Categories: ଖେଳ

ବିରାଟ କୋହଲି ପିନ୍ଧିଥିବା ଘଣ୍ଟାର ମୂଲ୍ୟ କେତେ ଜାଣନ୍ତି

କରୋନା ଯୋଗୁ ଏବେ ସବୁ କ୍ରିକେଟ ସିରିଜ୍‌ ସ୍ଥଗିତ ରହିଛି। ଫଳରେ କ୍ରିକେଟରମାନେ ନିଜ ପରିବାର ସହ ସମୟ ବିତାଉଛନ୍ତି। ଅଧିକାଂଶ କ୍ରିକେଟର ସୋସିଆଲ ମିଡିଆରେ ସକ୍ରିୟ ରହୁଛନ୍ତି। ଭାରତୀୟ କ୍ରିକେଟ ଦଳର ଅଧିତ୍ତ୍ନାୟକ ବିରାଟ କୋହଲି ମଧ୍ୟ ଇନ୍‌ଷ୍ଟାଗ୍ରାମରେ ଫଟୋ ଏବଂ ଭିଡିଓ ଶେୟାର କରୁଛନ୍ତି। ନିକଟରେ ସେ ଏକ ଫଟୋ ପୋଷ୍ଟ କରିଥିଲେ। ଫଟୋ ମୁମ୍ବାଇରେ ବାଲକୋନିରେ ବସି ମୌସୁମି ପାଗର ମଜା ନେଉଥିବାର ଦେଖାଯାଇଛି। ଏହାସହ ବିରାଟ ଏକ ବହି ପଢୁଛନ୍ତି। ହାତରେ ଏକ ସୁନ୍ଦର ଘଣ୍ଟା ମଧ୍ୟ ପିନ୍ଧିଛନ୍ତି। ଏବେ ଏହି ଘଣ୍ଟା ଟ୍ରେଣ୍ଡ୍‌ ହେବାକୁ ଲାଗିଲାଣି। ବିରାଟଙ୍କ ଏହି ଘଣ୍ଟାର ମୂଲ୍ୟ କେବେ ଜାଣନ୍ତି କି। ରୋଲେକ୍ସ କମ୍ପାନୀର ଏହି ଘଣ୍ଟାଟିର ମୂଲ୍ୟ ପାଖାପାଖି ୮ ଲକ୍ଷ ୬୦ ହଜାର ୭ ଶହ ଟଙ୍କା ବୋଲି ଜଣାପଡିଛି।

Share