବେ ନାନୋଙ୍କୁ ୧୬ ବର୍ଷ ହୋଇଥିବା ବେଳେ ସେ ନିଜ ଭିତରେ କିଛି ପରିବର୍ତ୍ତନ ହୋଇଥିବା ଲକ୍ଷ୍ୟ କରିଥିଲେ। ତାଙ୍କୁ ବିରାଡ଼ି ଭଳି ରହିବାକୁ ଇଚ୍ଛା ହୋଇଥିଲା। ଏବେ ଦିନକୁ ଦିନ ଏହି ପ୍ରବୃତ୍ତି ବଢ଼ିବାରେ ଲାଗିଛି। ଅନ୍ୟମାନଙ୍କ ତୁଳନାରେ ନାନୋଙ୍କ ଶୁଙ୍ଘିବା ଶକ୍ତି ଅଧିକ। ପାଣିକୁ ଦେଖିଲେ ସେ ଚିଡ଼ି ଉଠନ୍ତି। ଏପରିକି ତାଙ୍କୁ ଅନ୍ଧାରରେ ଭଲ ଭାବେ ଦେଖାଯାଇଥାଏ। ନାନୋଙ୍କ ପିତାମାତା ତାଙ୍କୁ ସାଇକୋଲୋଜିଷ୍ଟଙ୍କୁ ଦେଖାଇଥିଲେ। ସେ ଏଭଳି ସ୍ଥିତିରୁ ବାହାରି ପାରିବେ ବୋଲି ଡାକ୍ତର କହିଥିଲେ। ହେଲେ ନାନୋ ଏଭଳି ଜୀବନ ଅତିବାହିତ କରିବାକୁ ଚାହୁଁଥିବାରୁ ସମସ୍ତେ ନିରୂପାୟ ହୋଇଯାଇଛନ୍ତି।

Share