ବିରାଟ କୋହଲି ମୋ ଫେଭରାଇଟ୍‌ କ୍ରିକେଟର୍‌: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩ା୯(ବ୍ୟୁରୋ) : ସାହିତ୍ୟ ଆମକୁ ପ୍ରଶ୍ନ ପଚାରିବାକୁ ବାଟ ଦେଖାଏ। ସାହିତ୍ୟ ଆମକୁ ସ୍ବପ୍ନ ଦେଖାଏ। ସାହିତ୍ୟ ଆମକୁ ପରିବର୍ତ୍ତନର ଆହ୍ବାନ ଦିଏ। ଅତୀତରୁ ବର୍ତ୍ତମାନ ପର୍ଯ୍ୟନ୍ତ, ସାମାଜିକ ପରିବର୍ତ୍ତନ ପ୍ରକ୍ରିୟାରେ ସାହିତ୍ୟ ଏକ ମୁଖ୍ୟ ଅସ୍ତ୍ର ଓ ଆହ୍ବାନ। ସମଗ୍ର ବିଶ୍ୱରେ ଆଜି ପର୍ଯ୍ୟନ୍ତ ଯେତେବେଳେ ବି ପରିବର୍ତ୍ତନର ଆହ୍ବାନ ଆସିଛି ତା ପଛରେ ସର୍ବଦା ସାହିତି୍ୟକ, ଲେଖକ ଓ ଚିନ୍ତକମାନେ ରହିଛନ୍ତି। ସାହିତ୍ୟ ବିନା ଆମ ବିକଶିତ ଭବିଷ୍ୟତର ପରିକଳ୍ପନା ଅସମ୍ଭବ। ଆଜି ଆମେ ଜ୍ଞାନ ଓ ବିକଶିତ ରାଷ୍ଟ୍ରର ଅଂଶ ହୋଇଥିବାବେଳେ ଆମ ପାଇଁ ସାହିତ୍ୟ ପୂର୍ବାପେକ୍ଷା ଆହୁରି ଜରୁରୀ ହୋଇପଡ଼ିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିିଶା ଲିଟେରାରୀ ଫେଷ୍ଟିଭାଲର ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ସାରଳା ଦାସଙ୍କଠାରୁ ଆରମ୍ଭକରି ସନ୍ଥ ଭୀମ ଭୋଇ, ବ୍ୟାସକବି ଫକୀରମୋହନ ସେନାପତି ଓ ଆଧୁନିକ ଯୁଗର ସାହିତି୍ୟକା ପ୍ରତିଭା ରାୟଙ୍କ ଲେଖାର ମହାନତା ସମ୍ପର୍କରେ ଉଲ୍ଲେଖ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଆ ଯୁବପିଢିଙ୍କୁ ଫକୀର ମୋହନ ସେନାପତିଙ୍କ କାଳଜୟୀ ପୁସ୍ତକ ପଢ଼ିବାକୁ ପରାମର୍ଶ ଦେଇଥିଲେ।
ଏହି ଅବସରରେ ବିଶିଷ୍ଟ ସାମ୍ବାଦିକ ପ୍ରଭୁ ଚାୱଲାଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ନିଜ ବ୍ୟକ୍ତିଗତ ଜୀବନର କେତେକ ଲୁକ୍କାୟିତ କଥା କହିଥିଲେ। ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲି ତାଙ୍କ ମନପସନ୍ଦ କ୍ରୀଡାବିତ୍‌ ହୋଇଥିବାବେଳେ ରାଜନୀତିରୁ ସନ୍ନ୍ୟାସ ନେଇ ସେ ପୁଣିଥରେ ନିଜ ଲେଖକ ଜୀବନ ଆରମ୍ଭ କରିବେ ଏବଂ ପୁସ୍ତକ ଲେଖିବା କଥା ଭାବିବେ ବୋଲି କହିଥିଲେ। ନିଜ ଫିଟ୍‌ନେସ୍‌ର ରହସ୍ୟ ଖୋଲି ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରତିଦିନ ସକାଳେ ଓ ସନ୍ଧ୍ୟାବେଳେ ଦିନକୁ ଦୁଇଥର ମୁଁ ଏକ୍ସରସାଇଜ୍‌ କରେ। ଡାଏଟ୍‌ର