Categories: ଖେଳ

ବିରାଟ ୧୦୦ ଶତକ ରେକର୍ଡ ଭାଙ୍ଗିଲେ ତାଙ୍କ ସହ ସ୍ୟାମ୍ପେନ୍‌ ଶେୟାର୍‌ କରିବି କହିଲେ ସଚିନ୍‌

ତ୍ରିନିଦାଦ,୧୩।୮- ସ୍ଥାନୀୟ ପୋର୍ଟ ଅଫ ସ୍ପେନଠାରେ ଖେଳାଯାଇଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ମ୍ୟାଚରେ ଭାରତୀୟ ଅଧିନାୟକ ବିରାଟ କୋହଲି କ୍ୟାରିୟରର ୪୨ତମ ଶତକ ହାସଲ କରିଛନ୍ତି। ବିରାଟଙ୍କ ଏହି ଶତକ ଫଳରେ ଅନ୍ତର୍ଜାତୀୟ ମ୍ୟାଚରେ ତାଙ୍କ ଶତକ ସଂଖ୍ୟା ୬୭ରେ ପହଞ୍ଚିଛି। ଖୁବଶୀଘ୍ର ସେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ୧୦୦ତମ ଶତକ ଆଡକୁ ଅଗ୍ରସର ହେଉଛନ୍ତି। ଏକଦିବସୀୟ ମ୍ୟାଚରେ ବିରାଟଙ୍କ ୪୧ତମ ଶତକ ପରେ ସଚିନ୍‌ କହିଛନ୍ତି, ବିରାଟ ଯଦି ମୋ ୧୦୦ତମ ଶତକ ରେକର୍ଡ ଭାଙ୍ଗନ୍ତି ତେବେ ତାଙ୍କ ସହ ସ୍ୟାମ୍ପେନ୍‌ ଶେୟାର୍‌ କରିବି। ସୂଚନାଯୋଗ୍ୟ, କୋହଲି ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ୧୨୫ ବଲରୁ ୧୨୦ ରନର ଇନିଂସ ଖେଳିଥିଲେ। ଏହା ଥିଲା ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ତାଙ୍କର ୮ମ ଶତକ। ଫଳରେ ସେ ବିଶ୍ୱର ପ୍ରଥମ ଖେଳାଳି ଭାବେ ତିନି ଭିନ୍ନ ଭିନ୍ନ ଦେଶ ବିପକ୍ଷରେ ୮ କିମ୍ବା ତା’ଠାରୁ ଊର୍ଦ୍ଧ୍ୱ ସଂଖ୍ୟକ ଶତକ ଲଗାଇବାର ରେକର୍ଡ ନିଜ ନାମରେ କରିଛନ୍ତି। ଭାରତୀୟ ଅଧିନାୟକ ପୂର୍ବରୁ ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ବିପକ୍ଷରେ ୮ ଲେଖାଏ ଶତକ ଲଗାଇସାରିଛନ୍ତି। ଏହି ରେକର୍ଡ ପୂର୍ବରୁ ସଚିନ ତେନ୍ଦୁଲକରଙ୍କ ନାମରେ ଥିଲା। ସେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ବିପକ୍ଷରେ ୯ ଲେଖାଏ ଶତକୀୟ ଇନିଂସ ଖେଳିଥିଲେ।

Share