Categories: ଖେଳ

ବିରାଟ ଧମାଲ୍‌:ଚୌକା ମାରି ଶତକ ପୂରଣ କଲେ କୋହଲି

ପୁଣେ, ୧୧।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଅଧିନାୟକ ବିରାଟ କୋହଲି ଶତକ ଅର୍ଜନ କରିଛନ୍ତି। ସେ ଚୌକା ମାରି ଟେଷ୍ଟରେ ୨୬ତମ ଶତକ ପୂରଣ କରିଛନ୍ତି। ଫଳରେ ଭାରତୀୟ ଦଳ ୩ ଉଇକେଟ ହରାଇ ୩୫୬ରନ୍‌ ସଂଗ୍ରହ କରିଛି। କୋହଲି ୧୦୪ ଏବଂ ରାହାଣେ ୫୮ ରନ୍‌ କରି କ୍ରିଜ୍‌ରେ ଅଛନ୍ତି। ଏହି ଟେଷ୍ଟର ପ୍ରଥମ ଦିନରେ ଓପନର୍‌ ମୟଙ୍କ ଅଗ୍ରଓ୍ବାଲ୍‌ ମଧ୍ୟ ଶତକ ମାରିଥିଲେ।  ଭାରତ ପ୍ରଥମ ଦିବସର ଖେଳ ଶେଷ ସୁଦ୍ଧା ୮୫.୧ ଓଭରରେ ୩ ଉଇକେଟ ହରାଇ ୨୭୩ ରନ୍ କରି ଭଲ ସ୍ଥିତିରେ ଥିଲା। ତେବେ ପ୍ରଥମ ଟେଷ୍ଟର ଉଭୟ ଇନିଂସରେ ଶତକ ମାରିଥିବା ହିଟମ୍ୟାନ୍ ରୋହିତ୍ ଶର୍ମା ଫେଲ୍ ମାରିଛନ୍ତି।

Share