ଧ୍ୟାନ ରଖେ ଓ ଯଥାସମ୍ଭବ କମ୍‌ ଖାଇବାକୁ ଚେଷ୍ଟାକରେ। ଅନ୍ୟମାନଙ୍କ ଭଳି ମୁଁ ବି ଜଣେ ସାଧାରଣ ମଣିଷ। ହସକଥା ଶୁଣିଲେ ହସେ ଓ ସେନ୍ସ ଅଫ୍‌ ହ୍ୟୁମର୍‌କୁ ଭଲପାଏ। ଫିଲ୍ମ ଦେଖିବାକୁ ମୁଁ ସମୟ ପାଏନା। ସମୟ ମିଳିଲେ ବହି ପଢ଼େ। ଓଡ଼ିଆ ଲେଖକଙ୍କ ମଧ୍ୟରେ ଫକୀର ମୋହନ ସେନାପତି ମୋ ପ୍ରିୟ ଲେଖକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ତେବେ ବଜାରରେ ଅନେକ ଅତ୍ୟାଧୁନିକ ମଡେଲର ଗାଡ଼ି ଥିବାବେଳେ ସେ କାହିଁକି ମାରୁତିର ବନ୍ଦ ହୋଇଯାଇଥିବା ଏକ ପୁରୁଣା ମଡେଲର ଗାଡ଼ି ବ୍ୟବହାର କରୁଛନ୍ତି ପଚାରିବାରୁ, ମୁଖ୍ୟମନ୍ତ୍ରୀ ତାଙ୍କ ଗାଡ଼ିରେ ବେଶ୍‌ କମ୍ଫର୍ଟେବୁଲ୍‌ ଏବଂ ଏହା ବ୍ୟବହାର ଯୋଗ୍ୟ ଥିବା ପର୍ଯ୍ୟନ୍ତ ସେ ଏହାକୁ ବ୍ୟବହାର କରିବେ ବୋଲି କହିଥିଲେ। ଏହି ଅବସରରେ ସେ ଓଡ଼ିଶାର ଯୁବପିଢ଼ି ଓ ଛାତ୍ରୀଛାତ୍ରଙ୍କୁ ନିଜ ପାଇଁ କାମ କରିବା ସହ ସମାଜର ଗରିବ ଓ ନିଷ୍ପେସିିତ ଶ୍ରେଣୀର ଲୋକଙ୍କ ପାଇଁ କାମ କରିବାକୁ ପରାମର୍ଶ ଦେଇଥିଲେ। ଏହାସହ ଓଡ଼ିଶାବାସୀଙ୍କୁ ବିକାଶ ପ୍ରକ୍ରିୟାରେ ଏବଂ ଗରିବୀ ବିରୋଧରେ ଲଢ଼ିବା ପାଇଁ ସହଯୋଗ କରିବାକୁ ଆହ୍ବାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୁଇ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମର ଉଦ୍‌ଯାପନୀ ଦିବସରେ କଳା, ସାହିତ୍ୟ, ସିନେମା, ଗଣମାଧ୍ୟମ ଜଗତର ଦେଶର ଖ୍ୟାତନାମା ବ୍ୟକ୍ତିତ୍ୱମାନେ ଯୋଗଦେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। କଶ୍ମୀର ପ୍ରସଙ୍ଗ, ଦକ୍ଷତା ବିକାଶ, ଦେଶର ରାଜନୈତିକ ପରିସ୍ଥିତି, ସଙ୍ଗୀତ, ଫିଲ୍ମ ଆଦି ବିଷୟରେ ଆଲୋଚନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ଛାତ୍ରୀଙ୍କୁ ଅଧ୍ୟାପକଙ୍କ ପ୍ରେମ ନିବେଦନ, ଅଡିଓ ଭାଇରାଲ୍‌ ପରେ ଚହଳ, ଥାନାରେ…

ଠାକୁରମୁଣ୍ଡା,୨୦ା୨(ତାରାକାନ୍ତ ପଟ୍ଟନାୟକ)- ଠାକୁରମୁଣ୍ଡା ଥାନା ଅଧୀନ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଅଧ୍ୟାପକ ପ୍ରେମ ନିବେଦନ ସହ ଶାରୀରିକ ସମ୍ପର୍କ ପାଇଁ…

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri